Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୪୬ତମ ଶିତଳଷଷ୍ଠୀ ମହୋତ୍ସବ ସୂଭାରମ୍ଭ

ବରପାଲି:ବରପାଲି ୧୪୬ ତମ ଶିତଳଷଷ୍ଠୀ ମହୋତ୍ସବ ଶନିବାର ପୁର୍ବାହ୍ନ ସମୟରୁ ନିତିକାନ୍ତି ପାଳନିୟ ଅନୁଯାୟୀ ସୂଭାରମ୍ଭ ହୋଇଯାଇଛି । ଶନିବାର ପୂର୍ବାହ୍ନରେ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ ଓ ସଂପାଦକ ଜୟନ୍ତ ତ୍ରିପାଠୀଙ୍କ ସମେତ କମିଟି କର୍ମକର୍ତ୍ତା ତଥା ସଦସ୍ଯ ମାନଙ୍କ ଗହଣରେ ସ୍ଥାନିୟ କପିଳେଶ୍ୱର ମନ୍ଦିର ପରିସରରେ ପୂଜକଙ୍କ ଦ୍ବାରା ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ଦେବଦେବୀଙ୍କୁ ପଞ୍ଚଗବ୍ୟ ଓ ବିଭିନ୍ନ ଭୋଗରାଗ ସମର୍ପଣ ପରେ ମହୋତ୍ସବର ସଫଳତା ସହ ଶୃଙ୍ଖଳାଗତ ସମାପନ ନିମନ୍ତେ ଆଶିର୍ବାଦ ଭିକ୍ଷା କରାଯାଇଥିଲା। ପରେ ଭକ୍ତମାନଙ୍କ ଗହଣରେ ଭଣ୍ଡାର ଗୃହରେ ନଟରାଜ ଶିବଙ୍କ ସଂସ୍ଥାପନ ପର୍ବ ଆରମ୍ଭ ହୋଇଥିଲା । ପଣ୍ଡିତ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ସହ ଶତଆରତୀ ଅର୍ପଣ କରାଯାଇଥିଲା। ସେହିପରି
ଅପରପକ୍ଷେ ହିମାଦ୍ରୀନଗର କନ୍ଯାପକ୍ଷରୁ ଶୋଭାଯାତ୍ରାରେ ବାହାରି ଭଣ୍ଡାର ଗୃହରେ ପହଂଚିଥିଲା । କନ୍ୟାପକ୍ଷରୁ ପଣ୍ଡିତଙ୍କ ଦ୍ବାରା ନଟରାଜ ଦେବଙ୍କ ପୂଜାର୍ଚ୍ଚନା ହୋଇ ହିମାଦ୍ରୀ ନଗର ଅଭିମୂଖେ ନଟରାଜଦେବଙ୍କ ସହ ଶୋଭାଯାତ୍ରା ପ୍ରତ୍ଯାବର୍ତ୍ତନରେ ବାହାରିଥିଲା। ଶୋଭାଯାତ୍ରା ହିମାଦ୍ରିନଗର ପୂଜା ମଣ୍ଡପରେ ପହଚିଂଲା ପରେ ନଟରାଜ ଦେବଙ୍କ ସ୍ଥାପନ ସହ ପୂଜାର୍ଚ୍ଚନା ହୋଇଥିଲା। ଅପରାହ୍ନ ସମୟରେ ଯାତ୍ରା କମିଟି ପକ୍ଷରୁ ଭଣ୍ତାରଗ୍ରୁହ ପରିସରରୁ ମନୋଜ୍ଞ ଶୋଭାଯାତ୍ରା ବାହାରି ବାବା କପିଳେଶ୍ବର ମହାଦେବଙ୍କ ମନ୍ଦିରରେ ପହଚିଂଥିଲେ। ପରମ୍ପରା ଅନୁଶାରେ ନିତିକାନ୍ତି ପାଳିତ ହୋଇ ଶିବ ଓ ଶିବାଙ୍କୁ ଏକ ପାଲିଙ୍କି ଶୋଭାଯାତ୍ରା ରାତ୍ର ସମୟରେ ଭଣ୍ତାରଗୃହକୁ ଅଣାଯାଇଥିଲା। ଦେବାଦେବୀଙ୍କ ଶୋଭାଯାତ୍ରାକୁ ବିଭିନ୍ନ ଛକ ଓ ମୂଖ୍ଯସ୍ଥାନ ମାନଙ୍କ ଶୈବ ଭକ୍ତ ମାନଙ୍କ ଦ୍ବାରା ସ୍ବାଗତ ସହ ପୂଜାର୍ଚ୍ଚନା ଶତ ସହସ୍ର ଆରତୀ ଅର୍ପଣ କରାଯାଇଥିଲା। ରାତ୍ର ସମୟରେ ଭଣ୍ଡାରଗୃହ ଦେବ ମଣ୍ତପରେ ଦେବାଦେବୀଙ୍କ ସ୍ଥାପନ କରାଯାଇଥିଲା। ବିଳମ୍ବିତ ରାତ୍ରରେ କପିଳେଶ୍ବର ମହାଦେବଙ୍କ ମନ୍ଦିର ଚୂଡାରେ ମହାଦ୍ବୀପ ସଂସ୍ଥାପନ କରାଯାଇଥିଲା। ଗତ ଶୁକ୍ରବାର ବିଳମ୍ବିତ ରାତ୍ରରେ ମହୋତ୍ସବ ଆଗମନକୁ ସ୍ବାଗତ ଜଣାଇବା ଉଦେଶ୍ଯରେ ପଣ୍ଡିତ ସୁବଳ ମିଶ୍ରଙ୍କ ଦ୍ବାରା ମନ୍ର୍ତ ଶ୍ଲୋକ ଉଚ୍ଚାରଣ ମାଧ୍ଯମରେ ଆବାହନ କରାଯାଇଥିଲା। ପରେ ସ୍ବାଗତ ପର୍ବକୁ ଉଲ୍ଲାସମୟ କରିବା ପାଇଁ ବାଣ ଫୁଟକରା ସହ ଶିବଶିବା ଭଜନ ପ୍ରସାରଣ ହୋଇଥିଲା। ଏହି ଅବସରରେ କମିଟି କର୍ମକର୍ତ୍ତା ତଥା ସଦସ୍ଯ ମାନେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ