ବନ୍ୟ ଜନ୍ତୁ ଶିକାର ପାଇଁ ଲଗାଯାଇଥିବା ଫାସ ରେ ପଡି ଦୁଇ ଯୁବକ ଙ୍କ ମୃତ୍ୟୁ..ପୋଲିସ ଓ ସାଇଣ୍ଟିଫିକ ଟିମ ର ତନାଘନା
ଲକ୍ଷ୍ମୀପୁର ୦୭/୧୧ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କେନ୍ଦୁପାଇ ଗାଁ ପାହାଡ଼ ଉପରେ ବନ୍ୟ ଜନ୍ତୁ ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଦୁଇ ଜଣ ଯୁବକ ଜିଅନ୍ତା ଜଳି ଯାଇଛନ୍ତି…ଜଙ୍ଗଲ ରେ ବନ୍ୟଜନ୍ତୁ ଶିକାର ପାଇଁ ୧୧ କେଭି ବିଦ୍ୟୁତ ତାର ରେ ସ୍ଥାନୀୟ ଅଞ୍ଚଳ ର ଯୁବକ ମାନେ ହିଁ ଅତ୍ୟଧୁନିକ ପ୍ରଣାଳୀ ରେ ଫାସ ଲଗାଇଥିବା କେନ୍ଦୁପାଇ ଗ୍ରାମବାସୀ କହିଛନ୍ତି। ବିଦ୍ୟୁତ ଫାସ ରେ ବାରହା, ହରିଣ କୁଟୁରା ଭଳି ଅନେକ ବନ୍ୟଜନ୍ତୁ ମୃତ୍ୟୁ ବରଣ କରୁଥିବା ବେଳେ ଜିଲାରେ ଗତ ୧୫ ଦିନ ଭିତରେ ବାରହା ଫାସ ରେ ପଡି ତିନିଜଣ ଯୁବକ ଙ୍କ ର ମୃତ୍ୟୁ ହୋଇଛି….ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ରେ ସ୍ଥାନୀୟ ଲୋକ ମାନେ ହିଁ ବନ୍ୟ ଜନ୍ତୁ ଶିକାର ସକାଶେ ୧୧ କେଭି ବିଦ୍ୟୁତ ଖୁଣ୍ଟ ରୁ ଅନେକ କୌଶଳ ରେ ଫାସ ଲଗାଇଥାନ୍ତି। ଗତକାଲି ବନ୍ୟ ଜନ୍ତୁ ଶିକାର ଉଦେଶ୍ୟରେ ଯେଉଁ ଫାସ ଲଗାଯାଇଥିଲା ସେହି ଫାସରେ ପଡି କେନ୍ଦୁ ପାଇ ଗାଁର ଦୁଇଜଣ ଯୁବକ ଙ୍କ ମୃତ୍ୟୁ ହୋଇଛି, ମୃତକ ଙ୍କ ମଧ୍ୟ ରେ ରହିଛନ୍ତି କେନ୍ଦୁପାଇ ଗାଁ ର ଗାହେଲା ମାଣ୍ଡିଙ୍ଗା ,ଓ ପିପଳପଦାର ଗାଁ ର କୁମର ମିଣିଆକା ବୋଲି ଜଣାପଡିଛି। ଗୁରୁବାର ସନ୍ଧ୍ୟାରେ ଦୁଇଜଣ ଯୁବକ ସେମାନଙ୍କ ଗାଇ ଆଣିବା ସକାଶେ ପାହାଡ଼ ଉପରକୁ ଯାଇଥିଲେ, ଶୁକ୍ରବାର ସକାଳ ପର୍ଯ୍ୟନ୍ତ ସେମାନେ ନଫେରିବାରୁ ପରିବାର ଲୋକେ ଜଙ୍ଗଲ ରେ ଖୋଜା ଖୋଜି କରିଥିଲେ, ଖୋଜା ଖୋଜି କରିବା ପରେ ପରିବାର ଲୋକେ ବିଦ୍ୟୁତ ତାର ରେ ଫାସ ଲାଗିଥିବା ସ୍ଥାନରୁ ପ୍ରାୟ ଅନେକ ଦୁର ରେ ଏକ ଗୁମ୍ଫା ଭଳି ସ୍ଥାନରେ ସମ୍ପୂର୍ଣ ପୋଡ଼ିଯାଇଥିବା ଦୁଇଟି ଶବ କୁ ଦେଖି ସେମାନଙ୍କ ଲୋକ ବୋଲି ଚି଼ହ୍ନଟ କରିଥିଲେ…ପରେ ଗ୍ରାମବାସୀ ଙ୍କୁ କହିବା ପରେ ଗାଁ ଲୋକେ ପୋଲିସ କୁ ଅବଗତ କରାଇଥିଲେ।ସମ୍ପର୍କୀୟ ମାନେ ବର୍ତ୍ତମାନ ସନ୍ଦେହ କରୁଛନ୍ତି କି ଗାହେଲା ଓ କୁମର ଫାସ ରେ ଲାଗିଥିବା ବିଦ୍ୟୁତ ସଂସ୍ପର୍ଶ ରେ ଆସିବା ପରେ ମୃତ୍ୟୁ ବରଣ କରିଛନ୍ତି, ଶିକାରୀ ମାନେ ରାତିରେ ସେହି ସ୍ଥାନରେ ବନ୍ୟଜନ୍ତୁ ଫସିଥିବା ଅନୁମାନ କରି ଯାଇଛନ୍ତି, କିନ୍ତୁ ଯୁବକ ଦୁଇଜଣ ମାରିପଡ଼ିଥିବା ଦେଖି ଶବ କୁ ଛୁପାଇବାକୁ ଚେଷ୍ଟା କରି ପ୍ରାୟ ଅଧା କିଲୋମିଟର ଦୁର ରେ ଫୋଫାଡ଼ି ଚାଲି ଯାଇଥିବା ଗାଁ ଲୋକେ ଅନୁମାନ କରି କହିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଆଇଆଇସି ସୁଜ୍ଞାନୀ ସାହୁ, ପୋଲିସ ଟିମ ଓ ସାଇଣ୍ଟିଫିକ ଟିମ ସହ ପହଞ୍ଚିଛନ୍ତି, ଅତି କଷ୍ଟ ରେ ପାହାଡ଼ ଉପରୁ ସନ୍ଧ୍ୟା ୭ ତା ରେ ଶବ ପାହାଡ଼ ଉପରୁ ଆଣି ଡାକ୍ତର ଖାନା ର ଶବ ଗୃହ ରେ ରଖାଯାଇଛି। ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗ ର ଏକ ଟିମ ଗଣେଶ ପୂଜାରୀ ଙ୍କ ନେତୃତ୍ୱ ରେ ପହଂଚି ବିଦ୍ୟୁତ ସଜାଡୁଥିବା ଜଣାପଡିଛି। ଆସନ୍ତା କାଲି ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି ଲକ୍ଷ୍ମୀପୁର ବ୍ଲକ ର ପ୍ରାୟ ଅଧିକାଂଶ ଆଭ୍ୟନ୍ତରୀଣ ଅଞ୍ଚଳ ରେ ବିଦ୍ୟୁତ ତାର ରେ ଫାସ ଲଗାଯାଇ ବନ୍ୟ ଜନ୍ତୁ ଶିକାର କରାଯିବା କୌଣସି ନୁଆଁ ଘଟଣା ନୁହେଁ,ବନ୍ୟ ଜନ୍ତୁ ଶିକାର ହଉଥିବା ନେଇଁ ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ,ବନବିଭାଗ, ବିଦ୍ୟୁତ ବିଭାଗ ସମସ୍ତ ଙ୍କ ପାଖରେ ଖବର ରହିଛି,. ବିଦ୍ୟୁତ ବିଭାଗ କର୍ମଚାରୀ ଖୁଣ୍ଟ ରୁ ଲଗାଯାଉଥିବା ଫାସ କାଢି କାଢି ନାକେଦମ ହୋଇଗଲେଣି, ବାରହା ଫାସ ଜଙ୍ଗଲ ରେ ଲଗାଯାଉଥିବା ବେଳେ ଫାସ ରେ ଯଦି ବନ୍ୟ ଜନ୍ତୁ ପଡି ମୃତ୍ୟୁ ବରଣ ହୁଏ ତାହେଲେ ସେହି ରାତି ସାରା ଆଉ ବିଦ୍ୟୁତ ଆସି ନଥାଏ, ତହିଁ ଆରଦିନ ବିଦ୍ୟୁତ କର୍ମଚାରୀ ଜଙ୍ଗଲ ରେ ଖୋଜି ଖୋଜି ଫାସ ରେ ଲାଗି ଥିବା ୱାଇର କାଢ଼ିବା ପରେ ବିଦ୍ୟୁତ ଆସିଥାଏ..ଏନେଇଁ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ସୁଧା ଗ୍ରାମାଞ୍ଚଳ ଲୋକେ ଜନ୍ତୁ ଶିକାର ର ଏପରି କୌଶଳ ରୁ ଦୁରେଇ ପାରୁନାହାନ୍ତି.. ଗାଁ ଗାଁ ରେ ପହଂଚି ବିଦ୍ୟୁତ ବିଭାଗ କର୍ମଚାରୀ ବିଦ୍ୟୁତ ତାର ରେ ଫାସ ପକାନ୍ତୁ ନାହିଁ ବୋଲି ଲୋକଙ୍କୁ କହିବା ସତ୍ୱେ କେହି କର୍ଣ୍ଣ ପାତ କରୁନଥିବା ବିଦ୍ୟୁତ ବିଭାଗ ତରଫରୁ କୁହାଯାଇଛି….

