ଶିକ୍ଷକ ମାନଙ୍କୁ ନେଇଁ ସ୍ୱଚ୍ଛତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ବିଦ୍ୟାଳୟ ରେ ପହଂଚିବ ସ୍ଵଛ ଅଭିଯାନ…
ଲକ୍ଷ୍ମୀପୁର ୦୭/୧୧ . ଲକ୍ଷ୍ମୀପୁର ସାଙ୍ଗନ୍ନା ହାଇସ୍କୁଲ ପରିସରରେ ଅମର ଜ୍ୟୋତି ଫାଉଣ୍ଡେସନ ଓ ରେକୀଟ ଇଣ୍ଡିଆ ର ମିଳିତ ଉଦ୍ୟମ ରେ ସ୍ୱଚ୍ଛତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ଶିକ୍ଷାଧିକାରୀ ରିତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଶିକ୍ଷା ଧିକାରୀ ବିଭୁତି ଭୂଷଣ ଟାକ୍ରୀ, ବିଜ୍ଞାନ ଶିକ୍ଷକ ଗୋଲୋକ ଚନ୍ଦ୍ର ଲେଙ୍କା ଓ ତିନୋଟି କ୍ଲଷ୍ଟର ର ସିଆରସିସି ଅଜୟ କୁମାର ଜେନା, ଅମୀୟ କୁମାର ଗରଡ଼ା ଓ ଭେଙ୍କେଟ ସ୍ବର ରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୂଜାର୍ଚନା କରାଯାଇଥିଲା। ପରେ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ
ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।କୋରାପୁଟ ଜିଲ୍ଲାର ଆକାଂକ୍ଷା ବ୍ଲକ ଭାବେ ପରିଚିତ ଲମତାପୁଟ ଓ ଲକ୍ଷ୍ମୀପୁର ବ୍ଲକ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ତେଣୁ
ପ୍ରଥମ ଦିନରେ ବ୍ଲକ ୫୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।ବିଶୁଦ୍ଧ ପାନୀୟ ଜଳ, ପରିମଳ ଓ ସ୍ୱଚ୍ଛତା ଉପରେ ତାଲିମ ପ୍ରଦାନ କରାଯାଇଥିଲା. ବିଶେଷ କରି ସବୁବେଳେ କେଉଁ ପ୍ରଣାଳୀରେ ହାତ ଧୁଆ ଯିବ ଓ ଏହା ପ୍ରତ୍ୟେକ ବିଦ୍ୟାଳୟ ଛାତ୍ର ଛାତ୍ରୀ କିପରି ବାଧ୍ୟତା ଭାବେ ଗ୍ରହଣ କରିବେ ସେ ଉପରେ ଅଧିକ ଆଲୋକପାତ କରାଯାଇଥିଲା।
ସ୍ଵାସ୍ଚ୍ୟ ନାହିଁ ତ କିଛି ନାହିଁ,ସ୍ଵାସ୍ଚ୍ୟ ଯଦି ଖରାପ ତାହା ମାନେ ସବୁ ଖରାପ ତେଣୁ ପ୍ରଥମେ ସ୍ଵାସ୍ଚ୍ୟ ପ୍ରତି ଧ୍ୟାନ ଦେଇ
ନିସ୍ଵାର୍ଥପର ପର ଭାବେ କାର୍ଯ୍ୟ କରିବାକୁ ବିଇଓ ରିତା ମହାନ୍ତି ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମ କୁ ଅବିଭକ୍ତ କୋରାପୁଟ ଜିଲ୍ଲା ପ୍ରକଳ୍ପ ସଂଯୋଜକ ତାପସ ହୋତା ,
ପୁରୀ ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ।ବ୍ଲକ ଏଜୁକେଟର
ଧବୁଳୁ ମୁଦୁଲି ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିବା ବେଳେ ଆଗାମୀ ଦିନରେ ପ୍ରତ୍ୟକ ବିଦ୍ୟାଳୟ ରେ ସେ ତାଲିମ ସହ ପରିଚାଳନା କରିବେ ବୋଲି ଜଣାପଡିଛି।ସରକାର ଏପରି ସ୍ଵଚ୍ଚତା କାର୍ଯ୍ୟକ୍ରମ କୁ ସବୁ ମହାଲରେ ପ୍ରଶଂସା କରାଯାଇଛି।ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀ ଙ୍କୁ ଅଂଶ ଗ୍ରହଣକାରି ପ୍ରମାନପତ୍ର ପ୍ରଦାନ କରାଯାଇଥିଲା

