Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଖଡ଼ିଆଳ : ନୂଆପଡା ଜିଲ୍ଲା ବ୍ୟାଡମିଣ୍ଟନ ଏସୋସିଏସନ ତରଫରୁ ଜୁନିୟର (୧୯ ବର୍ଷରୁ କମ) ଷ୍ଟେଟ ରେଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଖଡ଼ିଆଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଏହାର ଉଦଘାଟନ କରି ଏହି ପ୍ରତିଯୋଗିତା ରାଜ୍ୟରେ ବ୍ୟାଡମିଣ୍ଟନ ପ୍ରତି ଲୋକଙ୍କ ଆଗ୍ରହ ବଢିବ ଓ ଜାତୀୟ ଅନ୍ତର୍ଜାତୀୟ ଖେଳାଳିଙ୍କ ସୃଷ୍ଟି ହେବ ବୋଲି କହିଥିଲେ। ଅନ୍ୟତମ ଅତିଥି ଦ୍ବୟ ଖଡ଼ିଆଳ ନଗରପାଳ ଉଜ୍ଜ୍ବଳ ଗୁପ୍ତା, ବିଶିଷ୍ଠ ସମାଜସେବୀ ବିନୋଦ ଅଗ୍ରୱାଲ, ରାଜ୍ୟ ବେଡ଼ମିଣ୍ଟନ ସଙ୍ଘର ସାଧାରଣ ସମ୍ପାଦକ ନିଲେନ କୁମାର ଏହି ଟୁର୍ଣ୍ଣାମେଣ୍ଟ ଜିଲା ପାଇଁ ଗୌରବର ମୁହୂର୍ତ୍ତ ବୋଲି ଅବିହିତ କରିଥିଲେ। ନୂଆପଡା ଜିଲ୍ଲା ବେଡ଼ମିଣ୍ଟନ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ସମ୍ପାଦକ ଅଙ୍କିତ କୁମାର ସାହୁ, ଅରଗାନାଇଜ ସମ୍ପାଦକ ସୁଦୀପ୍ତ କୁମାର ବିଶୋଇ, ଟୁର୍ଣ୍ଣଆମେଣ୍ଟ କୋ ଅଦିନେଟର ପ୍ରଭଞ୍ଜନ ସେଠି, ଅକ୍ଷୟ କୁମାର ପାଢୀ, ଯୁଗ୍ମ ସମ୍ପାଦକ ଡକ୍ଟର ସରୋଜ କୁମାର ପଣ୍ଡା, ଦୁର୍ବା ରଞ୍ଜନ ଖମାରୀ, ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ମହେଶ କୁମାର ଦଣ୍ଡସେନା, ରାଜାଏଟି ହାଇସ୍କୁଲର କ୍ରୀଡା ଶିକ୍ଷକ ରତନ ସିଂ ବାରିକ, ପ୍ରସନ୍ନ ମାହାନା, କିରଣ ଧରୁଆ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତା ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱଜିତ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୩୦ ଗୋଟି ଜିଲ୍ଲାର ପ୍ରତିଯୋଗୀ ଭାଗ ନେଉଥିବା ବେଳେ ପୁରୁଷ ସିଙ୍ଗଲ, ମହିଳା ସିଙ୍ଗଲ, ପୁରୁଷ ଡବଲ, ମହିଳା ଡବଲ ଓ ମିକ୍ସ ଡବଲ ପର୍ଯ୍ୟାୟରେ ଖେଳ ଅନୁଷ୍ଠିତ ହେବ । ଉଦଘାଟନୀ ଦିନ ବିଭିନ୍ନ ପର୍ଯ୍ୟାୟରେ ୨୪ ଗୋଟି ଦଳ ଲିଗ ମ୍ୟାଚରେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ରବିବାର ଦିନ ଏହାର ଉଦଯାପନ ହେବାକୁ ଥିବା ବେଳେ ଓଡ଼ିଶାରେ ପ୍ରତି ଜିଲ୍ଲାରେ ନବନିର୍ମିତ ଇଣ୍ଡୋର ଷ୍ଟାଡିୟମ ମାନଙ୍କ ମଧ୍ୟରୁ ଖଡ଼ିଆଳ ଠାରେ ପ୍ରଥମ ଥର ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ଜଣାପଡିଛି। ଓଡ଼ିଶା ବ୍ୟାଡମିଣ୍ଟନ ଏସୋସିଏସନ ଏହାକୁ ସହଯୋଗ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ