୫୭ ତମ ଅନ୍ତଃ ମହାବିଦ୍ୟାଳୟ ଭାରଉତ୍ତୋଳନ ଓ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା, ୟୁନଭରସିଟି ଶ୍ରୀ ହେଲେ ସାନ୍ତୁନୁ
ଗୋପାଳପୁର:ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ବିଶ୍ଵବିଦ୍ୟାଳୟ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ଠାରେ ୫୭ ତମ ଅନ୍ତଃ ମହାବିଦ୍ୟାଳୟ ଭାରଉତ୍ତୋଳନ ପୁରୁଷ,ମହିଳା ଓ ସୁନ୍ଦର ସ୍ୱାସ୍ଥ୍ୟ ପୁରୁଷ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ପାଠପଢା ସହ କ୍ରୀଡ଼ା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେବା ସହ ଖେଳକୁଦ,ଵ୍ୟାୟମ,କୁସ୍ତି କସରତ ଦ୍ୱାରା ଶାରୀରିକ.ମାନସିକ ସୁସ୍ଥ ରହିବା ସହ ଆରୋଗ୍ୟ ରହିବ ବୋଲି କହିଥିଲେ l ତାହାସହ କ୍ରୀଡ଼ା ଦ୍ୱାରା ପାଠପଢା ଓ ନିଯୁକ୍ତିରେ ସହାୟକ ହେବ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ସିଡିସି ନିର୍ଦ୍ଧେଶକ ଡ଼.ସିଦ୍ଧାର୍ଥ ଶଙ୍କର ପଣ୍ଡା,ଡ଼.ନାରାୟଣ ସାହୁ ଯୋଗ ଦେଇ କ୍ରୀଡ଼ାବିତଙ୍କୁ ଉତ୍ସlହିତ କରିଥିଲେ l ଏଥିରେ ସୁନ୍ଦର ସ୍ୱାସ୍ଥ୍ୟ ପୁରୁଷ ବର୍ଗରେ ୧୫ କଲେଜର ୧୬ ଜଣ ପ୍ରତିଯୋଗୀ ,ଭାରଉତ୍ତୋଳନ ପୁରୁଷ ବର୍ଗରେ ୨୦ ଓ ମହିଳା ବର୍ଗରେ ୭ ଜଣ ଭାଗ ନେଇଥିଲେ l ଭାରଉତ୍ତୋଳନରେ ପୁରୁଷ ବର୍ଗରେ ପ୍ରଥମ ସ୍ଥାନରେ ୬୦ କେ. ଜି ରେ ଆଙ୍କୁଶପୁର ଏସ ଏମ ଆଇ ଟି ର ବିଶାଳ ଘଡେଇ ୨୦୧ କେଜି ଭାରତ୍ତୋଳନ କରିଥିବା ବେଳେ ସେହିପରି ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜର ୬୫ କେ. ଜି ରେ ସୋମନାଥ ପରସେଟ ୧୯୦ କେଜି,୭୧ କେ. ଜିରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଦୀପକ କୁମାର ପ୍ରଧାନ ୨୩୬ କେ.ଜି,୭୯ କେ.ଜି ବର୍ଗରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଦାମୋଦର ପାଣିଗ୍ରାହୀ ୨୨୬ କେ.ଜି,୮୮ କେ.ଜି ବର୍ଗରେ ଆଙ୍କସପୁର ଏସ ଏମ ଆଇ ଟି ର ନର୍ସିମା ନାୟକ ୨୫୫ କେ.ଜି, ୯୪ କେ.ଜି ବର୍ଗରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ସିପନ ମହାପାତ୍ର ୧୯୨ କେ.ଜି,୧୧୦ କେ.ଜି ବର୍ଗରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ସନାତନ ମଲ୍ଲିକ ୨୧୫ କେ.ଜି ଭାରୋଉତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସେହିପରି ମହିଳା ବର୍ଗରେ ପ୍ରଥମ ସ୍ଥାନରେ ୪୮ କେ. ଜି ବର୍ଗରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ରିଙ୍କି ନାୟକ ୧୩୦ କେ.ଜି,୫୩ କେ. ଜି ବର୍ଗରେ ଚିକିଟି କଲେଜର କେ.ବୈଷ୍ଟବି ଆଚାରୀ ୫୯ କେ.ଜି,୬୩ କେ.ଜି ବର୍ଗରେ ଆସିକା କଲେଜର ଶୁଭଲକ୍ଷ୍ମୀ ମୁନୀ ୫୫ କେ.ଜି,୬୯ କେ. ଜି ବର୍ଗରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ରିମଝିମ ନାୟକ ୧୨୫ କେ.ଜି,୭୭ କେ. ଜି ବର୍ଗରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ତୁଳସୀ ସାହୁ ୧୨୬ କେ.ଜି,୮୬ କେ. ଜି ବର୍ଗରେ ଆସିକା କଲେଜର ସାଗରିକା ଗୌଡ଼ ୮୦ କେ.ଜି ଭାରୋଉତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ୭୦ କେ. ଜିରେ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜର ସାନ୍ତୁନୁ ବିଷୋୟୀ ଙ୍କୁ ୟୁନଭରସିଟି ଶ୍ରୀ ଉତ୍ତୋରୀୟ ଦେଇ ସମ୍ମାନିତ କରାଯାଇଥିଲା l ଅଫିସିଆଲ ଭାବେ ଏସ.ରାଜେଶ ବାବୁ ଆଚାରୀ,ଉମା ଚରଣ ଶତପଥୀ,ରମେଶ ଚନ୍ଦ୍ର ପାଢ଼ୀ,ପୂର୍ଣ୍ଣ ଚନ୍ଦ୍ର ପଟନାୟକ,କୃଷ୍ଣ ଚନ୍ଦ୍ର ସାହୁ,ବନିତା ଘଡେଇ,ଦାମିନୀ କୁମାରୀ ସାହୁ,ସଂଯୁକ୍ତା ସାହୁ,ସୁନିତା ପାତ୍ର,ରବି ଚରଣ ମିଶ୍ର,ରାଜେଶ ମହାନ୍ତି ପ୍ରମୁଖ ଦାୟିତ୍ୱ ତୁଲାଇଥିବା ବେଳେ ଧନେଶ୍ଵର ଦାସ,ଜଗନ୍ନାଥ ଚୌଧୁରୀ,ଶିବାନନ୍ଦ ବର୍ମା ପ୍ରମୁଖ ସହଯୋଗ କରିଥିଲେ l

