ଭୟରେ ଆତଙ୍କିତ ଚାଇନା ,ପାକିସ୍ତାନ; ଏବେ ରୁଷରୁ ଆସିବ ଏସ୍-୪୦୦

ଅପରେସନ ସିନ୍ଦୁରର ସଫଳତା ପରେ ପ୍ରତି ଭାରତୀୟଙ୍କ ଭିତରେ କ୍ଷେପଣାସ୍ତ୍ର ପ୍ରତିରୋଧୀ ଏସ୍-୪୦୦ ପ୍ରତି ଭଲପାଇବା ବଢ଼ିଛି । ଭାରତୀୟ ସେନାର ଏହା ଉପରେ ଭରସା ବଢ଼ିଛି । ତେଣୁ ଏହାକୁ ଆହୁରି ମଜବୁତ କରିବାକୁ ଏହି ସିଷ୍ଟମ ପାଇଁ ଅଧିକ କ୍ଷେପଣାସ୍ତ୍ର କିଣିବାକୁ ଯାଉଛି ଭାରତ । ଋଷ୍ ଠାରୁ ଏହି ସବୁ କ୍ଷେପଣାସ୍ତ୍ର କିଣାଯିବ | ଏ ନେଇ ଚର୍ଚ୍ଚାରେ ରହିଛି ଏସ-୪୦୦ | ପୂର୍ବରୁ ରୁଷ ଠାରୁ ତୈଳ ଆଣିବାରେ ଭାରତ ଏବଂ ଆମେରିକା ମଧ୍ୟରେ ଥିବା ସମ୍ପର୍କରେ କେଉଁଠି ନା କେଉଁଠି ଅଳ୍ପ ପରିମାଣରେ ତିକ୍ତତା ଦେଖିବାକୁ ମିଳିଛି | ଏହାକୁ ନେଇ ଆମେରିକା ଭାରତ ଉପରେ ଟାରିଫ ମଧ୍ୟ ଲାଗିଛି | ତେବେ ଏହି ରୁଷ ସହ ଆମଦାନୀ ଏବଂ ରପ୍ତାନି ପାଇଁ କେଉଁ ପଦକ୍ଷେପ ନେବେ ତାହା ଦେଖିବା ବାକି ଅଛି |
ଏସ୍-୪୦୦ ପାଇଁ ଏହି କ୍ଷେପଣାସ୍ତ୍ର କିଣାଯିବ |ଏଥିପାଇଁ ଭାରତୀୟ ବାୟୁସେନା ପକ୍ଷରୁ ନିଷ୍ପତ୍ତି ହୋଇଛି|କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ସହ ଚାଲିଛି ଆଲୋଚନା |ପ୍ରତିରକ୍ଷା ମନ୍ତ୍ରାଳୟର ଅନୁମୋଦନ ପରେ ଆସିବ କ୍ଷେପଣାସ୍ତ୍ର ଏଥିପାଇଁ ପ୍ରାୟ ୧୦ ହଜାର କୋଟିର ବ୍ୟୟବରାଦ ରହିଛି | ଅପରେସନ ସିନ୍ଦୂର ବେଳେ ଚମତ୍କାର ପ୍ରଦର୍ଶନ କରିଥିଲା ଏସ୍-୪୦୦ | ପାକିସ୍ତାନୀ କ୍ଷେପଣାସ୍ତ୍ରକୁ ପ୍ରତିହତ କରିଥିଲା ଏହି ସିଷ୍ଟମଏପରିକି ୩ ଶହ କିଲୋମିଟର ଦୂରରୁ ପାକିସ୍ତାନୀ ବିମାନକୁ ତଳକୁ ଖସାଇଥିଲା | ଅପରେସନ ସିନ୍ଦୂରରେ ଯେଉଁ ସବୁ କ୍ଷେପଣାସ୍ତ୍ର ବ୍ୟବହାର ହୋଇଛି, ତାର ଭରଣା ପାଇଁ ପ୍ରୟାସ ନୂଆ କ୍ଷେପଣାସ୍ତ୍ର କିଣି ଏସ୍-୪୦୦କୁ ଆହୁରି ଶକ୍ତିଶାଳୀ କରାଯିବ |