ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ବୈଠକ। ଦକ୍ଷିଣ ମଣ୍ଡଳ ର ନୂତନ ପାର୍ଥୀ ଚୟନ ।
ଗୋପାଳପୁର ,୨୭/୧୦
ବରପଲୀ ଠାରେ ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୃନ୍ଦାବନ ଖଟେଇ, ଓ ମହୁରୀ ଅଞ୍ଚଳର ଗୁରୁନାଥ ବିଷୋୟୀ, ରଞ୍ଜନ ସ୍ବାଇଁ, ରାଜକିଶୋର ବରାଡ଼, ରାଜୁ ପ୍ରଧାନ, ଗିରିଧର ଭୂୟାଁ,
ଘାଟିପାରୀ ମଣ୍ଡଳର ସଭାପତି -ରୋହିତ ଭୂୟାଁ, ଭଗବାନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ମହୁରୀ ଅଞ୍ଚଳର ଓ ଘାଟିପାରୀ ମଣ୍ଡଳର ସଭ୍ୟମାନଙ୍କ କଲ୍ୟାଣ ଉପରେ ମାର୍ଗଦର୍ଶକ କରିଥିଲେ l ପରବର୍ତ୍ତୀ ସମୟରେ ଦଶଖଣ୍ଡ ଗ୍ରାମ୍ୟ କମିଟି ନିର୍ବାଚନରେ ଭାଗ ନେଇଥିଲେ ସଭାପତି ଭାବେ ଅମରେନ୍ଦ୍ର ଜେନା, ଉପ ସଭାପତି -ଜଗନ୍ନାଥ ଭୂୟାଁ, ସମ୍ପାଦକ -ରଞ୍ଜନ ସ୍ବାଇଁ ପ୍ରମୁଖ ନିର୍ବାଚିତ ହୋଇଥିଲେ।ଶେଷରେ ଗୁରୁନାଥ ଭୂୟାଁ ଧନ୍ୟବାଦ ଦେଇ ସମାପ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପେନ୍ଦ୍ର ଜେନା, ତ୍ରିନାଥ ଜେନା,ସୁନିଲ କୁମାର ଜେନା,ନିତୁ ଜେନା, ଅନ୍ତର୍ଯ୍ୟାମୀ ଜେନା, ବୃନ୍ଦାବନ ଜେନା,ଶିଶିର ଜେନା,ତ୍ରିପତି ଜେନା, ବାଲାଜୀ ଜେନା ସହ ଗୋଳନ୍ଥରା ମଣ୍ଡଳ ର ସମସ୍ତ ସଭ୍ୟ ସହଯୋଗ କରିଥିଲେ।

