Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିଠିପାଲି ରାଧେଶ୍ଯାମ ମଠରେ ମଠାଧିସ ପଦ କୁ ନେଇ ବିବାଦ ; ପାଞ୍ଚ ଦିନ ହେଲା ମଠରେ ବନ୍ଦ ରହିଛି ପୂଜାର୍ଚ୍ଚନା

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଦର ଉଫୁଲା ଗ୍ରା.ପ ଅନ୍ତର୍ଗତ ଟିଠିପାଲିରେ ଥିବା ରାଧେଶ୍ୟାମ ମଠ ରେ ମଠାଧିସ ପଦ ପାଇଁ ୨ ଜଣ ବାବା ଙ୍କ ମଧ୍ୟରେ ବିବାଦ ଲାଗିରହିଛି । ବିବାଦ ତୀବ୍ରତର ହେବାରୁ ମଠ ପରିସର ରେ ଅପ୍ରିତିକର ପରିସ୍ଥିତି ଦେଖା ଦେଇଛି।
ରାଧେଶ୍ୟାମ ମଠ ମଠାଧିସ ପାଇଁ ଚାଲିଥିବା ଟଣାଓଟରା ଯୋଗୁଁ ମଠରେ ପୂଜା ହୋଇ ନ ଥିବା ଜଣାପଡିଛି। ମଠ ରେ ଲାଗିରହିଥିବା ଅବ୍ୟବସ୍ଥା ଦୂର ନ ହେବା ପର୍ଯ୍ୟନ୍ତ ମଠରେ ଅପୂଜା ରହିବା ଆଶଙ୍କା କରାଯାଉଛି । ସୁଚନାମତେ ଉକ୍ତ ମଠ ର ପ୍ରାୟ ୭ ଏକର ଚାଷ ଜମି ସହିତ ଆହୁରି ବହୁ ସମ୍ପତ୍ତି ରହିଛି । ପୂର୍ବରୁ ମଠ ଦାୟିତ୍ବରେ ଥିବା ମଠାଧିଶ ଙ୍କ ସ୍ବର୍ଗାରୋହଣ ପରେ ପୂର୍ବ ମଠାଧିସ କୁଆଡେ ସମସ୍ତ ସମ୍ପତ୍ତି ମାର୍ଫଦାର ଭାବେ ଗୋଟିଏ ବାବା ଙ୍କ ନାମରେ ଉଇଲ କରିଥିବା କୁହାଯାଉଛି l ତେବେ ଅନ୍ୟବାବା ଙ୍କ ସପକ୍ଷରେ ଗ୍ରାମଵାସୀ ଥିବା ରୁ ଲାଗିରହିଛି ଅଚଳାବସ୍ଥା । ତେଣୁ ପ୍ରାୟ ୫ ଦିନ ହେଲା ମଠରେ ପୂଜା ପାଠ ହେଉ ନ ଥିବା ଦେଖିବାକୁ ମିଳିଛି। ମଠର ସମ୍ପତ୍ତି କୁ ନେଇ ବାବା ଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରଶାସନ ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ