Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଲୁଆପଲ୍ଲୀ ମଣ୍ଡି ଅନ୍ତର୍ଗତ ୩୩ ଟି ଗାଁ ରେ ନଳ ବନ୍ଦ ସ୍ଥିତି ହଜାର ହଜାର କିଆଫୁଲ ଗଛରେ ରହି ନଷ୍ଟ ହେଉଛି।

ଗୋପାଳପୁର,୨୫/୧୦
ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କେଲୁଆପଲ୍ଲୀ କିଆ ମଣ୍ଡି ଅନ୍ତର୍ଗତ ୩୩ ଟି ଗାଁ ରେ ଏବେ ଏକ ସପ୍ତାହ ହେଲା ନଳ ବନ୍ଦ ପରିସ୍ଥିତି ଦେଖିବାକୁ ମିଳିଛି। ଯାହାଫଳରେ ହଜାର ହଜାର ସଂଖ୍ୟାରେ କିଆ ଫୁଲ ତୋଳା ଯାଉନଥିବାରୁ ତାହା ଗଛରେ ହିଁ ପଚିସଢି ନଷ୍ଟ ହେଉଛି।ଏପଧୀ ସ୍ଥିତି ଯୋଗୁଁ ଦୈନିକ ଏହି ୩୩ ଖଣ୍ଡ ଗାଁ ରେ ପ୍ରାୟ ଦେଢ଼ ଲକ୍ଷରୁ ରୁ ୨ ଲକ୍ଷ କିଆଫୁଲ ନଷ୍ଟ ହେଉଥିବା ବେଳେ ଏହା ଦୈନିକ ୬୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ନଷ୍ଟ ହେଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଚାରୋଟି ଉପକୂଳବର୍ତ୍ତୀ ବ୍ଲକ ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଏବଂ ଚିକିଟି ବ୍ଲକର ପ୍ରାୟ ୧୧୦ ଟି ଗାଁ ରେ ଚାଷୀମାନେ କିଆଫୁଲ ଚାଷ କରୁଛନ୍ତି।ଏହି ୪ ଟି ବ୍ଲକରେ କିଆଫୁଲ ଚାଷ , ବିକ୍ରି ଆଦି କରିବା ନିମନ୍ତେ ଗାଁର ଚାଷୀମାନେ ତିନୋଟି ଗୋଷ୍ଠୀ (ମଣ୍ଡି) (ଆଗ୍ରହାମ ମଣ୍ଡି, କେଲୁଆପାଲି ମଣ୍ଡି ଏବଂ ସିଦ୍ଧ ଭୈରବୀ ମଣ୍ଡି) ନାମରେ ସଂଗଠିତ ହେଇଛନ୍ତି । ଏମାନଙ୍କ ମଧ୍ୟରୁ କେଲୁଆପଲ୍ଲୀ ମଣ୍ଡି ଅଞ୍ଚଳରୁ ହିଁ ଅଧିକ ପରିମାଣର ଫୁଲ ଉତ୍ପାଦନ ହୋଇଥାଏ। ଏବେ ଏହି ୩୩ ଖଣ୍ଡ ଗାଁ ରେ ଉତ୍ପାଦନ ହେଉଥିବା ଫୁଲ କିଣୁଥିବା ମାଟି ଗୁଡ଼ିକ ଦିପାବଳୀ ଏବଂ ଚଳିତବର୍ଷ ର ଅତର ନିର୍ମାଣ ର‌ ଟାର୍ଗେଟ ପୂରଣ କରି ସାରିଥିବାରୁ ପ୍ରାୟତଃ ବନ୍ଦ ରହିଛି। ଯାହାଫଳରେ ଦିପାବଳୀ ଠାରୁ ଆଜିଯାଏଁ ପ୍ରାୟ ୪ ଦିନ ହେଲା ଏହି ଅଞ୍ଚଳ ମାନଙ୍କ ରେ ଚାଷୀ ମାନେ ଫୁଲ ବିକ୍ରି ହେଉନଥିବାରୁ ଚାଷୀ ମାନେ ଫୁଲ ଆଉ ଗଛରୁ ନତୋଳି ଛାଡ଼ି ଦେଇଛନ୍ତି ଯାହାଫଳରେ ଅନୃଟ ଫୁଲ ଗଛରେ ହିଁ ପଚିସଢି ନଷ୍ଟ ହେଉଥିବା ବେଳେ ଚାଷୀମାନେ ମାନେ ଜଣପିଛା ୩/୪ ହଜାର ଟଙ୍କା ଲେଖାଏଁ ନଷ୍ଟ ହେଉଥିବା ବେଳେ ଏହାର ପରିମାଣ ଦୈନିକ ପ୍ରାୟ ୬୦ ଲକ୍ଷ ନଷ୍ଟ ହେଉଥିବା ବେଳେ ୪ ଦିନରେ ପ୍ରାୟ ୨ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ନଷ୍ଟ ହେଉଥିବା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏନ୍ ଡମ୍ବରୁ ରେଡ୍ଡୀ ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଚାଷୀ ଙ୍କୁ ସାହାଯ୍ୟ କରିବାକୁ ଦାବି ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ