ଲକ୍ଷ୍ମୀପୁର ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ଲକ୍ଷ୍ମୀପୁର ୦୪/୧୧ …
ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ବାରା ଲକ୍ଷ୍ମୀପୁର ବ୍ଲକ ପଡିଆ ରେ ଆଜି ଲକ୍ଷ୍ମୀପୁର ବ୍ଲକ ଭେଟେନାରୀ ଅଫିସର ମନୋଜ ବେହେରାଙ୍କ ଅଧ୍ୟକ୍ଷତାରେ
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇ ଯାଇଛି।ଏହି ମେଳା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ସସ୍ମିତା ମେଲେକା,ଜିଲ୍ଲା ମତ୍ସ୍ୟ ଅଧିକାରୀ ସାଗର କୁମାର ରାମ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା, ଉପାଧ୍ୟକ୍ଷ୍ୟା ଆରତି କୁଲଦୀପ, ଗୋଷ୍ଠି ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରା,ଉପ ଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ସୁଦର୍ଶନ ସାହୁ,ସାଂସଦ ପ୍ରତିନିଧି କୈଳାଶ ଖୋସଲା,ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ କୁମୁଦ ଚନ୍ଦ୍ର ସାଉନ୍ତା,ଦୁଇ ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟା ପିଙ୍କି ହିମେରିକା ପ୍ରମୁଖ ଯୋଗ ଦେଇ ପ୍ରାଣିପାଳକ,ମତ୍ସ୍ୟଚାଷ ଓ ମତ୍ସ୍ୟଜୀବୀଙ୍କୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ଲକ୍ଷ୍ମୀଧର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଉପସ୍ଥିତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ପାଳନ ର ବିଭିନ ଯୋଜନା କିପରି ଗାଁ ଗହଳିର ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚି ପାରିବ ଓ କିପରି ସେମାନେ ଲାଭବାନ ହୋଇ ନିଜ ଗୁଜୁରାଣ ମେଣ୍ଟାଈ ପାରିବେ ସେ ଉପରେ ବୁଝାଇଥିଲେ।ବ୍ଲକର ଅନେକ ନିର୍ବାଚିତ ଲୋକ ପ୍ରତିନିଧି ଏହି ମେଳା ରେ ଯୋଗ ଦେଇଥିବା ବେଳେ ଚାଷୀଙ୍କ ଅବଗତି ନିମନ୍ତେ ୧୨ ଟି ଷ୍ଟଲର ବ୍ୟବସ୍ଥା କରାଯାଇଥିଲା।ଏହି ମେଳାରେ ମତ୍ସ୍ୟ,ପ୍ରାଣିସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ,ଚାଷୀ ବିଶେଷଜ୍ଞ ଆଲୋଚନାଚକ୍ର,ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ସହ ଏକ ସଚେତନ ନାଟକ ପରିବେଷଣ କରାଯାଇଥିଲା।ଏଥି ସହ ଲକ୍ଷ୍ମୀପୁର ବ୍ଲକର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ସମ୍ବନ୍ଧରେ ଆଲୋଚନା କରାଯାଇ ଆଠ ଜଣ ସଫଳ ଚାଷୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ ସହ ୧୯ ଜଣ ଚାଷୀଙ୍କୁ କାର୍ଯ୍ୟାଦେଷ ବଣ୍ଟନ କରାଯାଇ ଥିଲା।
ଲକ୍ଷ୍ମୀପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଜଗନ୍ନାଥ ନାୟକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅତିରିକ୍ତ ମସ୍ଚ୍ୟ ଅଧିକାରୀ ଦେବୀ ପ୍ରସାଦ କାନୁନଗୋ,ଏଲଆଇ ରବି ନାରାୟଣ ସାହୁ, ରଞ୍ଜିତ ଗୁଡଲା, ଅନିତା ଚୌଧୁରୀ, ପଙ୍କଜିନୀ ଗରଡ଼ା,ତୁରୁକା ମାଣ୍ଡିଙ୍ଗା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।କୋଟପାଡ଼ ଭିଏସ ସତ୍ୟବ୍ରତ ସାମନ୍ତରାୟ ମଞ୍ଚ ପରିଚାଳନା କରିଥିଲେ।

