Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଧାନ କ୍ରାପ୍ଟୋ ପାର୍କ ତାଲିମ ଶିବିର ଉଦଯାପିତ

ବରପାଲି:ବରପାଲି ଓଡ଼ିଆପଡା ପ୍ରଧାନ କ୍ରାଫ୍ଟୋ ପାର୍କ ପରିସରରେ ଆୟୋଜିତ ପନ୍ଦର ଦିବସିୟ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଶନିବାର ପୁର୍ବାହ୍ନରେ ଅଧ୍ୟକ୍ଷା ସୁଶ୍ରୀ ବନ୍ଦିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ସଂଚାଳିତ ହୋଇଥିଲା। ମୂଖ୍ଯଅତିଥି ଭାବରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ର୍ତୀ ରିତା ସାହୁ ଯୋଗଦେଇ ଶିଶୁ ଶିଳ୍ପି ଓ କଳାକାର ମାନଙ୍କୁ ପୁରସ୍କାର ବିତରଣ ସହ ଉଦଯାପନୀ ପର୍ବକୁ ସମ୍ବୋଧିତ କରିଥିଲେ। ସମ୍ମାନିତ ଅତିଥି ଭାବେ ପଦ୍ମଲୋଚନ ସାହୁ, ରୋଶନ ପାଣିଗ୍ରାହୀ ଏବଂ ନାଟ୍ୟ ନିର୍ଦୈଶକ ଧର୍ମରାଜ ସିଂ ବରିହା ଯୋଗ ଦେଇ କୁନି କୁନି ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲେ। ଏହି ଅବସରରେ ମନ୍ର୍ତୀ ସାହୁ କୁନିକୁନି ଶିଶୁ ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ କାରୁକାର୍ଯ୍ଯ ଓ ଶିଳ୍ପକଳା ଶୈଳି ଉପରେ ଉତ୍ସାହପୁର୍ଣ୍ଣ ବାର୍ତ୍ତା ପ୍ରଦାନ କରିବା ଆଗାମି ଭବିଷ୍ଯତ ଉଜ୍ବଳମୟ ହେଉ ବୋଲି ଶୂଭାଶିଷ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ଯମରେ ନାଟକ ସହ ନାଚ ଗିତର ଆସର ପ୍ରସ୍ତୁତ ହୋଇଥିଲା। ଗତ ପନ୍ଦରଦିନ ପରିଚାଲିତ ତାଲିମ୍ ଶିବିରରେ ମାଷ୍ଟର ଟ୍ରେନର ଭାବେ ବନ୍ଦିତା ପ୍ରଧାନଙ୍କ ତତ୍ବାଧାନରେ ଇତିଶ୍ରୀ ସାହୁ,ମାନସ ଦାଶ ଏବଂ ଧର୍ମରାଜ ସିଂ ବରିହା ବିଭିନ୍ନ ଦିବସରେ ଶିଶୁ ଶିକ୍ଷାର୍ଥି ମାନଙ୍କୁ ନୃତ୍ୟ, ସଙ୍ଗୀତ,ଡ୍ରାମା, ଯୋଗ,ପ୍ରାଣାୟାମ୍ , ରଙ୍ଗୋଳି,କ୍ରାଫ୍ଟ, ଡ୍ରଇଂ,ପେଣ୍ଟିଂ,ଆଚାର ବ୍ଯବହାର ସମ୍ପର୍କୀତ ବିଷୟ ଉପରେ ତାଲିମ ଦିଆଯାଇଥିଲା। ଶିବିର ପରିଚାଳନାରେ ଆଶା, ରୁବି, ସଂଘମିତ୍ରା, ଜିନା, ମୌସୁମୀ,ଆୟୁଷ, ଆଏଷା, ନନ୍ଦିତା ପ୍ରମୁଖ ସହଯୋଗ କରିଥିଲେ I ପରିଶେଷରେ ଅଧ୍ୟକ୍ଷା ବନ୍ଦିତା ଧନ୍ୟବାଦ୍ ଅର୍ପଣ କରିଥିଲେ I