ଲକ୍ଷ୍ମୀପୁର ତହସିଲ ରେ ଖୋଲିଲା ସବରେଜିଷ୍ଟର ଅଫିସ..ଜମି ରେଜିଷ୍ଟ୍ରସନ ସକାଶେ ଆଉ ଯିବାକୁ ପଡ଼ିବନି କୋରାପୁଟ
ଲକ୍ଷ୍ମୀପୁର ୦୧/୧୧ …ଜମି ରେଜିଷ୍ଟ୍ରସନ ସହ ଜମି ବନ୍ଧକ ସହ ବିଭିନ୍ନ କାର୍ଯ୍ୟ ସକାଶେ ଏଣିକି ଆଉ ୬୦ କିଲୋମିଟର ଦୁର କୋରାପୁଟ କୁ ଆଉ ଦୌଡ଼ି ଯିବାକୁ ପଡିବ ନାହିଁ, ରାଜ୍ୟ ସରକାର ଲକ୍ଷ୍ମୀପୁର କୁ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଭାବେ ବିଜ୍ଞପ୍ତି ପ୍ରକାଶ କରିବା ପରେ ଅଂଚଳ ରେ ଏକ ଖୁସି ର ବାତାବରଣ ଖେଳିଯାଇଥିଲା। ସ୍ୱାଧୀନତା ପରେ ପ୍ରାୟ ସାତ ଦଶନ୍ଧି ଧରି ଜିଲ୍ଲା ସଦର ମହକୁମା ସମେତ ଜୟପୁର ରେ ଜମି ଜୁମା ସମ୍ୱନ୍ଧୀୟ ରେଜିଷ୍ଟ୍ରସନ କରାଯାଉଥିବା ବେଳେ ଏଣିକି ଲକ୍ଷ୍ମୀପୁର ତହସିଲ କାର୍ଯ୍ୟାଳୟ ରେ କରାଯିବ, ୧୩ ଟି ଗ୍ରାମ ପଞ୍ଚାୟତ ର ହଜାର ହଜାର ଲୋକେ ଏଣିକି ଉପକୃତ ହେବେ, ଶନିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟର ୪୪ ଟି ତହସିଲ କାର୍ଯ୍ୟାଳୟ ରେ ଆଭାସୀ ଜରିଆରେ ଶୁଭ ଉଦଘାଟନ କରିଥିବା ବେଳେ ଏଥିରେ ଲକ୍ଷ୍ମୀପୁର ତହସିଲ ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲା। ଆଭାସୀ ରେ ଶୁଭ ଉଦଘାଟନ ସମାପ୍ତ ହେବାପରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ରେ ବିଧାୟକ ପବିତ୍ର ସାଉଁତା ଉପସ୍ଥିତ ରହି ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ନଡ଼ିଆ ଭାଙ୍ଗି ପୂଜାର୍ଚନା କରିବା ପରେ ରିବନ କାଟି ଉଦଘାଟନ କରିଥିଲେ। ଏଣିକି ସବରେଜିଷ୍ଟର ହେବା ପରେ ଏଠାରେ ଜମି ରେଜିଷ୍ଟ୍ରସନ ସହ, ଜମି ବନ୍ଧକ ରେଜିଷ୍ଟ୍ରସନ, କୋର୍ଟ ବାହାଘର ର ରେଜିଷ୍ଟ୍ରସନ ସେର୍ଟିଫିକେଟ, ଏଗ୍ରିମେଣ୍ଟ, ବ୍ୟାଙ୍କ ରେ ଜମି ବନ୍ଧକ ଡିଡ଼, ଜମି ଜୁମା ଡିସପୁଟ ସମ୍ୱନ୍ଧୀୟ ଶୁଣାଣି, ଲିଜ ଡିଡ଼, ଜମିର ସରକାରୀ ଭ୍ୟାଲୁଏସନ ପ୍ରମାଣ ପତ୍ର ଭଳି ବିଭିନ୍ନ କାର୍ଯ୍ୟ କରାଯିବ ବୋଲି ତହସିଲଦାର ନୈବଦ୍ୟ ଭୋଇ ପ୍ରକାଶ କରିଛନ୍ତି।ତହସିଲ ରେ ଆବଶ୍ୟକ କର୍ମଚାରୀ ନଥିବା ସତ୍ୱେ ଏକଜିଷ୍ଟିଙ୍ଗ କର୍ମଚାରୀ ଙ୍କୁ ନେଇଁ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।ସପ୍ତାହ କୁ ଗୋଟିଏ ସ୍ଲଟ ବୁକିଂ ନିଆଯାଇ ରେଜିଷ୍ଟ୍ରସନ କାର୍ଯ୍ୟ କରାଯିବ ବୋଲି ମଧ୍ୟ ସୂଚାଇ ଛନ୍ତି। ଏନେଇଁ ବିଧାୟକ ପବିତ୍ର ସାଉଁତା କହିଛନ୍ତି ସବ ରେଜିଷ୍ଟେର କାର୍ଯ୍ୟାଳୟ ସକାଶେ ବିଧାନସଭା ରେ ସେ ଅନେକ ଥର ପ୍ରଶ୍ନ ଉଠାଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ଙ୍କ ଦୃଷ୍ଠି ଆକର୍ଷଣ କରିଥିଲେ, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ଚାରୋଟି ଯାକ ବ୍ଲକ ରେ ଥିବା ତହସିଲ କାର୍ଯ୍ୟାଳୟ ରେ ଆଜିଠାରୁ ସବ ରେଜିଷ୍ଟେର କାର୍ଯ୍ୟାଳୟ ଖୋଲାଯାଇଥିବା ରୁ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଦେଇଛନ୍ତି।

