Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନରେ ହଲଚଲ ; ଆକାଶ ଛୁଆଁ ହେଲା ଟମାଟୋ ଦର କିଲୋଗ୍ରାମ ପିଛା ୭୦୦ ଟଙ୍କା

ଏବେ ଦେବାଳିଆ ପାକିସ୍ତାନ । ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ସାମ୍ନା କରୁଛି ଦେଶ । ଏବେ, ଏହାର ପଡ଼ୋଶୀ ଦେଶ ପାଇଁ ଆଉ ଏକ ସମସ୍ୟା ଦେଖାଦେଇଛି। ପ୍ରକୃତରେ, ପାକିସ୍ତାନରେ ଟମାଟୋ ମୂଲ୍ୟ ଏବେ ସବୁ ରେକର୍ଡ ଭାଙ୍ଗିଛି । ରିପୋର୍ଟ ଅନୁଯାୟୀ, ଲାହୋର ଓ କରାଚୀ ସମେତ ଅଧିକାଂଶ ପ୍ରମୁଖ ସହରରେ ଟମାଟୋ ଏବେ କିଲୋଗ୍ରାମ ପିଛା ୭୦୦ ଟଙ୍କାରେ ବିକ୍ରି ହେଉଛି ।

ମାର୍କେଟର ସର୍ବାଧିକ ଦର ଶୁଣି ଛାନିଆ ଲୋକେ । କିଛି ସପ୍ତାହ ପୂର୍ବରୁ, ଟମାଟୋ କିଲୋଗ୍ରାମ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଥିଲା । ଟମାଟୋ ମୂଲ୍ୟରେ ଏହି ଅହେତୁକ ବୃଦ୍ଧି ସାଧାରଣ ଲୋକଙ୍କ ଜୀବନକୁ କଷ୍ଟକର କରିଦେଇଛି । ସ୍ଥାନୀୟ କାରଣ ସହିତ ଆଫଗାନିସ୍ତାନ ସହ ବାଣିଜ୍ୟ କାରବାର ବାଧା ପ୍ରାପ୍ତ ଯୋଗୁଁ ମଧ୍ୟ ଟମାଟୋ ମୂଲ୍ୟ ବୃଦ୍ଧି ପାଇଛି।

ସାମା ଟିଭି ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ଯୋଗୁଁ ଫସଲ ନଷ୍ଟ ହୋଇଛି । ବାଣିଜ୍ୟିକ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଏମିତିକି ଯୋଗାଣ ଅଭାବ ସୃଷ୍ଟି ହୋଇଛି । ଯାହା ଫଳରେ ଟମାଟୋର ମୂଲ୍ୟ ଆକାଶ ଛୁଆଁ ହୋଇଛି । ଆଫଗାନିସ୍ତାନରୁ ପାକିସ୍ତାନକୁ ଟମାଟୋ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି । ସୀମା ଉତ୍ତେଜନା ଓ ଆଫଗାନିସ୍ତାନ ରପ୍ତାନି ଉପରେ ପ୍ରତିବନ୍ଧକ ପରେ, ପାକିସ୍ତାନରେ, ବିଶେଷକରି ପ୍ରମୁଖ ସହରଗୁଡ଼ିକରେ ଟମାଟୋ ଏବଂ ଅନ୍ୟାନ୍ୟ ପନିପରିବାର ମୂଲ୍ୟ ବୃଦ୍ଧି ପାଇଛି।

ସୂଚନା ଅନୁଯାୟୀ, ଝେଲମରେ ଟମାଟୋର ମୂଲ୍ୟ କିଲୋଗ୍ରାମ ପିଛା ୭୦୦ ଟଙ୍କାରେ ପହଞ୍ଚିଛି । ସେହିପରି ଗୁଜରାନୱାଲାରେ ଟମାଟୋ କିଲୋଗ୍ରାମ ପିଛା ୫୭୫ ଟଙ୍କାରେରେ ବିକ୍ରି ହେଉଛି। ଫୈସଲାବାଦରେ ଟମାଟୋର ମୂଲ୍ୟ ପ୍ରତି କିଲୋଗ୍ରାମ ୧୬୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ମୁଲତାନରେ, ଟମାଟୋ ପ୍ରତି କିଲୋଗ୍ରାମ ୪୫୦ ଟଙ୍କାରେ ବିକ୍ରି ହେଉଛି । ଯେତେବେଳେ ସରକାରୀ ମୂଲ୍ୟ ତାଲିକା ସର୍ବାଧିକ ମୂଲ୍ୟ ପ୍ରତି କିଲୋଗ୍ରାମ ୧୭୦ ଟଙ୍କାରେ ଧାର୍ଯ୍ୟ କରିଛି। ଲାହୋରରେ, ଟମାଟୋ ପ୍ରତି କିଲୋଗ୍ରାମ ୪୦୦ ଟଙ୍କାରେ ବିକ୍ରି ହେଉଛି, ଯାହା ସରକାରଙ୍କ ଦ୍ୱାରା ଧାର୍ଯ୍ୟ ୧୭୫ ଟଙ୍କାରେ ମୂଲ୍ୟ ଅପେକ୍ଷା ଯଥେଷ୍ଟ ଅଧିକ। ତେବେ ଏହି ପରିସ୍ଥିତି ଲୋକେ କିପରି ନିଜର ଭୋକ ମେଣ୍ଟାଇବେ ଏବଂ ବଜାରରୁ ପରିବା କିଣିବେ ତାହା ସ୍ଥାନୀୟ ଲୋକଙ୍କ ଚିନ୍ତାର ବିଷୟ ପାଲଟିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ