Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଘୁଚାପ ପରେ ଶୀତରେ ଆଗମନ; ୨ରୁ ୩ ଦିନ ମଧ୍ୟରେ ଖସିବ ତାପମାତ୍ରା

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି। ରାଜ୍ୟର ୨୮ ସ୍ଥାନରେ ରାତି ତାପମାତ୍ରା ଖସିଛି। ଆଉ କିଛି ଦିନ ପରେ ତାପମାତ୍ରା ଆହୁରି ଖସିବ। ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୨ରୁ ୩ ଦିନ ମଧ୍ୟରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ରାତ୍ରିର ତାପମାତ୍ର କମିବ।

ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ଚଳିତବର୍ଷ ଶୀତ ଅନୁଭୂତି ବେଶୀ ଦିନ ଯାଏ ରହିବ ନାହିଁ | ଶୀତର ସମୟସୀମା କମ୍ ରହିବ। ସେହିପରି ଶୀତର ଆଗମନରେ ଆଗାମୀ ୭ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ