ଗୋପାଳପୁର କଲେଜରେ ରାଜନୀତି ବିଜ୍ଞାନ ବିଭାଗ ର ପାଠଚକ୍ର ସହ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ
ଗୋପାଳପୁର ୨୫/୧୦
ଗୋପାଳପୁର କଲେଜରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆଜି ପାଠଚକ୍ର ସହ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ କଲେଜ ଅଧକ୍ଷ ଡ଼.ରାମ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ କଲେଜ ର ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.ନୃସିଂହ ଚରଣ ମିଶ୍ର ଯୋଗ ଦେଇ ସନ୍ଦର୍ଭ “ଜନମଙ୍ଗଳ ରାଷ୍ଟ୍ର ଏବଂ ଏହାର ଆବଶ୍ୟକତା”ଉପରେ ଆଲୋକପାତ କରି ସମ୍ବିଧାନର ମହନୀୟତା ଏବଂ ଜଗତିକରଣର ଉପାଦେୟତା ସହ ଏକ ସୁନ୍ଦର ଏବଂ ସର୍ବାଙ୍ଗୀନ ରାଷ୍ଟ୍ରର ଆବଶ୍ୟକତା ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପିକା ସୌଦାମିନୀ ବେହେରା ଯୋଗ ଦେଇଥିବା ବେଳେ ଗୋପାଳପୁର କଲେଜର ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡଃ ରାମ ଚନ୍ଦ୍ର ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ପଠାଚକ୍ରର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଛାତ୍ରୀ ରୋଶନୀ ବିବି ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ର ସାଗର ପ୍ରସାଦ ରେଡି ସନ୍ଦର୍ଭ ପାଠ କରିଥିଲେ l ଶେଷରେ ଅଧ୍ୟାପକ ବିରଞ୍ଚି ନାରାୟଣ ଜଗଦେବରାୟ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ କଲେଜର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ l ବି.ମନୋହର, କବିତା ଜେନା,ସାବିତ୍ରୀ ପ୍ରଧାନ, କିଶନ ପାଢ଼ୀ ,ସାଗରିକା ସେଠୀ,ଅନିଲ ଜାଦବ, ଜି.ଗଣେଶ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ପ୍ରଥମ ବର୍ଷର ଛାତ୍ର,ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l

