Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଲା ଦଶମ ବୋର୍ଡ ପରୀକ୍ଷା ଫର୍ମ ପୂରଣ ତାରିଖ ; କେମିତି କରିବେ ଆବେଦନ ଆସନ୍ତୁ ଜାଣିବା…

କଟକ,୮।୧୧ : ପ୍ରକାଶ ପାଇଲା ୧୦ମ ବୋର୍ଡ ପରୀକ୍ଷା (ରେଗୁଲାର ଓ ଏକ୍ସରେଗୁଲାର) ପାଇଁ ଫର୍ମ ପୂରଣ ତାରିଖ | ଆସନ୍ତା ୨୦୨୬ ମସିହା ପାଇଁ ନଭେମ୍ବର ୮ରୁ ଆରମ୍ଭ ହେବ ପ୍ରକ୍ରିୟା। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଓ୍ବେବ୍‌ସାଇଟ୍‌ www.bseodisha.ac.inରେ ଦିଆଯାଇଥିବା ଲିଙ୍କ୍‌ ମାଧ୍ୟମରେ ୨୪ ଘଣ୍ଟିଆ ଅନ୍‌ଲାଇନ ଜରିଆରେ ଫର୍ମ ପୂରଣ କରାଯିବ।

ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ/ପ୍ରଧାନଶିକ୍ଷକଙ୍କ ଜରିଆରେ ନଭେମ୍ବର ୮ରୁ ୨୨ ତାରିଖ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଏହି ଫର୍ମ ପୂରଣ କରାଯିବ। ଏଥିପାଇଁ ସମସ୍ତ ସୂଚନା ବୋର୍ଡ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି। ଅନୁରୂପ ଭାବେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ନିମନ୍ତେ ମଧ୍ୟ ଫର୍ମ ପୂରଣ କରାଯିବ। ମାତ୍ର ମଧ୍ୟମା ପରୀକ୍ଷା ପାଇଁ ଫର୍ମ ପୂରଣ ଅଫ୍‌ଲାଇନ ମାଧ୍ୟମରେ ହେବ। ଏଥିପାଇଁ ନଭେମ୍ବର ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ସଂସ୍କୃତ ଟୋଲ୍‌ର ହେଡ୍‌ ପଣ୍ଡିତମାନେ ଫର୍ମ ପୂରଣ କରି ବୋର୍ଡ ଶାଖା କାର୍ଯ୍ୟାଳୟରେ ନଭେମ୍ବର ୨୪ ତାରିଖ ସୁଦ୍ଧା ଦାଖଲ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ