Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ଜମି ରୁ ଜବରଦଖଲ ଉଚ୍ଛେଦ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ ପ୍ରଶାସନ ପକ୍ଷରୁ ସରକାରୀ ଜମି ରେ ଥିବା ଜବରଦଖଲ ଉଚ୍ଛେଦ କରାଯାଇଛି। ରେଙ୍ଗାଲି ମହାବୀର ଛକ ଠାରୁ ବ୍ଲକ କାର୍ଯ୍ୟଳୟ କୁ ସଂଯୋଗ କରୁଥିବା ରାସ୍ତା ରେ ଥିବା ଜବରଦଖଲ କୁ ପ୍ରଶାସନ ଉଚ୍ଛେଦ କରିଛି। ବହୁ ଦିନ ଧରି ଉକ୍ତ ରାସ୍ତା ରେ ଥିବା ସରକାରୀ ଜମି କୁ ଜବରଦଖଲ କରୀ ମାନେ ଅକ୍ତିଆର କରି ରଖିଥିଲେ। ବୁଧବାର ଦିନ ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରି ଜେଶିବି ଲଗାଇ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ସମୟର ରେଙ୍ଗାଲି ତହସିଲଦାର ତକ୍ଷରାଜ୍ ଭିତିରିଆ, ରେଙ୍ଗାଲି ଥାନା ଅଧିକାରୀ ଗୁରୁଦେବ କର୍ମୀ, ରେଙ୍ଗାଲି ରାଜସ୍ବ ଅଧିକାରୀ ଙ୍କ ସହ ଓ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ