Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୯୦ ପ୍ରତିଶତ ମାର୍କ ରଖି ମାଟ୍ରିକ୍ ପରୀକ୍ଷା ରେ ଉତିର୍ଣ ହୋଇଥିବା ଯୁବରାଜ୍ ଙ୍କୁ ସମ୍ବର୍ଧନା

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ର ଯୁବରାଜ୍ ସାହୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାରେ ଶତକଡା ୯୦ ପ୍ରତିଶତ ମାର୍କ ରଖି ଏୱାନ୍ ଗ୍ରେଡ୍ ରେ ପାସ୍ ହୋଇଛନ୍ତି।ସମୁଦାୟ ୬୦୦ ମାର୍କ ରୁ ୫୪୦ ମାର୍କ ରଖି ଉତିର୍ଣ ହେବା ପରେ ସାହୁ ପରିବାର ର ସଦସ୍ୟଙ୍କ ତରଫରୁ କେକ୍ କାଟିବା ସହ ଉପଢୌକନ ଫୁଲତୋଡା ଦେଇ ସମ୍ବର୍ଧନା ପ୍ରଦାନ କରାଯାଇଛି। ଯୁବରାଜ୍ ଜଣେ ମେଧାବି ଛାତ୍ର,ଲକ୍ଷ୍ମୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ପାଠ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ନବମ ଓ ଦଶମ ବ୍ରହ୍ମପୁର ସ୍ତିତ ନିଳକଣ୍ଠ ନଗର ସରସ୍ବତୀ ଶିଶୁ ମନ୍ଦିର ରେ ସେ ହଷ୍ଟେଲ୍ ରେ ରହି ଅଧ୍ୟୟନ କରୁଥିଲେ।ବିଦ୍ୟାଳୟ ର ଶିକ୍ଷା ଦାନ କୁ ବାଦ୍ ଦେଲେ ସାଙ୍ଗସାଥି ଙ୍କ ସହ ହଷ୍ଟେଲ ଅନେକ ସମୟ ଧରି ପାଠ ପଢିଥିବା କାରଣରୁ ଆଜି ଏହି ସଫଳତା ପାଇଥିବା ସେ କହିଛନ୍ତି।ତଥାପି ପରୀକ୍ଷା ସମୟରେ ଦେହ ଅସୁସ୍ଥତା କାରଣରୁ କିଛି ମାର୍କ କମିଯାଇଥିବା ସେ କହିଛନ୍ତି।ଏହି ସଫଳତା ପଛରେ ବିଦ୍ୟାଳୟ ର ଗୁରୁମା ଗୁରୁଜି ଙ୍କ ସମେତ ହଷ୍ଟେଲ୍ ର ୱାର୍ଡେନ ମଉସା, ବାପା, ମା ,ମଉସା ମାଉସି ଅଜା ଆଇ ଓ ଗୁରୁଜନ ଙ୍କୁ ସେ ଶ୍ରେୟ ଦେଇଛନ୍ତି।ଯୁବରାଜ୍ ସାହୁ ଲକ୍ଷ୍ମୀପୁର ବ୍ଲକ ଓଡିଶା ନିୟୁଜ୍ ର ସାମ୍ବାଦିକ ପରମେଶ୍ବର ସାହୁ ଓ ମାତା ଭବାନି ସାହୁ ଙ୍କ ପୁତ୍ର ଅଟନ୍ତି।ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରେ ଶୁଭେଚ୍ଚାର ସୁଅ ଛୁଟିଛି।ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ୪ଟି ବ୍ଲକରେ କେହିହେଲେ ଜଣେ ଏୱାନ୍ ଗ୍ରେଡ୍ ରେ ଚଳିତ ବର୍ଷ ଉତିର୍ଣ ହୋଇନଥିବା ବେଳେ ଲକ୍ଷ୍ମୀପୁର ସଦର ର ଯୁବରାଜ୍ ସାହୁ ବ୍ରହ୍ମପୁର ରେ ଅଧ୍ୟୟନ କରି ଏହି ସଫଳତା ହାସଲ କରିଛନ୍ତି ।ଆଗକୁ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢି ସମାଜ ସେବା ସହ ଡାକ୍ତର ହେବାକୁ ଲକ୍ଷ ରଖିଥିବା ଯୁବରାଜ୍ କହିଛନ୍ତି।ସାହୁ ପରିବାର ତରଫରୁ ବଡବାପା ଦିନବନ୍ଧୁ ସାହୁ ,ଇନ୍ଦ୍ରଜିତ୍ ସାହୁ,ଗୋବିନ୍ଦ ସାହୁ ,ଅଜା ପଦ୍ମନାଭ ସାହୁ,ଡଃ ଦେବେଶ ଚନ୍ଦ୍ର ବେହେରା ,ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଙ୍କ ସମେତ ବଡମା,ଭାଇନା ଭାଉଜ ଓ ସାହୁପରିବାର ର ସଦସ୍ୟ ଉପସ୍ତିତ ରହି କେକ୍ କାଟି ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରି ଶୁଭେଚ୍ଚା ପ୍ରଦାନ କରିଥିବା ବେଳେ ଯୁବରାଜ୍ ର ଭବିଷ୍ୟତ ଉଜ୍ଜଳ ହେବା ସକାଶେ ପଥପରିଷ୍କାର ହେଲା ବୋଲି ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ