ସମ୍ବଲପୁର ମହୋତ୍ସବ-୨୦୨୫ ଆୟୋଜନ କମିଟିର ଗୁରୁତ୍ବପୂର୍ଣ ନିଷ୍ପତ୍ତି
 
        ସମ୍ବଲପୁର:ଗତ ବର୍ଷକ ମଧ୍ୟରେ ଦିବଙ୍ଗତ ପଶ୍ଚିମାଂଚଳର ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୁତି ଉଦ୍ଧେଶ୍ୟରେ ଆଗାମୀ ନଭେମ୍ବର ମାସ ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ସମ୍ବଲପୁର ମହୋତ୍ସବ ଅବସରରେ ବିଭିନ୍ନ ତୋରଣ,ମଂଚ ଓ ପ୍ରେକ୍ଷାଳୟ ତିଆରି କରି ସେମାନଙ୍କ ସ୍ମୃତି ଚାରଣ କରାଯିବ।
ସ୍ବର୍ଗତ ପଦ୍ମଶ୍ରୀ ବିନୋଦ ପଶାୟତ, ସାହିତ୍ୟିକ ଓ ପ୍ରଶାସକ ଡ. ରାଜେନ୍ଦ୍ର ପଣ୍ଡା,କବି ବିପିନ ମହାନନ୍ଦ,୰ସାହିତ୍ୟିକ ମନୋହର ସାହୁ,୰ ଆକାଶବାଣୀର ପ୍ରଥମ ସମ୍ବଲପୁରୀ ମହିଳା ଗୀତିକାର ୰ଲୋକଜନନୀ ପଣ୍ଡା,ପ୍ରମୂଖଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ।
ମହୋତ୍ସବର ତୋରଣ ଗୁଡ଼ିକ ଏହି ଦିବଂଗତ ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଉତ୍ସର୍ଗୀକୃତ କରିବା ସହ ଆଲୋଚନା ପ୍ରେକ୍ଷାଳୟ ଓ ପ୍ରଦର୍ଶନୀ ପ୍ରେକ୍ଷାଳୟକୁ ମଧ୍ୟ ଏମାନଙ୍କ ନାମରେ ନାମିତ କରାଯିବାକୁ ନିଷ୍ପତ୍ତି ହୋଇଛି।
ସମ୍ବଲପୁର ମହୋତ୍ସବର ଉପଦେଷ୍ଟା ମଣ୍ଡଳୀର ସ ଭ୍ୟ ବିଶିଷ୍ଟ ସାମ୍ବାଦିକ ସୁବାଷ ପାଣିଗ୍ରାହୀ ସମ୍ବଲପୁର ମହୋତ୍ସବ ପାଇଁ ବିଭିନ୍ନ ମତାମତ ଦେଇଥିଲେ ଯାହାକୁ ଆୟୋଜନ କମିଟୀ ତର ଫରୁ ଗ୍ରହଣ କରାଯାଇଛି। ବିଶିଷ୍ଟ ଐତିହାସିକ,ପ୍ରାକ୍ତନ ପ୍ରଶାସକ,ସାହିତ୍ୟିକ ଡ. ଶଶାଙ୍କ ଶେଖର ପଣ୍ଡା ସ୍ଥାନୀୟ କଳାକାର ଙ୍କୁ ଜାତୀୟ ସ୍ତରକୁ ଉତୀର୍ଣ କରୁଥିବାରୁ ସମ୍ବଲପୁର ମହୋତ୍ସବକୁ ଯଥାର୍ଥରେ ଏକ ଜାତୀୟ ମହୋତ୍ସବ ବୋଲି ମତ ପ୍ରକାଶ କରିଥିଲେ।
କାର୍ଯ୍ୟକାରୀ କମିଟୀର ସଦସ୍ୟ ବିଶିଷ୍ଟ ସମାଜସେବୀ କାର୍ତ୍ତିକ ପ୍ରସାଦ ବହିଦାର ପଶ୍ଚିମାଂଚଳର ଅସ୍ମିତାକୁ ଜାହିର କରିବାକୁ ଏହି ମହୋତ୍ସବ ସମର୍ପିତ ବୋଲି କହିଥିଲେ। ଆମର ସ୍ବାଭିମାନ ହିଁ ଆମକୁ ଉଚ୍ଚତର ଲକ୍ଷ୍ୟ ପ୍ରାପ୍ତି ପାଇଁ ଆମକୁ ପ୍ରେରିତ କରିବ।
କାର୍ଯ୍ୟକାରୀ କମିଟୀର ସଦସ୍ୟ ସାଧକ ଶ୍ରୀ ସଦାନନ୍ଦ ପଣ୍ଡା ନିଜ ଅଂଚଳର ଭାଷା,ସାହିତ୍ୟ,ସଂସ୍କୃତି,ସ୍ବାଭିମାନ ପାଇଁ ଆମେ ସମ୍ବଲପୁର ମହୋତ୍ସବ ଜରିଆରେ ସଦା ଚେଷ୍ଟିତ ବୋଲି ପ୍ରକାଶ କରିଥିଲେ। ଏ ବର୍ଷ ମଧ୍ୟ ଏ ଦିଗରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
କାର୍ଯ୍ୟକାରୀ କମିଟୀର ସଦସ୍ୟ ସମାଜସେବୀ ଭାରତୀ ପଣ୍ଡା କହିଥିଲେ ଯେ,ସମ୍ବଲପୁର ମହୋତ୍ସବ ଆମ ଅଂଚଳର ନାଚ,ଗୀତ,ନାଟ,କ ଳା,ସଂସ୍କତି,ଐତିହ୍ୟ,ପରଂପରାକୁ ବାର୍ଷିକୀୟ ମଂଚ ପ୍ରଦାନ କରି ପ୍ରୋତ୍ସାହିତ କରୁଛି। ଆଲୋଚନା ସଭା,କବିତା ପାଠ,କର୍ମଶାଳା ମାଧ୍ୟମରେ ଅଂଚଳର କବି,ସାହିତ୍ୟିକମାନେ ନିଜର ସାହିତ୍ୟିକ ଉତ୍କର୍ଷତାକୁ ପ୍ରତିପାଦନ କରିପାରୁଛନ୍ତି।
ଗୁରୁ ମୋହିତ ସ୍ବାଇଁ କହିଥିଲେ,ସମ୍ବଲପୁର ମହୋତ୍ସବ ଗୀତ ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ପ୍ରୟୋଗକୁ ଗୁରୁତ୍ବ ଦେଇଆସିଛି। ନୂତନ କ ଳାକାର ଙ୍କୁ ସୂଯୋଗ ଦେଇ ଜାତୀୟ ସ୍ତରକୁ ଉତୀର୍ଣ କରିପାରୁଛି।
ଗୁରୁ ଦୁର୍ଗାପ୍ରସାଦ ଦାଶ ସମ୍ବଲପୁର ମହୋତ୍ସବ ଏକ ସାଂସ୍କୃତିକ ବିପ୍ଳବ ହୋଇଯାଇଛି। ଏଥିରେ ସମସ୍ତ ଅଂଚଳର କବି,କଳାକର,ଚିନ୍ତାନାୟକଙ୍କ ବାର୍ଷିକୀୟ ମହାଜୋଟ୍।
ନାଟ୍ୟକାର,ଗୀତିକାର,ଉଦ୍ଘୋହକ ଗୁରୁ ରାମାଶିଷ ତ୍ରିପାଠୀ ଉପସ୍ଥାପନା ଓ ମଂଚ ଅନୁଶାସନ ବାବଦରେ ଅନେକ ଗୁରୁତ୍ବପୂର୍ଣ ପରାମର୍ଶ ଦେଇଥିଲେ। ନନ୍ଦିନୀ ପଣ୍ଡା ‘ସୁଆଦ ସମ୍ବଲପୁରୀ’ ର ଆବାହିକା ଭାବରେ ଲୋକଙ୍କ ମଧ୍ୟରେ ସମ୍ବଲପୁରୀ ରନ୍ଧା ଖାଦ୍ୟ ପ୍ରତିଯୋଗୀତାର ପ୍ରସ୍ତାବ ଦେଇଥିଲେ। ଅବିନେତ୍ରୀ ରୋଜୀ ଷଡ଼ଙ୍ଗୀ ସମ୍ବଲପୁର ମହୋତ୍ସବର ଶୋଭନୀୟତା ଦିଗ ପ୍ରତି ସମସ୍ତଙ୍କୁ ଧ୍ୟାନ ଦେବାକୁ କହିଥିଲେ। କଳାକାର ଧରଣୀଧର ନାଥ ମଂଚ ପରିଚାଳନା ପାଇଁ ସୁବ୍ୟବସ୍ଥା,ଗ୍ରୀନ୍ ରୁମ୍,ଡାଏନିଙ୍ଗ୍ ସ୍ପେସ୍ ଅଂଚଳର ସୂଚାରୁ ବ୍ୟବସ୍ଥା ବାବଦରେ ପରାମର୍ଶ ଦେଇଥିଲେ। ଅଭିଜ୍ଞ ଉଦ୍ଘୋଷକ କ୍ରିଷ୍ନା ପଣ୍ଡା କହିଥିଲେ ଯେ,ଉଦ୍ଘୋଷଣା ହିଁ ମହୋତ୍ସର ପରିଚୟ ଦେଇଥାଏ,ତେଣୁ ଆମେ ଏହାର ମର୍ଯ୍ୟାଦାପୂର୍ଣ ପରିଚାଳନା କରିବା।
ସମ୍ବଲପୁର ମହୋତ୍ସବ-୨୦୨୫ ପାଇଁ ଆୟୋଜନ କମିଟୀର ଅନୁଷ୍ଠିତ ସଭାରେ ଅନେକ କମିଟୀ ବିଷୟରେ ଭାବବିଚାର ହୋଇଯାଇଛି। ଏଥିରେ ଅନୁଶାସନ କମିଟୀର ଆବାହକ ମୁନିରାମ ମୁଣ୍ଡା,ଶୋଭାଯାତ୍ରା କମିଟୀର ଆବାହକ କାହ୍ନୁ ଜେନା,ଉଦ୍ଘୋଷକ କମିଟୀର ଆବାହକ ଭବତୋଷ ବିଶି,ସ୍ମରଣିକା କମିଟୀର ଆବାହକ ପ୍ର. ସୋମଦତ୍ତ ପ୍ରଧାନ,ଫଟୋଗ୍ରାଫୀ କମିଟିର ଆବାହକ ଶିଶିର କର,ସାହିତ୍ୟୋସବ କମିଟୀର ଆବାହକ ମାନସ କୁମାର ଷଡ଼ଙ୍ଗୀ,ସ୍ବଛତା କମିଟୀର ଆବାହକ ସୌରୀନାରାୟଣ ପାଣୀଗ୍ରାହୀ,ଚିତ୍ରାଙ୍କନ ଓ ପ୍ରଦର୍ଶନୀ କମିଟୀର ଆବାହକ ଗୁରୁ ସନ୍ତୋଷ ପଟ୍ଟନାୟକ,ଗୁରୁ ଦେବାଶିଷ ପ୍ରଧାନ,ଗୁରୁ ଲୋକନାଥ ପୂଝାରୀ,ଡିଜିଟାଲ୍ କ୍ରିଏଟର୍ସ୍ କମିଟୀର ଆବାହକ ଭୂପେଷ ସାହୁ,ଖାଦ୍ୟ ଓ ଆତିଥ୍ୟ କମିଟୀର ଆବାହକ ସୁଧାସିନ୍ଧୁ ଖୁଣ୍ଟିଆ,ଅନୂଜ ଜେନା,ଗୀତ-ସଂଗୀତ କମିଟୀର ଆବାହକ ଗାୟକ ରବିନ୍ଦ୍ର ପଣ୍ଡା,ଗାୟକ ରାଜ୍କୁମାର ଜାଲ୍,କଳାକାର ଧରଣୀଧର ନାଥ, ସୋସିଆଲ୍ ମିଡ଼ିଆ କମିଟୀର ଆବାହକ ସ୍ପନ୍ଦନ ବେହେରା,ଲୋକନାଥ ପୂଝାରୀ, ପ୍ରମୂଖଙ୍କୁ ଚୟନ କରାଯାଇଛି। ଆଗାମୀ ଦିନରେ ଏହାକୁ ଆହୁରି ବିସ୍ତାର କରାଯିବ। ଏଥି ସହିତ ଅନ୍ୟାନ୍ୟ ଆବଶ୍ୟକୀୟ କମିଟି ମଧ୍ୟ ଗଠନ କରାଯିବ।

 
                        
 
                                 
                                 
                                 
                                 
                                