ଗଞ୍ଜେଇ ସହ ପିସତଲ ଓ ଖୋକା ଜବତ ଜଣେ ଗିରଫ କୋର୍ଟ ଚାଲାଣ । ପରିବାର ଉଠାଇଲେ ମିଥ୍ୟା ଅଭିଯୋଗ
ପଟ୍ଟାଙ୍ଗି୨୫/୧୦ବାହାର ରାଜ୍ୟ କୁ ଚୋରା ଗଞ୍ଜେଇ ଚାଲାଣ ସମୟରେ ମାଡି ବସିଲା ପୋଲିସ୍ । ଏହି ସମୟରେ ଜଣକୁ ଧରିବାରେ ପୋଲିସ୍ ସଫଳ ହୋଇଥିବା ବେଳେ ଅନ୍ୟଜଣେ ପୋଲିସ୍ କୁ ଚକମା ଦେଇ ଫେରାର୍ ହୋଇ ଯାଇଛି । ସେପଟେ ପୋଲିସ୍ ର ଏହିପରି ଗିରଫ କୁ ପରିବାର ବର୍ଗ ଏହା ମିଥ୍ୟା ଅଭିଯୋଗ ଉଠାଇ ଥାନା ସମୁଖରେ ପ୍ରତିବାଦ କରିଥିଲେ । ଏହିପରି ଘଟଣା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ସମୁଖରେ ଦେଖିବା କୁ ମିଳିଥିଲା । ସୂଚନା ମୁତାବକ ସ୍ଥାନୀୟ ଥାନାଧିକାରୀ ପ୍ରଭାତ କୁମାର ବେହେରାଙ୍କ ଦ୍ଵାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁନାବେଡା ଏସଡିପିଓ ସୁମିତ୍ରା ଜେନା ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ଏକ ପ୍ରେସ୍ ବିବୃତି ରେ ୨୩ ତାରିଖ ଗୁରୁବାର ବିଳମ୍ବିତ ରାତିରେ ପଟ୍ଟାଙ୍ଗି ପୋଲିସ୍ ତଥା ଏସ ଆଇ କୁଞ୍ଜ ଲତା ବେହେରା ଓ ଅନ୍ୟ ପୋଲିସ୍ କର୍ମଚାରୀ ରାତ୍ରି କାଳିନ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଏକ କଳା ରଙ୍ଗର କାର ନଂ OR02 BR 8908 ଦ୍ରୁତ ଗତିରେ ଆନ୍ଧ୍ର ଅଭିମୁଖେ ଯାଉଥିବା ସମୟରେ ପେଟ୍ରୋଲିଙ୍ଗ୍ ଦଳ ସନ୍ଦେହ କରି କାର ଟିକୁ ଅଟକାଇ ଚେକିଂ କରିବା ସମୟରେ କାରରୁ ଜଣେ ଫେରାର୍ ହେବା ଦୃଶ୍ୟ କୁ ନେଇ ଉକ୍ତ ଦଳର ସନ୍ଦେହ ବଢିବାରେ ଲାଗିଥିଲା । ଯାହାକି ଚେକିଂ ସମୟରେ ଗଞ୍ଜେଇ ରହିଥିବା ସହ ଏକ ପିସ୍ତଲ ରହିଥିବା ଦେଖି ଅଟକ କାରରେ ରହିଥିବା ଅନ୍ୟ ଜଣଙ୍କୁ କାବୁ କରି ଥାନା କୁ ଆଣି ତନତନ କରି ଚେକିଂ କରିବା ସମୟରେ ଧରାପଡିଥିବା କାରରୁ ଏକ ପିସତଲ ସହ ଅଫୁଟା ଦୁଇଟି ଗୁଳି ବା ଖୋକା ଏବଂ ଏକ ମେଗାଜିନ୍ ବାହାରିଥି ପ୍ରକାଶ କରିବା ସହ ଅଟକ କାରରୁ ୫୧ କେଜି ୭୭ ଗ୍ରାମ୍ ଗଞ୍ଜେଇ , ଗୋଟିଏ ମୋବାଇଲ୍ ଜବତ୍ ହୋଇଛି ଏବଂ ଉକ୍ତ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ଯଥା ସେମିଳିଗୁଡା ବ୍ଲକ୍ ତଥା ସ୍ଥାନୀୟ ଥାନା ଅଧିନସ୍ଥ ସାଡାମ୍ ପଞ୍ଚାୟତ ର ଡି ରେଣୁ ଗ୍ରାମର ଶ୍ରୀକାନ୍ତ ଧଡକା ଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରା ଯାଇଥିବା ସୂଚନା ପ୍ରଦାନ କରିବା ସହ ପୋଲିସ୍ ଉକ୍ତ ଘଟଣାକୁ ନେଇ ଏକ କେସ୍ ନଂ ୧୩୮/୨୫ ଅନୁଯାଇ ଏନ୍ ଡି ପି ସି act ଅନୁସାରେ ଥାନାଧିକାରୀ ବେହେରା ତଦନ୍ତ କରୁଥିବା ବେଳେ ଫେରାର୍ ରାହୁଲ୍ ଧଡକା କୁ ଅତିଶୀଘ୍ର ଗିରଫ୍ କରାଯିବ ବୋଲି ପ୍ରକାଶ କରିଥିଲେ । ସେପଟେ ପୋଲିସ୍ ଏହିପରି ସୂଚନା କୁ ଥାନା ସମୁଖରେ ଭିଡ ଜମାଇଥିବା ଗିରଫ ଶ୍ରୀକାନ୍ତ ର ପରିବାର ବର୍ଗ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅଭିଯୋଗ ଉଠାଇ ଥିବା ସହ ମୋ ପୁଅ ସେମିଳିଗୁଡା ୟୁଡା ଅଫିସ୍ ନିକଟରେ ରହିଥିବା ସିମେଣ୍ଟ୍ ଗୋଦାମ ରୁ ସିମେଣ୍ଟ୍ ଆଣିବା କୁ ଯାଇଥିଲା ବୋଲି ଗୋରା ଧଡକା ଉପସ୍ଥିତ ଗଣମାଧ୍ୟମ କୁ ପ୍ରକାଶ କରିଥିଲେ ।

