Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଦେଢ଼ ବର୍ଷ ହେଲା ମିଳୁନି ବାର୍ଦ୍ଧକ୍ୟ ଭତ୍ତା; ପ୍ରତିକାର ପାଇଁ ଦାବୀ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ରେ ପୁର୍ବରୁ ଠିକ୍ ସମୟରେ ନିୟମିତ ପ୍ରତି ମାସର ୧୫ ତାରିଖରେ ପଞ୍ଚାୟତ ଗୁଡ଼ିକରେ ବସ ବାସ କରୁଥିବା ବୃଦ୍ଧ, ବୃଦ୍ଧା, ବିଧବା, ବିକଳାଙ୍ଗ ମାନଙ୍କୁ ଭତ୍ତା ଟଙ୍କା ଦିଆଯାଉଥିଲା ଏବଂ ଯେଉଁ ଲୋକ ନିହାତି ଚାଲି ପାରୁ ନ ଥିଲା ଅବା ଅସୁସ୍ଥ ଥିଲେ ସେମାନଙ୍କୁ ପଞ୍ଚାୟତ ଅଫିସର ଘରକୁ ନେଇ ଭତ୍ତା ଟଙ୍କା ପହଞ୍ଚାଉଥିଲେ । କିନ୍ତୁ ଗତ ୨୦୨୨ ମସିହା ଠାରୁ ସରକାର ପ୍ରତ୍ୟେକ ହିତାଧିକାରୀ ଙ୍କୁ ସେମାନଙ୍କ ର ପାସ୍ ବୁକ୍ ଆକାଉଣ୍ଟ୍ ମାଧ୍ୟମରେ ଭତ୍ତା ଟଙ୍କା ପହଞ୍ଚାଇ ଦେବାକୁ ସ୍ଥିର କରିବା ଦ୍ଵାରା ଯେଉଁ ମାନଙ୍କ ର ପାସ୍ ବୁକ୍ ଅଛି। ଗୋଟିଏ ମାସ ଟଙ୍କା ପଡ଼ିଲେ ଆଉ ଦୁଇମାସ ପହଞ୍ଚୁନି। ଯାହା ଫଳରେ ବାରମ୍ବାର ବ୍ଲକ କୁ ପଞ୍ଚାୟତ କୁ ନୀରିହ ବୁଢ଼ା ବୁଢି ଯାଉ ଥାନ୍ତି ବ୍ଲକ କୁ ଗଲେ ବିଡ଼ିଓ ପଞ୍ଚାୟତ କୁ ଯାଇବୁଝି ନିଅ ବୋଲି ସଫେଇ ଦେଉଥିବା ବେଳେ ପଞ୍ଚାୟତ ରେ କହୁଛନ୍ତି ବ୍ଲକ ଆପଣମାନଙ୍କ ଖାତାରେ ଟଙ୍କା ପଠାଉଛି। ବ୍ଲକ ରେ ସେହି ବିଭାଗ ଅଧିକାରୀ କର୍ମଚାରୀ ମାନଙ୍କୁ ପଚାରିଲେ ଜିଲ୍ଲା ସ୍ତରରୁ ଆପଣଙ୍କ ଖାତାକୁ ଟଙ୍କା ଆସୁଛି ବୋଲି ଫେରାଇ ଦେଉଛନ୍ତି । ଯାହା ଫଳରେ ଅନେକେ ଭତ୍ତା ଟଙ୍କା ପାଇ ପାରୁନାହାନ୍ତି ମଧ୍ୟ ଯେଉଁ ମାନଙ୍କ ର ପାସ୍ ବୁକ୍ ନାହିଁ ସେମାନେ ପାସ୍ ବୁକ୍ ଖୋଲିବାର ସମ୍ଭାବନା ନାହିଁ ଏ ପରିକି ବର୍ଷ ବର୍ଷ ଧରି ଅନେକ ଭତ୍ତା ପାଇପାରୁ ନାହାନ୍ତି।ଏଥି ପାଇଁ ହିତାଧିକାରୀ ମାନେ ଜିଲ୍ଲାପାଳଙ୍କର ଦୃଷ୍ଟି‌ ଆକର୍ଷଣ କରି ନିବେଦନ କରୁଛନ୍ତି ଯେ ଜିଲ୍ଲାପାଳ ତୁରନ୍ତ କରି ଏଥି ପ୍ରତି ଦୃଷ୍ଟି ଦେଇ ଗୁମ୍ମା ବ୍ଲକର ୨୦ ଗୋଟି ପଞ୍ଚାୟତରେ ଦୀର୍ଘ ମାସ ଧରି ଭତ୍ତା ପାଉନଥିବା ହିତାଧିକାରୀଙ୍କୁ ଭତ୍ତା ଅର୍ଥ ପ୍ରଦାନ କରନ୍ତୁ। ତୁରନ୍ତ ପଦକ୍ଷେପ ନ ନେଲେ ସମସ୍ତ ହିତାଧିକାରୀ ଅନସନ କରିବାକୁ ବାଧ୍ୟ ହେବେ ବୋଲି ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories