Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବିରିଗୁଡ଼ା ରେ ଫୁଲ ଯାତ୍ରା ଅନୁଷ୍ଠିତ।ଫୁଲ ରେ ସଜାଡି ହୋଇଥାଏ ଠାକୁରାଣୀ ପିଠ…

ଲକ୍ଷ୍ମୀପୁର ୦୧/୧୧….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବିରିଗୁଡ଼ା ଗାଁ ତୋଟା ରେ ପ୍ରସିଦ୍ଧ ଫୁଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଦୀପାବଳି ସମାପ୍ତ ହେବାର ଦ୍ୱିତୀୟ  ଶନିବାର  ଶନିବାର ଦିନ ଏହି ଯାତ୍ରା ପ୍ରତ୍ୟକ ବର୍ଷ ପାଳନ କରାଯାଏ। ଫୁଲ ଯାତ୍ରା ଆଦିମ କାଳରୁ ପାରମ୍ପାରିକ ଆଦିବାସୀଙ୍କ ରିତିନିତି ନିୟମ ଅନୁସାରେ କରାଯାଉଥିଲା, ବର୍ତ୍ତମାନ କିନ୍ତୁ କେବଳ ପୂଜା କୁ ରୀତିନୀତି ଅନୁଯାୟୀ କରାଯାଉଥିବା ବେଳେ ପୂର୍ବ ପରମ୍ପରା କିଛି ପରିବର୍ତନ କରାଯାଇଛି।ରେଙ୍ଗା କମୁ ଓ ଚିତ୍ରା କମୁ ଠାକୁରାଣୀଙ୍କୁ ଗ୍ରାମର ଜାନି,ଦିସାରି ଓ ବେଜୁଣି ମାନେ ଫୁଲଯାତ୍ରା ସ୍ଥାନରେ  ଛାମୁଣ୍ଡିଆ ଉପରେ ଆମ୍ଭଡାଳ ପରିବର୍ତ୍ତେ ଫୁଲରେ  ଛାମୁଣ୍ଡିଆ କରି ଉକ୍ତ ସ୍ଥାନରେ ପୂଜା କରିଥାଆନ୍ତି।ତେଣୁ ଏହି ଯାତ୍ରା କୁ ଫୁଲ ଯାତ୍ରା ଭାବେ ବିବେଚନା କରାଯାଇଥିବା କୁହାଯାଏ। ଫୁଲ ଯାତ୍ରା ର ପୂଜାରେ ନଡ଼ିଆ, କଦଳୀ  କମଳା ଭଳି ଫଳ ମୂଳ ସହ କୁକୁଡ଼ା ଛେଳି କୁ ମଧ୍ୟ ବଳି ଦେଇ ଭୋଗ  ଭାବେ ଅର୍ପଣ ଦେଇଥାଆନ୍ତି। ଏହି ଠାକୁରାଣୀଙ୍କୁ ଯେଉଁ ବ୍ୟକ୍ତିବିଶେଷ ମାନସିକ କରି ଥାଆନ୍ତି ତାହା ପୁରଣ ହେବା ମାତ୍ରେ ଏଠାରେ ଆସି ପୂଜା କରିଥାନ୍ତି। ଦିନଥିଲା ଏହି ଯାତ୍ରାରେ କନିଆଁ ଝିକା ପରମ୍ପରା ରହିଥିଲା,ଯେଉଁ ଯୁବକ ଯୁବତୀ  ଉଭୟେ ଭଲ ପାଉଥିଲେ,ଯାତ୍ରା ଦିନ ଠାକୁରଙ୍କୁ ସାକ୍ଷୀ ରଖି ଏଠାରୁ ନିଜମନର ମହିନାଙ୍କୁ ନେଇ ନିଜ ପାରିବାରିକ ଜୀବନ ଆରମ୍ବ କରୁଥିଲେ, ବର୍ତ୍ତମାନ କିନ୍ତୁ ସେସବୁ କିଛି ଆଗଭଳି ଆଉ ପାଳନ କରାଯାଉନାହିଁ । ଫୁଲ ଯାତ୍ରାରେ ବିଭିନ୍ନ ପ୍ରକାର ଦୋକାନ ଖୋଳାଯାଉ ଥିବା ବେଳେ ଚଣା , ଖଜୁରା, ମିଠା ପକୁଡି ବରା ଭଳି ଗରମ ଗରମ ସୁ ସ୍ୱାଦ୍ୟ ଖାଦ୍ୟ ମିଳୁଥିବା ବେଳେ  ପିଲାମାନଙ୍କ ଖେଳନା ମଧ୍ୟ ବିକ୍ରୀ କରାଯାଇଥାଏ।
ଏହି ଯାତ୍ରା ପରେ  ଆଦିବାସୀ ସମ୍ପ୍ରଦାୟ ବିଭିନ୍ନ ରକମର ପନି ପରିବା  ସହ ନୁଆଁ ଖାଆନ୍ତି, ଏପରି କି ପୂଜା କରିଥିବା ଛେଳି କୁକୁଡା ମେଣ୍ଢା  ଘରକୁ ନେଇ ନିଜନିଜ ସାହି ବସ୍ତିରେ ଭୋଜି ଭାତ କରି ମଜା କରିଥାନ୍ତି।ଚଳିତ ବର୍ଷ ମଧ୍ୟ  ଯାତ୍ରା ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଯାତ୍ରା ରେ ଅଂଚଳ ର ପ୍ରାୟ ୩୦ ରୁ ୪୦ ଖଣ୍ଡ ଗାଁ ର ଲୋକଙ୍କ ସମାଗମ ହୋଇଥାଏ,ମନୋରଞ୍ଜନ ନିମନ୍ତେ  ରାତିରେ ଦେଶିଆ ନାଟ ପରିବେଷଣ କରାଯାଇଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories