Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ ବିଶ୍ୱବିଦ୍ୟାଳୟ ରେ ନିଧି ଆପକେ ନିକଟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ।

ଗୋପାଳପୁର,୨୭/୨୦
ନିଷ୍ଟ ବିଶ୍ୱବିଦ୍ୟାଳୟ ରେ “ନିଧି ଆପକେ ନିକଟ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ବିଶ୍ଵବିଦ୍ୟାଳୟ ଆକାଉଣ୍ଟ ବିଭାଗ ପକ୍ଷରୁ କାର୍ଯ୍ୟରତ କର୍ମଚାରୀ ମାନେ କିପରି ଭାବରେ ରାଜ୍ୟ ବୀମା ନିଗମ ଏବଂ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଅଧୀନରେ ଲାଭ ପାଇଁ ପାରିବେ ଏବଂ ଏହାର ଉଦ୍ଦେଶ୍ୟ ଗୁଡ଼ିକୁ ସମସ୍ତ କର୍ମଚାରୀଙ୍କୁ ଅବଗତ କରାଇବା ନିମନ୍ତେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ନିଷ୍ଟ ବିଶ୍ୱବିଦ୍ୟାଳୟ ର କୁଳପତି ଡ଼. ପ୍ରିୟଦର୍ଶନ ପାତ୍ର ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରୋଭିଡେଣ୍ଟ୍ ପାଣ୍ଠି ର ଆଞ୍ଚଳିକ ନିର୍ଦ୍ଦେଶକ ମୌସୁମୀ ଲତା ପାଢ଼ୀ ଯୋଗ ଦେଇ ଥିଲେ। ଗଞ୍ଜାମ ଜିଲ୍ଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ର ନୋଡାଲ ଅଧିକାରୀ ପ୍ରଭାତ କୁମାର ମହାରଣା କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ପଦକ୍ଷେପ ଏବଂ ସୁବିଧା ବିଷୟରେ ଅବଗତ କରାଇଥିଲେ । ଇ ଏସ ଆଇ ର ଶାଖା ପରିଚାଳିକା ସ୍ନେହ ସିଦ୍ଧି ଏବଂ ଇଏସଆଇ ର ଇନ୍ସପେକ୍ଟର ସନ୍ଦୀପ ସ୍ବାଇଁ ସମସ୍ତ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ସୁବିଧା ସୁନିଶ୍ଚିତ କରିବାରେ କର୍ମଚାରୀ ରାଜ୍ୟ ବୀମା କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ବିଶ୍ଵବିଦ୍ୟାଳୟ ଚିଫ ଫାଇନାନ୍ସ ଅଫିସର ସିଏ ସୈନିକ ବିଭୁତିରାୟ, ଅଶୋକ ସାମନ୍ତରାୟ, ରବୀନ୍ଦ୍ର ବେହେରା, ସୌମ୍ୟା ମୁଦୁଲି, ରଶ୍ମିତା ମିଶ୍ର, ବୃନ୍ଦାବନ ବଳିୟାରସିଂ, ପିତାମ୍ବର ସାହୁ, ଦୁର୍ଗାମାଧବ ପାଢ଼ୀ, ସନ୍ତୋଷ ନାୟକ ନେତୃତ୍ୱରେ ସୁଚାରୁ ଭାବେ ପରିଚାଳିତ ହୋଇଥିଲା । ଶେଷରେ ଭାରପ୍ରାପ୍ତ କୁଳସଚିବ ଡ଼. ବିଷ୍ଣୁକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories