Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନସିକ ପୀଡ଼ାକୁ ସାହିପାରିଲେ ନାହିଁ ; “ବିଜେଡି ଦେଇଥିବା ମାନସିକ ପୀଡ଼ା ମୋ ସ୍ୱାମୀଙ୍କ ମୃତ୍ୟୁର କାରଣ”

ଭୁବନେଶ୍ବର: ନୂଆପଡ଼ାର ସ୍ବର୍ଗତଃ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି। ସେ ତାଙ୍କ ବୟାନରେ କହିଛନ୍ତି ଯେ ,ବିଜେଡି ଦଳ ତାଙ୍କ ସ୍ବାମୀଙ୍କୁ ଅଣଦେଖା କରିଛି ଏବଂ ସେ ହିଁ ଦାୟୀ ତାଙ୍କ ମୃତ୍ୟ ପଛରେ। ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ରାଜେନ୍ଦ୍ରଙ୍କ ପତ୍ନୀ କଳ୍ପନା ଢୋଲକିଆ। ସେ ଆଉ ମଧ୍ୟ କହିଛନ୍ତି ଯେ ରାଜେନ୍ଦ୍ର ଢୋଲକିଆଙ୍କୁ କେବେବି ଉଚିତ ସମ୍ମାନ ଦେଇନଥିଲେ। ଶେଷ ସମୟରେ ବି ତାଙ୍କ ପାଖରେ ନଥିଲା ବିଜେଡି।

ଗୋଟେ ପଟେ ଉପନିର୍ବାଚନ ଦିନ ପାଖେଇ ଆସୁଥିବାବେଳେ ସେପଟେ କଳ୍ପନାଙ୍କ ଏଭଳି ବୟାନକୁ ନେଇ ତେଜିଛି ରାଜନୀତି। ନୂଆପଡ଼ାରେ ‘ରାଜେନ୍ଦ୍ର ଢୋଲକିଆ’ ପ୍ରସଙ୍ଗକୁ ନେଇ ମଇଦାନରେ କମ୍ପନ ସୃଷ୍ଟି ହୋଇଛି | ସେ ଆଉ ମଧ୍ୟ କହିଛନ୍ତି ଯେ ୨୪ ବର୍ଷ ଧରି ବିଜେଡି ପାଇଁ କାମ କରିଥିବା ରାଜେନ୍ଦ୍ର ଢୋଲକିଆଙ୍କୁ ଦଳ ଉଚିତ୍ ସମ୍ମାନ ଦେଇନି। ତାଙ୍କ ଜୀବନର ଶେଷ ସମୟରେ ବି ଠିଆ ହୋଇନଥିଲା ଦଳ। ସେ ଯେତେବେଳେ ଅସୁସ୍ଥ ଥିଲେ ସେତେବେଳେ ମଧ୍ୟ ସେ ସମୟରେ କେହି ବି ତାଙ୍କ କଥା ବୁଝିନଥିଲେ। ଏହି ସବୁ କଥା ଭାବି ସେ ମାନସିକ ଭାବେ ଦୁର୍ବଳ ହୋଇପଡିଥିଲେ।

ନୂଆପଡା ଉପନିର୍ବାଚନକୁ ଆଉ କେଇଟା ଦିନ ବାକିଥିବା ବେଳେ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ଏଭଳି କିଛି ବୟାନ ଦେଇଛନ୍ତି । ମୃତ୍ୟୁ ପୂର୍ବରୁ ଯେପରି ବ୍ୟବହାର କରୁଥିଲେ ମୃତ୍ୟୁ ପରେ ବି ତାଙ୍କ ପରିବାରକୁ ଯେଉଁଭଳି ଭାବେ ଅସମ୍ମାନ କରାଯାଇଛି | ଯାହାକି ଗ୍ରହଣୀୟ ନୁହେଁ ବୋଲି କଳ୍ପନା ଢୋଲକିଆ କହିଛନ୍ତି। ବିଜେଡିର ଅଣଦେଖା ରାଜେନ୍ଦ୍ରଙ୍କ ମୃତ୍ୟୁର ଅନ୍ୟତମ କାରଣ ବୋଲି କହିଛନ୍ତି କଳ୍ପନା।

ନୂଆପଡା ଉପନିର୍ବାଚନକୁ ଆଉ କେଇଟା ଦିନ ବାକିଥିବା ବେଳେ ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆଙ୍କର ଏଭଳି ବୟାନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ କହିଛନ୍ତି ଯେ ଅସୁସ୍ଥତା ବେଳେ ନିଜ ଦଳର ସପୋର୍ଟ ଆତ୍ମବଳ ବଢ଼ାଏ, କିନ୍ତୁ ବିଜେଡିର କୌଣସି ନେତା ତାହା କରିନାହାନ୍ତି। ବିଜେଡିର ଅଣଦେଖା ରାଜେନ୍ଦ୍ରଙ୍କ ମୃତ୍ୟୁର ଅନ୍ୟତମ କାରଣ ବୋଲି କହିଛନ୍ତି କଳ୍ପନା ଢୋଲକିଆ। ଆଜି ନିର୍ବାଚନ ପାଇଁ ଏହି ଲୋକ ଆମ ପରିବାର ଉପରେ ଟିପ୍ପଣୀ କରୁଛନ୍ତି। ୨୪ ବର୍ଷ ଦଳ ସହ ରହିବା ପରେ ବି ଏଭଳି ସମ୍ବେଦନଶୀଳ ରାଜନୀତି ଠିକ୍ ନୁହେଁ ବୋଲି କଳ୍ପନା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ