ପିର ପୀଠ ରେ ବାଲିଯାତ୍ରା ଆରମ୍ଭ
ଅସ୍ତରଙ୍ଗ,, ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଛୁରିଆନା ପଞ୍ଚାୟତ ନିକଟସ୍ଥ ପିର ଯାହାନିଆ ବେଳାଭୂମି ଠାରେ କାର୍ତ୍ତିକ ପୂର୍ଣମୀ ଉପଲକ୍ଷେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବାଲିଯାତ ଅନୁଷ୍ଠିତ ହଉଅଛି l ଏହି ବାଲି ଯାତ୍ରା ମଙ୍ଗଳବାର ସନ୍ଧ୍ୟା ରୁ ଆରମ୍ଭ ହୋଇ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ l ବାଲି ଯାତ୍ରାଟି ସମୁଦ୍ର କୂଳେ ଅନୁଷ୍ଠିତ ହେଉ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇ ଥାଏ l ପୂର୍ଣ୍ଣମୀ ଦିନ ସକାଳୁ ଆଖ ପାଖ ଅଞ୍ଚଳ ର ଝିଅ ବୋହୁ ମାନେ ସମୁଦ୍ର ରେ ବୁଡ଼ ପକାଇବା ସହ ଡ଼ଙ୍ଗା ଭାଷାଇ ପିର ବାବାଙ୍କୁ ଦର୍ଶନ କରି ଫେରି ଥିବା ବେଳେ, ସେହିଦିନ ଦଶ ଘଟିକା ପରେ ଲୋକ ମାନଙ୍କ ସମାଗମ ଦେଖିବାକୁ ମିଳିଥୁଲା l ହଜାର ହଜାର ସଂଖ୍ୟକ ଲୋକ କଣମଣ ନଦୀ କୁଳ ଠାରୁ ଚାଲି ଚାଲି ଆସି ପିର ବାବାଙ୍କୁ ଦର୍ଶନ କରିଵା ଓ ଭୋଗ ଲାଗିକରି ପିର ପୀଠରେ ଲାଲ ପତାକା ଉଡାଇ ଥିଲେ l ବହୁ ଲୋକ ପରିବାର ଧରି ବେଳାଭୂମିରେ ତାଙ୍କ ମଜା ନେଉଥିବା ବେଳେ, କେତେକ ଲୋକ ବଣ ଭୋଜିରେମାତି ଥିବା ଦେଖିବାକୁ ମିଳିଥିଲା l ଜିଲ୍ଲା ପ୍ରଶାସନ ତରଫରୁ ଲଖ୍ୟା ଧିକ ଲୋକଙ୍କ ସମାଗମକୁ ଆଖି ଆଗରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ, ଆଇ ସି,ଦୁର୍ଗାଚରଣ ମହାପାତ୍ର ସହ ୩ଜଣ ଆଇ ଆଇ ସି , ଅଫିସର,୧୨ଜଣ ଓ କନେଷ୍ଟବଳ ହୋମ ଗାର୍ଡ଼ ୨୦ଜଣ ନିୟୋଜିତ ରହିଥୁବା ବେଳେ, ପାନୀୟ ଜଳ ପାଇଁ ୫ଟି ଟିବଲ ସହ ଦୁଇ ଗୋଟି ପାଣି ଟାଙ୍କି ଯୋଗାଇ ଦିଆ ଯାଇ ଅଛି l ସେହିପରି ଦମ କଳ କେନ୍ଦ୍ର ଅସ୍ତରଙ୍ଗର ମୁଖ୍ୟ ପ୍ରହ୍ଲାଦ ରାୟ , ଇଉ ଟେକ ସର୍ଭିସ ର କର୍ମ ଚାରି ଆଦି ସଫେଇ ସହ ଦରିଆ କୂଳରେ ପଇଁ ତରା ମରୁଥୁବା ବେଳେ, ଦରିଆ ଅଶାନ୍ତ ସହ ଗଭୀର ଥୁବାରୁ ନ ଗାଧୋଇ ଵା ପାଇଁ ବରଣ କରୁଥୁବା ଦେଖା ଯାଇ ଅଛି l ମାର୍ଜିଷ୍ଟେଟ ଦାୟିତ୍ୱ ରେ ବିଡ଼ିଓ ସସ୍ମିତା ବେହେରା, ଓ ତହସିଲଦାର ପ୍ରିୟଙ୍କା ପ୍ରିୟ ଦର୍ଶିନୀ ପତି,ରହିଛନ୍ତି ଓ ବ୍ଲକ ଅଧ୍ୟକ୍ଷ ଆରତୀ ନାଏକ, ଏମ ପି ଙ୍କ ପ୍ରତିନିଧି ଦିବାକର ଛାଟୋଇ, ସରପଞ୍ଚ କ୍ଷୀରୋଦ କାଣ୍ଡି, ଜିଲ୍ଲା ପରିଷଦ ସଭ୍ୟ ସରସ୍ୱତୀ ସ୍ୱାଇଁ, ବିଧାୟକ ପ୍ରତିନିଧି ଭୀମସେନ ସ୍ୱାଇଁ ଆଦି ଉପସ୍ଥିତ ରହି ଯାତ୍ରୀ ମାନଙ୍କ ଭଲ ମନ୍ଦ ବୁଝିବା ସହ ଯାତ୍ରା କିପରି ଶୃଙ୍କଳିତ ଭାବେ ଶେଷ ହେବ ସେଥିପ୍ରତି କଡା ଦୃଷ୍ଟି ରଖି ଛନ୍ତି l ସକାଳୁ ନିକଟସ୍ଥ ପକାରୀ ରେ ବୋଇତଵନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l ବିଦୁତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବନ ବିଭାଗ, ଆଦି ତାଙ୍କର ସେବା ଯୋଗାଇ ଦେବାକୁ ଚେଷ୍ଟିତ ରହିଛନ୍ତି l ବେଳାଭୂମି ଯଜ୍ଞ ସମିତି, ସିରିଡି ସାଇ ମଠ, ଆଦିରେ ଯଜ୍ଞ ସହ ପ୍ରସାଦ ସେବନ ର ବ୍ୟବସ୍ଥା ରହିଥିବା ସହ, ସ୍ଵଚ୍ଚ ଭାରତ ମିଶନ ର ଷ୍ଟଲ ସବୁଠାରୁ ଭଲ ହୋଇଥିବାର ଦେଖିବାକୁ ମିଳିଥିଲା l ଯାତ୍ରା ରାଜ ନନ୍ଦିନୀ ତିନିଦିନ ଧରି ତାର ଯାତ୍ରା ପରି ବେଷଣ କରିବାକୁ ଯାଉଛି ଓ ପରିବେଶ ବିତ ଶୋଭକାର ବେହେରା, ବରିଷ୍ଠ ସାମ୍ବାଦିକ ଦୁଃଶାସହ ନାୟକ, ନିର୍ବାହୀଅଧିକାରୀ ସ୍ପନ୍ଦନ ସ୍ଥିତ ପ୍ରଜ୍ଞ, ଆକାଶ କୁମାର ଦାଶ,ସମସ୍ତ ୱାର୍ଡ ସଭ୍ୟ ଉପସ୍ଥିତ ରହି ଯାତ୍ରୀ ମାନଙ୍କ ଭଲ ମନ୍ଦ ବୁଝୁଥୁବାର ଦେଖା ଯାଇଛି l

