Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଷ୍କର୍ମ କରି ମହିଳାଙ୍କୁ ଫିଙ୍ଗିଦେଲେ ; ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୁହଁ

ବଲାଙ୍ଗିର: ବଲାଙ୍ଗିର ଦେଓଗାଁ ଅଂଚଳରେ ଦୁଷ୍କର୍ମ ପରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। ପୋଲିସ ତଦନ୍ତ କରିବାରେ ଲାଗିଛି| ମୃତ ମହିଳାଙ୍କ ପରିଚୟ ନ ମିଳିବାରୁ ପୋଲିସ ମଧ୍ୟ ଦ୍ଵନ୍ଦରେ ରହିଛି । କିଏ ଓ କାହିଁକି ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରି ଫିଙ୍ଗିଦେଇଥିଲା ତାର କାରଣ ଅସ୍ପଷ୍ଟ ରହିଛି । ମହିଳାଙ୍କ ମୃତଦେହ ଉଦ୍ଧାର କରିବା ପରେ ଏହାର ଯାଞ୍ଚ କରିବା ପାଇଁ ବଲାଙ୍ଗିର ମେଡ଼ିକାଲରେ ରଖାଯାଇଛି | ତେବେ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ତାହାର ତଦନ୍ତ କରିବାରେ ଲାଗିଛି ।

ଅପରାଧୀ ନିଜକୁ ଏବଂ ନିଜର ପ୍ରମାଣକୁ ଲୁଚାଇବା ପାଇଁ ମହିଳାଙ୍କ ମୁହଁକୁ ଜାଳିଦେଇଛି |ଏହି କାରଣ ପାଇଁ ମହିଳାଙ୍କ ପରିଚୟ ମଧ୍ୟ ମିଳିବାରେ କଷ୍ଟ ହେଉଛି | ବୁଧବାର ଦିନ କୁମୁନସି ଜଙ୍ଗଲରେ ଜଣେ ମହିଳାଙ୍କ ଶବ ପଡିଥିବାର ଦୁଇ ଜଣ ଛେଳି ଚରାଲି ଦେଖିବାକୁ ପାଇଥିଲେ । ଏହି ଶବକୁ ସେମାନେ ତୁରନ୍ତ ଆଖପାଖରେ ଥିବା ଲୋକଙ୍କୁ ମଧ୍ୟ ଏକାଠି କରି ପରେ ସେ ପୋଲିସକୁ ଖବର ପଠାଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରିଥିଲା । ଏହା ପରେ ପୋଲିସର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି |

ପୋଲିସଙ୍କ କହିବା ମୁତାବକ, ମୃତଦେହର ଅବସ୍ଥାକୁ ଦେଖି ଅନୁମାନ କରାଯାଉଛି ଯେ ମହିଳାଙ୍କୁ ପ୍ରଥମେ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା। ଜଙ୍ଗଲ ଆଖପାଖ ଜମିରେ କପା ଚାଷ କରାଯାଏ ଯାହା ସେଠିକାର ବାସିନ୍ଦା କହିଛନ୍ତି। ଚାଷୀଙ୍କୁ ଛାଡ଼ିଦେଲେ, ଛେଳି ଚରାଳି ବି ସେ ଜଙ୍ଗଲକୁ ଯାଇଥାନ୍ତି । କିନ୍ତୁ କିଛି ଦିନ ହେବ ପାଗ ଖରାପ ଥିବାରୁ ଏବଂ ଲଗାଣ ବର୍ଷା ଯୋଗୁ ସେହି ଜଙ୍ଗଲକୁ କେହି ଯାଇନଥିଲେ । ସବୁ ପରେ ପ୍ରଶ୍ନ ଉଠୁଛି ଯେ କିଏ ଏହିପରି ନିର୍ମମ କାଣ୍ଡ କରିଛି ଏବଂ କଣ ପାଇଁ କରିଛି ? ତାହା ଏବେ ଜାଣିବାରେ ପୁରା ପୋଲିସ ଟିମ ଜାଣିବାରେ ଲାଗିପଡିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ