କୁଟୁନିପଦର ଶୈବ ପିଠ ର ବିକାଶ ପାଇଁ ସ୍ୱତନ୍ତ୍ର ଗ୍ରାମ ସଭା

ଲକ୍ଷ୍ମୀପୁର:ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡା ପଞ୍ଚାୟତ ର ପ୍ରସିଦ୍ଧ ଶୈବ ପୀଠ ଥିବା ଗ୍ରାମ କୁଟୁନିପଦର ର ବିକାଶ ପାଇଁ ଆଜି ଲକ୍ଷ୍ମୀପୁର ପଞ୍ଚାୟତ ସମିତି ତରଫରୁ ଏକ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା, ଉପାଧ୍ୟକ୍ଷା ଆରତୀ କୁଲଦୀପ,ତହସିଲଦାର ନୈବେଦ୍ୟ ଭୋଇ ଓ ଗୋଷ୍ଠୀ ଉନୟନ ଅଧିକାରୀ ସବ୍ୟସାଚୀ ବେହେରା,ସାଂସଦ ପ୍ରତିନିଧି କୈଳାଶ ଖସଲା,କଂଗ୍ରେସ ର ମିଡ଼ିଆ ସେଲ ଜିଲ୍ଲା ସଭାପତି ମଣ୍ଟି ଖରା,କୁସୁମଗୁଡା ସରପଞ୍ଚ ଇନ୍ଦ୍ର ପାଞ୍ଜିଆ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟରାମ ସାଙ୍କିଆ ଯୋଗ ଦେଇଥିଲେ। କୁଟୁନି ପଦର ଗ୍ରାମ ସମେତ ଗ୍ରାମରେ ଥିବା ଶୈବ ପୀଠର ବିକାଶ ଦିଗରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରାଯାଇଥିଲା।ଏହି ସଭାରେ ବିଏଫଟି ରଞ୍ଜନ ସୂଚେନ,ବ୍ଲକ ରିସର୍ସ ପର୍ସନ ଦାମଦର କନ୍ଦପାନ ଉପସ୍ଥିତ ରହି ସହଯୋଗ କରିଥିଲେ।