ପଞ୍ଚୁକ ର ଶେଷ ଦିନରେ ସମାପ୍ତ ହେଲା ଅଷ୍ଟପ୍ରହରୀ ନାମଯଜ୍ଞ…
ଲକ୍ଷ୍ମୀପୁର ୦୪।୧୧
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଦୀପାବଳୀ ଅମାବାସ୍ୟା ସମାପ୍ତ ହେବାପରେ ବିଭିନ୍ନ ଗ୍ରାମ ଗୁଡିକରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୁଏ। ସୋମବାର ଠାରୁ ବ୍ଲକ ସଦର ମହକୁମା ର ରାମ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇ ଆଜି ଶେଷ ହୋଇ ଜାଇଛି।
ସୋମବାର ଦିନ ଅଧିବାସ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନରେ ସ୍ଥାନିୟ ମହିଳା ମାନେ ଦେଢ କିଲୋମିଟର ଦୁର ଘୋଡା ବନ୍ଧରୁ ଦଶଟି କଳଶରେ ପାଣି ଆଣିଥିଲେ।ମଙ୍ଗଳ ବାର ଦିନ ନାମ ଯଜ୍ଞ କାର୍ଯ୍ୟ କରାଜାଇଥିଲା।ସକାଳୁ ସକାଳୁ ଘଣ୍ଟ,ମୃଦଙ୍ଗ ଓ ଝାଞ୍ଜର ତାଳେ ତାଳେ”ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ,ହରେ ରାମ ହରେ ରାମ ରାମ ରାମ ହରେ ହରେ” ସବ୍ଦରେ ମନ୍ଦିର ପାଖ କମ୍ପି ଉଠିଥିଲା।ଏଥିରେ ଆଖପାଖ ଅଞ୍ଚଳ ସମେତ କଳାହାଣ୍ଡି ଜିଲ୍ଲା ର ୧୦ଟି ସଂକିର୍ତନ ଦଳ ଯୋଗ ଦେଇଥିଲେ। ମନ୍ଦିର କମିଟି ତରଫରୁ ଏହି ଅଷ୍ଟ ପ୍ରହରି ନାମ ଯଜ୍ଞ ସୁଚାରୁ ରୁପେ ପରିଚାଳନା କରା ଜାଇଥିଲା ବେଳେ ହଜାର ହଜାର ଭକ୍ତ ଅନ୍ନଭୋଗ ସେବନ କରିଥିଲେ। ଅଷ୍ଟପ୍ରହରୀ ପାଇଁ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ଶୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।ରାମ ମନ୍ଦିର ପୂଜା କମିଟି ଏହାକୁ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ ଅନେକ ଯୁବ ଗୋଷ୍ଠୀ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।

