Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ଵରରେ ଦୀପାବଳି କଟକଣା; ରାତି ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି

ଭୁବନେଶ୍ୱର: ଦୀପାବଳିରେ ରାତି ୯ଟା ପରେ କାହାକୁ ବାଣ ଫୁଟାଇବାକୁ ଅନୁମତି ଦିଆଯିବ ନାହିଁ। ଏନେଇ ଶନିବାର ଦିନ ପୋଲିସ ସୂଚନା ଦେଇଛି।

ଲୋକଙ୍କ ଆଚରଣ ଉପରେ ନଜର ରଖିବା ପାଇଁ ସୋମବାର ସନ୍ଧ୍ୟାରେ ସ୍ୱତନ୍ତ୍ର ପାଟ୍ରୋଲିଂ ଦଳ ନିୟୋଜିତ ହେବେ। ରାତିରେ ଶବ୍ଦ ପ୍ରଦୂଷଣ ହ୍ରାସ କରିବା ପାଇଁ ଆମେ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦେଇଛୁ। ତଥାପି ଲୋକମାନେ ଶବ୍ଦ ନଥିବା ସବୁଜ କ୍ରାକର ବ୍ୟବହାର କରିପାରିବେ। ପୋଲିସ ପାଟ୍ରୋଲିଂ ଦଳ ଏହା ଉପରେ ନଜର ରଖିବେ।

ସେହିପରି ମଦ୍ୟପାନ କରି ଯାନବାହାନ ଚଳାଉଥିବା ଲୋକମାନଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ