ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ସ୍ପଷ୍ଟ ବୟାନ ; ରୁଷ ସେନାରେ ୪୪ ଭାରତୀୟ ନିଯୁକ୍ତ
**EDS: SCREENSHOT VIA PTI VIDEOS** New Delhi: MEA Spokesperson Randhir Jaiswal addresses a press conference, in Delhi, Thursday, April 17, 2025. (PTI Photo) (PTI04_17_2025_000253B)
ନୂଆଦିଲ୍ଲୀ;୦୮|୧୧: ରୁଷ ସେନାରେ ଅଛନ୍ତି ୪୪ ଭାରତୀୟ । ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଭାରତ ସରକାର କରିଛନ୍ତି ଯୋଜନା | ଏଥିପାଇଁ ରୁଷ ନିକଟରେ ଭାରତ ଦାବି ଦୋହରାଇଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଏହା କହିଛନ୍ତି ଯେ , ଖୁବଶୀଘ୍ର ରୁଷ ସେନାରେ ଥିବା ଭାରତୀୟଙ୍କୁ ସେ ଫେରାଇଆଣିବେ | ରୁଷ ସେନାରେ ନିଯୁକ୍ତ ଭାରତୀୟଙ୍କ ସଂପର୍କରେ ମସ୍କୋ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇଥିଲା । ରୁଷ ମିଲିଟାରୀରେ ଭାରତୀୟ ନାଗରିକଙ୍କୁ ନିଯୁକ୍ତି ନ କରିବାକୁ କୁହାଯାଇଛି ।
ଗତ କିଛି ମାସ ମଧ୍ୟରେ ରୁଷ ସେନାରେ ଭାରତୀୟ ନାଗରିକଙ୍କ ନିଯୁକ୍ତି ବଢ଼ିଥିଲା। ରୁଷ ଆର୍ମିରେ ଏବେ ୪୪ ଭାରତୀୟ ନିଯୁକ୍ତ ଅଛନ୍ତି । ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରୁଷ ସେନା ନିଯୁକ୍ତ ପାଇଁ ପ୍ରସ୍ତାବ ଗ୍ରହଣ ନ କରିବାକୁ ବୈଦେଶିକ ମନ୍ତ୍ରାଳୟ ସତର୍କ କରିଦେଇଛି । ରୁଷ ଆର୍ମିରେ କୁକସ, ହେଲପର ସମେତ ସହାୟକ କର୍ମଚାରୀ ଭାବେ ନିୟୋଜିତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଛାଡ଼ି ଦେବା ପାଇଁ ଭାରତ ବାରମ୍ବାର ଦାବି କରିଆସୁଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତ ବେଳେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ।
ରୁଷ ଆର୍ମିରେ ନିଯୁକ୍ତି ପାଇଁ ପ୍ରସ୍ତାବକୁ ଗ୍ରହଣ କରନ୍ତୁ ନାହିଁ । ଜୀବନ ପ୍ରତି ବିପଦ ଥିବାରୁ ପ୍ରସ୍ତାବ ଗ୍ରହଣ ନକରିବାକୁ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି । ପୂର୍ବରୁ ଗତ ସେପ୍ଟେମ୍ବରରେ ରୁଷ ସେନାରେ ୨୭ ଭାରତୀୟ ନିୟୋଜିତ ଥିବା କୁହାଯାଇଥିଲା ।

