ଭାରତୀୟ ମହିଳା କ୍ରିକେଟ ଟିମ ରଚିଲେ ଇତିହାସ ; ୫୨ ରନ୍ରେ ବିଜୟ ହାସଲ କରି ଜିତିଲେ ବିଶ୍ବକପ୍ ଟାଇଟଲ୍
ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତ| ମହିଳା କ୍ରିକେଟରେ ଆରମ୍ଭ ହେଲା ନୂଆ ଅଧ୍ୟାୟ । ଦୀର୍ଘ ୫୨ ବର୍ଷ ପରେ ଏହି ସୁବର୍ଣ୍ଣ ସମୟ ଆସିଛି। ପ୍ରଥମ ଥର ପାଇଁ ICC ମହିଳା ODI ବିଶ୍ୱକପ୍ ଟାଇଟଲ୍ ଜିତିଲା ଭାରତ । ଫାଇନାଲ ମ୍ୟାଚ୍ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ପରାସ୍ତ କରି ମହିଳା କ୍ରିକେଟରେ ଏକ ନୂଆ ମୋଡ ଆଣିଛି । ଏହି ବିଜୟ କେବଳ କ୍ରିକେଟ୍ ପଡ଼ିଆରେ ନୁହେଁ ବରଂ ଭାରତୀୟ କ୍ରୀଡା ଇତିହାସରେ ମଧ୍ୟ ସବୁଦିନ ପାଇଁ ରହିବ|
୨ ନଭେମ୍ବର ୨୦୨୫ ଯେଉଁ ଦିନ ଭାରତୀୟ ମହିଳା ଟିମ ନିଜର ପ୍ରତିଭାକୁ ପ୍ରଦର୍ଶନ କରିଥିଲେ । ଏହି ବିଜୟରେ କେବଳ ଖେଳକୁ ଜିତି ନଥିଲେ ବରଂ ସେ ପ୍ରତି ଭାରତୀୟ ପ୍ରେମୀଙ୍କ ଭଲପାଇବା ସାଉଁଟିଥିଲେ |ଏହି ଖେଳର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ଶେଫାଳୀ ବର୍ମା | ଶେଫାଳୀ ବର୍ମା ପ୍ରଥମେ ୮୭ ରନର ଏକ ସ୍ମରଣୀୟ ଇନିଂସ ଖେଳିଥିଲେ | ତା’ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ଯାହାଫଳରେ ଦକ୍ଷିଣ ଆଫ୍ରିକା ୨୪୬ ରନରେ ଅଲଆଉଟ ହୋଇଥିଲା ।
ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ଶେଫାଳୀ କହିଛନ୍ତି, ‘ମୁଁ ଆରମ୍ଭରୁ କହିଥିଲି ଯେ ଭଗବାନ ମୋତେ କିଛି ଭଲ କରିବା ପାଇଁ ପଠାଇଛନ୍ତି ଏବଂ ଆଜି ଏହା ସତ ପ୍ରମାଣିତ ହୋଇଛି । ଆମେ ଜିତିଥିବାରୁ ମୁଁ ବହୁତ ଖୁସି । ମୁଁ ଏହାକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ । ସେ ତାଙ୍କର ସଫଳତାର ଶ୍ରେୟ ତାଙ୍କର ଶାନ୍ତ, ଆତ୍ମବିଶ୍ୱାସୀ ଆଚରଣ, ତାଙ୍କ ପିତାମାତା, ବନ୍ଧୁ ଏବଂ ଭାଇଙ୍କୁ ଦେଇଥିଲେ । ସଚିନ ତେନ୍ଦୁଲକରଙ୍କ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, “ତାଙ୍କୁ ପଡ଼ିଆରେ ଦେଖିବା ପରେ ମୋତେ ବହୁତ ଆତ୍ମବିଶ୍ବାସ ମିଳିଥିଲା । ସେ କ୍ରିକେଟର ଜଣେ ମହରଥୀ ବୋଲି କହିଛନ୍ତି ।
ସୂଚନା ଅନୁସାରେ, ଫାଇନାଲ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୯୯ ରନ୍ର ଲକ୍ଷ୍ୟ ରଖିଥିଲା । ଭାରତୀୟ ଟିମ ତରଫରୁ ଶେଫାଳୀ ବର୍ମା ଓ ଦିପ୍ତୀ ଶର୍ମା ୫୦ ରନ ହାସଲ କରିଥିଲେ । ତେବେ ୨୯୯ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ମାତ୍ର ୨୪୬ ରନ୍ରେ ଅଲଆଉଟ୍ ହୋଇଥିଲା । ଯାହଫଳରେ ଭାରତ ୫୨ ରନ୍ରେ ବିଜୟ ଲାଭ କରି ବିଶ୍ବକପ୍ ଟାଇଟଲ୍ ନିଜ ନାମରେ କରିଥିଲା ।

