Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଏନ ଏ ସି।ଆବଶ୍ୟକ ୨ ଟ୍ୟାକ୍ସ କଲେକ୍ଟର , ଅଛନ୍ତି ୫ ଜଣ।କାମ ଶୂନ୍ୟ,ତହବିଲରୁ ଦରମା ବାବଦରେ ବାର୍ଷିକ ଲକ୍ଷାଧିକ ଖର୍ଚ୍ଚ।

ଗୋପାଳପୁର:ଓଡ଼ିଶାରେ ଥିବା ଅନ୍ୟ ସମସ୍ତ ଏନ ଏ ସି ମଧ୍ୟରୁ ସବୁଠୁ କମ୍ ଜନସଂଖ୍ୟା ରହିଥିବା ଏନ ଏ ସି ଭାବେ ପରିଗଣିତ ହୋଇ ଅଛି ଗୋପାଳପୁର ଏନ ଏ ସି।ଏନ ଏ ସି କାର୍ଯ୍ୟାଳୟ ପରିଚାଳନା ନିମନ୍ତେ ନିର୍ବାହୀ ଅଧିକାରୀ ଙ୍କ ଠାରୁ ଆରମ୍ଭ ଅନ୍ୟାନ୍ୟ କର୍ମଚାରୀ ଏଠାରେ ନିୟୋଜିତ ରହିଛନ୍ତି।୧୯୬୧ ମସିହାରେ ଗୋପାଳପୁର କୁ ପଞ୍ଚାୟତ ଅଧିନରୁ ମୁକ୍ତ କରାଯାଇ ଏନ ଏ ସି ର ମାନ୍ୟତା ପ୍ରଦାନ କରାଯାଇଥିଲା।ଏହା ମଧ୍ୟରେ ଦୀର୍ଘ ୬୪ ବର୍ଷ ଅତିକ୍ରାନ୍ତ ହୋଇଛି।ଏଠାରେ ପୂର୍ବରୁ ଦୁଇ ଜଣ ଟ୍ୟାକ୍ସ କଲେକ୍ଟର ପଦବୀ ରହି ଆସିଥିବା ବେଳେ ଏମାନେ ଏନ ଏ ସି ପରିସରରେ ରହିଥିବା ବିଭିନ୍ନ ଘରର ହୋଲଡିଙ୍ଗ ଟ୍ୟାକ୍ସ ସହ ଅନ୍ୟାନ୍ୟ ଖଜଣା ଆଦାୟ କରି ଆସୁଥିଲେ। କିନ୍ତୁ ଏବେ ୪ ବର୍ଷ ତଳେ ଭଞ୍ଜନଗର ଏନ ଏ ସି ରେ କାର୍ଯ୍ୟରତ ଥିବା ଟ୍ୟାକ୍ସ କଲେକ୍ଟର ଗଣେଶ ସାହୁ ଙ୍କୁ ଏଠାକୁ ବଦଳି କରାଯାଇଥିଲା।ଏହା ପରେ ଗଞ୍ଜାମ ଏନ ଏ ସି ରୁ ବିଶ୍ବନାଥ ଦଳାଇ ଙ୍କୁ ଗତ ୨ ବର୍ଷ ତଳେ ଏଠାକୁ ସହାୟକ ଟ୍ୟାକ୍ସ କଲେକ୍ଟର ଭାବେ ପୁଣି ବଦଳି କରାଯାଇଥିଲା। ଏବେ ଗତ ୨ ମାସ ତଳେ ପୁଣି ଜଣେ ସୁନ୍ଦରଗଡ଼ ରୁ ବଦଳି ହୋଇ ଏଠାରେ ଟ୍ୟାକ୍ସ କଲେକ୍ଟର ଭାବେ କାର୍ଯ୍ୟ ରେ ଯୋଗଦେଇଛନ୍ତି। ଯାହାଫଳରେ ଏଠାରେ କେବଳ ଟ୍ୟାକ୍ସ କଲେକ୍ଟର ଭାବେ ୩ ଜଣ ଓ ସହକାରୀ ଟ୍ୟାକ୍ସ କଲେକ୍ଟର ଭାବେ ୨ କୁ ମିଶାଇ ୫ ଜଣ ଦାୟିତ୍ୱ ରେ ରହିଛିନ୍ତି। ଟ୍ୟାକ୍ସ କଲେକ୍ଟର ଭାବେ ଚାକିରି କରୁଥିବା ଗଣେଶ ସାହୁ ମାସିକ ୬୦,୨୬୧ ଟଙ୍କା ଦରମା ପାଉଥିବା ବେଳେ ବି ଶୁଶିଳା ୫୪,୬୯୬ ,ବିଶ‌୍ବନାଥ ଦଳେଇ ୬୦,୨୬୨ ,କେଦାର ବାଙ୍ଗାରୀ ୧୫ ହଜାର ଟଙ୍କା ,ସୁନ୍ଦରଗଡ଼ ରୁ ଆସିଥିବା ବି ବ୍ରହ୍ମାନନ୍ଦ ପାତ୍ର ଟ୍ୟାକ୍ସ କଲେକ୍ଟର ଜଣଙ୍କ ମାସିକ ୬୦ ହଜାର ଟଙ୍କା ର ମୋଟା ଆକାରର ଦରମା ପାଉଛନ୍ତି।ଯାହାକି ଏହି ୫ ଜଣଙ୍କ ମାସିକ ଦରମା ବାବାଦରେ ଏନ ଏ ସି ପକ୍ଷରୁ ପ୍ରାୟ ୨ ଲକ୍ଷ୫୦ ହଜରା ଓ‌ ବାର୍ଷିକ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ
ଏଠି ବାର୍ଷିକ ୪୦ ଲକ୍ଷ ଟଙ୍କା ର‌ ବିଭିନ୍ନ ଖଜଣା ଆଦାୟ ହେଉଥିବା ଜଣାପଡିଛି। ପୂର୍ବପରି ଘର ଘର ବୁଲି ଖଜଣା ଆଦାୟ କରିବାକୁ ପଡୁନଥିବା ଜଣାପଡିଛି।ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ମଧ୍ୟରେ ସମସ୍ତ ଏନ ଏ ସି ରେ ଖଜଣା ଆଦାୟ ଅନଲାଇନ କରି ଦିଆଯାଇଥିବା ଯୋଗୁଁ ଅନେକାଂଶରେ ଟ୍ୟାକ୍ସ କଲେକ୍ଟର ଙ୍କ କାମ ସମ୍ପୂର୍ଣ ଭାବେ କମ୍ ହୋଇଯାଇଥିବା ଜଣାପଡ଼ିଛି।ଏହା ମଧ୍ୟରେ ଗୋପାଳପୁର ଏନ ଏ ସି ରେ ୨ କର୍ମଚାରୀ ସ୍ଥାନରେ ୫ ଜଣ ନିଯୁକ୍ତି ପାଇବା ଯୋଗୁଁ ବାର୍ଷିକ ଲକ୍ଷାଧିକ ଟଙ୍କା ଏନ ଏ ସି ର ଦରମା ବାବଦରେ ଖର୍ଚ୍ଚ ହୋଇଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ଗତ କିଛି ମାସ ତଳେ ପି ଡି ଡୁ ଡ଼ା ଗୋପାଳପୁର ଏନ ଏ ସି ପରିଦର୍ଶନ ରେ ଆସିଥିବା ସମୟରେ ଏଠାରେ ଟ୍ୟାକ୍ସ କଲେକ୍ଟର ଆବଶ୍ୟକ ଠାରୁ ଅଧିକ ଥିବାରୁ ଜାଣି ଏହା ନେଇ ବିଭାଗକୁ ଏମାନଙ୍କୁ ଅନ୍ୟତ୍ର ଟ୍ରାନସଫର ପାଇଁ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜିଯାଏଁ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ।ଏହା ନେଇ ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ପର୍ଯ୍ୟାୟ କ୍ରମେ ଅତିରିକ୍ତ ଭାବେ ଜଣେ ସହକାରୀ ଟ୍ୟାକ୍ସ କଲେକ୍ଟର ସାଙ୍ଗକୁ ଦୁଇଜଣ ଟ୍ୟାକ୍ସ କଲେକ୍ଟର ଙ୍କୁ ଗୋପାଳପୁର ଏନ ଏ ସି ରେ ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଛି,ଯା‌ହାଫଳରେ ଏନ ଏ ସି କୁ ସେମାନଙ୍କ ଦରମା ବାବଦରେ ଅତ୍ୟାଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି।
ଏଣୁ ଏନ ଏ ସି ରେ କାର୍ଯ୍ୟରତ ଥିବା ଅନାବଶ୍ୟକ ଟ୍ୟାକ୍ସ କଲେକ୍ଟର ପଦବୀ କୁ ତୁରନ୍ତ ହଟାଇବା ପାଇଁ ସାଧାରଣ ରେ ଦାବି ହେଉଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ