ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଟାଟା କଲୋନୀ ସ୍ଥିତ ପାତ୍ରପୁର ଗ୍ରାମର ରଘୁନାଥ ଡାକୁଆଙ୍କୁ ତାଙ୍କ ଜ୍ୱାଇଁ ପୁଅ ସିମାଞ୍ଚଳ ଡାକୁଆ ମାରପିଟ କରୁଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି l ଅଭିଯୋଗ ଅନୁଯାୟୀ ରଘୁନାଥଙ୍କ ଏକମାତ୍ର ଝିଅକୁ ପାତ୍ରପୁର ଶାସନର ସିମାଞ୍ଚଳ ଡାକୁଆ ସହ ବିବାହ ଦେଇଥିଲେ l କିନ୍ତୁ ବିବାହ ପରଠାରୁ ସିମାଞ୍ଚଳ ସ୍ତ୍ରୀ କୁ ମାରପିଟ କରୁଥିବାରୁ ରଘୁନାଥ ଝିଅକୁ କୁ ଆଣି ନିଜ ପାଖରେ ପାତ୍ରପୁର ରେ ରଖିଥିଲେ l କିଛି ଦିନ ହେଲା ଜ୍ୱାଇଁ ସିମାଞ୍ଚଳ ମଧ୍ୟ ପାତ୍ରପୁର ରେ ଶଶୁର ଘରେ ରହି ଆସୁଥିଲେ। ଶୁକ୍ରବାର ଦିନ ସିମାଞ୍ଚଳ ରାତ୍ର ପ୍ରାୟ ୨ଟା ସମୟରେ ଝିଅକୁ ମାରପିଟ କରୁଥିବା ବେଳେ ରଘୁନାଥ ପ୍ରତିବାଦ ଜରିଥିଲେ l ଜ୍ୱାଇଁ ସିମାଞ୍ଚଳ ଶଶୁର ରଘୁନାଥଙ୍କ ବେକ ଚିପିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ l ଘଟଣା ସ୍ଥଳରୁ ଝିଅ ଓ ସ୍ତ୍ରୀ ରଘୁନାଥଙ୍କୁ ଉଦ୍ଧାର କରିଥିଲେ l ଏ ନେଇ ଆଜି ରଘୁନାଥ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ କେସ ନମ୍ବର ୧୬୬/୨୩ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ପୁଲିସ କହିଛି l