Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ପ୍ରଶାସନ ପକ୍ଷରୁ ଲୌହୋ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ

ସମ୍ବଲପୁର:ପ୍ରତ୍ଯେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ ହୋଇଯାଇଛି।ବିବିଧତା ମଧ୍ୟରେ ଏକତାର ଭାବନା କୁ ପ୍ରୋତ୍ସାହିତ କରିବା ଓ ଜାତୀୟ ଅଖଣ୍ଡତାକୁ ବଜାୟ ରଖିବା ଆଜି ରାଷ୍ଟ୍ରୀୟ ଏକତା ଦିବସ ପାଳନର ମୂଳ ଲକ୍ଷ୍ୟ l ଏହି ପରିପ୍ରେକ୍ଷୀ ରେ ଆଜି ସମ୍ବଲପୁର ରେ ଜିଲ୍ଲାସ୍ତରୀୟ ଏକତା ଗଣଦୌଡ ସହିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ରେ ସମୂହ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଗଣଦୌଡ ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲ ରୁ ଗୋଳବଜାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା, ଯାହାକୁ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଶୋକ କୁମାର ଭୋଇ, ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ରେହାନ କ୍ଷତ୍ରି,ଭା.ପ୍ର.ସେ- ପ୍ରୋବେସନର୍ ଶୁଭ୍ରା ପଣ୍ଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଙ୍କ ସମେତ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ଏକ ଭାରତ- ଆତ୍ମନିର୍ଭର ଭାରତ ଉପରେ ଆଧାରିତ ଏହି ଗଣଦୌଡ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଚାରଧାରା ସମ୍ପର୍କରେ ଲୋକଙ୍କ ମଧ୍ୟରେ ଅଖଣ୍ଡତା ଓ ଏକତା ର ସଚେତନତା ବାର୍ତ୍ତା ସୃଷ୍ଟି କରିବ l
ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ବୋନ୍ଦର ଏକତା ଗଣଦୌଡ ରେ ଯୋଗଦେଇ ସମସ୍ତଙ୍କୁ ଏକତ୍ର ହୋଇ ଏକ ଭାରତ-ଆତ୍ମନିର୍ଭର ଭାରତ ନିର୍ମାଣ ରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ l
ଚଳିତ ବର୍ଷ ସମ୍ବଲପୁର ଜିଲ୍ଲା ପ୍ରଶାସନ ଦ୍ଵାରା ଲୌହୋ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଭାବରେ ପାଳନ ଅବସରରେ ଜାତୀୟ ଏକତା ଦିବସର ଭାବନାକୁ ଉଜ୍ଜ୍ଵଳ କରି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ l ସୂଚନା ଅନୁଯାୟୀ ଆଗାମୀ ଦିନରେ ସମ୍ବଲପୁର ସଦର ଏବଂ କୁଚିଣ୍ଡା ରେ ଏକତା ପଦଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାଧାରଣ ସମାବେଶ ଅନୁଷ୍ଠିତ ହେବ l ଏହି ଏକତା ପଦଯାତ୍ରା ମାଧ୍ୟମରେ ଅଂଶଗ୍ରହଣକାରୀ ଏକ ଭାରତ , ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବା ଉଦ୍ଧେଶ୍ୱରେ ଜାତୀୟ ବାର୍ତ୍ତା ପ୍ରସାର କରାଯିବ l ଯେଉଁଠାରେ ସମ୍ବଲପୁର ସାଂସଦ ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି l
ଉକ୍ତ ପଦଯାତ୍ରାରେ ପ୍ରାୟ ୧୦୦୦ ରୁ ୧୫୦୦ ଅଂଶ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି l ଏକତା ଦିବସ ପାଳନ ନିମନ୍ତେ ବିଭିନ୍ନ ସ୍ୱାସ୍ଥ୍ୟ ଉଦ୍ୟମ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନ ଓ ଅବଦାନକୁ ଉଦ୍ଧାର କରୁଥିବା କାର୍ଯ୍ୟକ୍ରମ , ସାମାଜିକ ସଚେତନତା ଅଭିଯାନ, ସ୍ୱଚ୍ଛତା କାର୍ଯ୍ୟକ୍ରମ ଆଦି ମଧ୍ୟ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳ ଶ୍ରୀ ବୋନ୍ଦର ଙ୍କ ଅଧ୍ୟକ୍ଷତା ରେ ସମସ୍ତ ପଦାଧିକାରୀଙ୍କ ସହ ଏକ ବୈଠକ ମଧ୍ଯ ଅନୁଷ୍ଠିତ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ