Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷା ପବନରେ ଘର ଉପରେ ପଡିଲା ଗଛ,ଅଳ୍ପକେ ବର୍ତ୍ତିଲେ ତିନିଜଣ

କୋରାପୁଟ.୨୦।୦୫ : ବର୍ଷା ପବନରେ ଗଛ ଉପୁଡି ପଡି ଏକ ଘର ଉପରେ ପଡିବାରୁ ଘରଟି ସମ୍ପୁର୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଘର ଭିତରେ ଥିବା ଗୋଟିଏ ପରିବାରର ତିନିଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଅଛି । ଏଇ ଭଳି ଘଟଣା କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର କାବ୍ରୀବାଡି ପଞ୍ଚାୟତ ଅନ୍ତର୍ଗତ ସୁଫଲମୁଣ୍ଡା ଗ୍ରାମ ଠାରେ ଘଟିଛି । ଶୁକ୍ରବାର ସନ୍ଧ୍ୟା ଛଅଟା ବେଳେ ପ୍ରବଳ ବର୍ଷା ପବନ ହୋଇଥିଲା। ଫଳରେ ଆନନ୍ଦ କାଡ୍ରାକାଙ୍କ ଘର ପାଖରେ ଥିବା ଏକ ବିରାଟ ବଡ ଆମ୍ବ ଗଛ ମୁଳୁରୁ ଉପୁଡି ପଡି ତାଙ୍କ ଘର ଉପରେ ପଡିଥିଲା। ଘର ଭିତରେ ଥିବା ୩ ବସ୍ତା ଚାଉଳ,୫ ବସ୍ତା ମାଣ୍ଡିଆ,୪ ବସ୍ତା ଧାନ, ଦଶଟି ହାଣ୍ଡି,ଦୁଇଟି ଖଟ,ଗୋଟିଏ ଆଲମିରା ଓ ଗୋଟିଏ ପଙ୍ଖା ସମ୍ପୁର୍ଣ ଭାଙ୍ଗି ଯାଇ ମାଟିରେ ମିଶି ଯାଇଥିବା ବେଳେ ଘର ଭିତରେ ଥିବା ତିନିଜଣ ଅଳ୍ପକେ ବର୍ତି ଯାଇଥିଲେ। ଘରଟି ସମ୍ପୁର୍ଣ ଭାଙ୍ଗି ଯାଇଥିବାରୁ ସେମାନେ ଏବେ ଏକ କୁଡିଆରେ ଆଶ୍ରୟ ନେଇଥିବା ଜଣା ପଡିଛି। ଖବର ସୁଣି ରାଜସ୍ଵ ନିରିକ୍ଷକ ଘଟଣା ସ୍ଥଳରେ ପହଁଚି କ୍ଷୟକ୍ଷତିର ଆକଳନ କଲା ପରେ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।