ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ସାଇବର ସୁରକ୍ଷା ଅଭିଯାନ
ସମ୍ବଲପୁର:ଯୁଯୋମୁରା ବ୍ଲକ ମହୁଲପାଲି ସ୍ଥିତ ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ଶନିବାର ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହବିଦ୍ୟାଳୟ ଅଧ୍ୟକ୍ଷ ଗିରିଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପ୍ରଶାନ୍ତ ମେହେର , ଏସଡ଼ିପିଓ, ରେଢ଼ାଖୋଲ ଓ ସମ୍ମାନିତ ଅତିଥି ଭାବେ ସୁବ୍ରତ ପାଣିଗ୍ରାହୀ ,ଇନସ୍ପେକଟର , ସାଇବର ଥାନା ଓ ସଞ୍ଜୟ ରାଉତରାୟ , ଆଇଆଇସି , ଯୁଯୋମୁରା ଥାନା ,ସମ୍ବଲପୁର ଯୋଗ ଦେଇଥିଲେ । ସାମ୍ପ୍ରତିକ ସମାଜରେ ବ୍ରୁଦ୍ଧି ପାଉଥିବା ସାଇବର ଠକେଇର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଇବର ଅପରାଧ ଓ ସୁରକ୍ଷିତ ଉପାୟ ବିଷୟରେ ସଚେତନତା ପାଇଁ ଉଭୟ ଇଂରାଜୀ ଓଡ଼ିଆରେ ଏକ ତର୍କ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଇଂରାଜୀ ରେ ରାଜେସ୍ୱରୀ ପ୍ରଧାନ ଓ ଓଡ଼ିଆରେ ମୀନା ବିନଝାଲ୍ ପ୍ରଥମ ସ୍ଥାନ ଅଧିକାର କରି ମଞ୍ଚାସୀନ ଅତିଥି ଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ ପଧାନ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

