Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୋରଙ୍କ ଟାର୍ଗେଟ ରେ ତାଲାବନ୍ଦ ଘର।ତାଲା ବନ୍ଦ ଥିବା ଘରୁ ଲୁଟିଲେ ଦୁର୍ବତ୍ତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଶିବାନନ୍ଦ ନଗର ପ୍ରଥମ ଲାଇନରେ ଚୋରମାନେ ଏକ ତାଲାବନ୍ଦ ଘରକୁ ଟାର୍ଗେଟ କରିବା ସହ କଳାକନା ବୁଲାଇଥିବା ଅଭିଯୋଗ ହୋଇଛି। ଅନିଲ କୁମାର ପାତ୍ରଙ୍କ ଘରୁ ଦୁର୍ବତ୍ତ ମାନେ ତାଲା ଭାଙ୍ଗି ବହୁ ରୁପା ସାମଗ୍ରୀ ଲୁଟି ନେଇଥିବା ନେଇ ଅନିଲ ଆଜି ଥାନାରେ ଲିଖିତ ଅଭିଯୋଗ ହୋଇଛି l ଲୁଟ ହୋଇଥିବା ରୂପା ପ୍ରାୟ ୪ କେଜି ଓ କିଛି ଟଙ୍କା ଚୋରି ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି l ଘର ମାଲିକ ଅନିଲ କୁମାର ପାତ୍ର କୌଣସି କାମରେ ବାହାରେ ରହୁଥିବା ବେଳେ ଘର ବୁଝାସୁଝା ପାଇଁ ସୁଶାନ୍ତ ପାତ୍ରଙ୍କୁ ଦାୟିତ୍ୱ ଦେଇଥିଲେ l ସୁଶାନ୍ତ କିଛି ଦିନ ହେଲା ଘରକୁ ଯିବା ଆସିବା କରୁଥିଲେ l ଗୁରୁବାର ଦିନ ଅନିଲଙ୍କ ଝିଆରୀ ଶ୍ରଦ୍ଧା ଜେନା ଗଛରେ ପାଣି ଦେବା ପାଇଁ ଉକ୍ତ ଘରକୁ ଆସିଥିବା ବେଳେ ମୁଖ୍ୟ କବାଟର ତାଲା ଭଙ୍ଗା ଯାଇଥିବା ଦେଖି ମାମୁଁଙ୍କୁ ଖବର ଦେଇଥିଲେ l ଅନିଲ ସେଠାରେ ପହଞ୍ଚିଵା ପରେ ବାହାର କବାଟ ଭିତର ପଟେ ବନ୍ଦ ଥିବାରୁ ସନ୍ଦେହ କରି ବାରିପଟେ ଯାଇଥିଲେ, ସେଠାରେ ବାରିପଟ କବାଟ ଖୋଲାଯାଇଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ରେ ଘର ଭିତରକୁ ଯାଇ ଦେଖିଲା ବେଳେ ଦୁଇଟି ଗଡ଼ରେଜ ଆଲମାରୀ ଓ ଦୁଇଟି କାଠ ଆଲମାରୀ ଭଙ୍ଗାଯାଇ ଘରେ ଥିବା ୪ କେଜି ରୂପା ସାମଗ୍ରୀ ସହ ଓ କିଛି ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ l ପରେ ଝିଆରୀ ଶ୍ରଦ୍ଧା ଜେନା ଆଜି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୬୫/୨୩ ରେ ଏକ ମାମଲା ରୁଜୁ କରି ସାଇଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତା ରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ କହିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories