Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିଯୋଗ ନେଇ ପ୍ରେସ୍‌ମିଟ୍‌ କଲେ ପୀତବାସଙ୍କ ଧର୍ମପତ୍ନୀ; “କହିଲେ ଜୀବନ ପ୍ରତି ବିପଦ ଅଛି”

ବ୍ରହ୍ମପୁର, ୮/୧୧ : ପୀତବାସ ପଣ୍ଡା ହତ୍ୟା ମାମଲା। ପ୍ରେସ୍‌ମିଟ୍‌ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୀତବାସଙ୍କ ଧର୍ମପତ୍ନୀ ସୁସ୍ମିତା ପଣ୍ଡା। କହିଲେ ଜୀବନ ପ୍ରତି ବିପଦ ଅଛି। ମାମଲା ପ୍ରତ୍ୟାହାର କରିବାକୁ ପୁଅ ପାଖକୁ ବାରମ୍ବାର ଧମକପୂର୍ଣ୍ଣ କଲ୍ ଆସୁଛି। ବିକ୍ରମ ପଣ୍ଡାଙ୍କ ନମ୍ଵରରୁ ଦୁଇ ଥର କଲ୍ ଆସିଛି। ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଘରେ ରହିବାକୁ ମଧ୍ୟ ଭୟ ଲାଗୁଛି। ପୁଅ ବି ଭୟଭୀତ ଅଛି। ପୁଲିସ ତଦନ୍ତ ଉପରେ ଭରସା ଅଛି ହେଲେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଜେଲରୁ ନଛାଡ଼ିବାକୁ ଅନୁରୋଧ କରିଛନ୍ତି ପୀତବାସଙ୍କ ସ୍ତ୍ରୀ।

ସୁସ୍ମିତା ପଣ୍ଡା ପୁଣି କହିଛନ୍ତି ଯେ, ପୀତବାସଙ୍କ ହତ୍ୟା ପରେ ଅଭିଯୁକ୍ତ ବିକ୍ରମ ପଣ୍ଡା ସମବେଦନା ଜଣାଇବାକୁ ଘରକୁ ଆସିଥିଲା। ଏହି ହତ୍ୟା ମାମଲା ପଛରେ ଏବେ ବିକ୍ରମଙ୍କ ସମ୍ପୃକ୍ତି ଜାଣି ଆଶ୍ଚର୍ଯ୍ୟ ଲାଗୁଛି। ତେଣୁ ପ୍ରେସ୍‌ମିଟ୍ ମାଧ୍ୟମରେ ସୁସ୍ମିତା ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ଏବଂ ସୁରକ୍ଷାର ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି, ନିଶ୍ଚୟ ନ୍ୟାୟ ମିଳିବ ବୋଲି କହିଛନ୍ତି।

ସୂଚନା ମୁତାବକ, ମୃତ୍ୟୁ ପୂର୍ବରୁ ଶେଷ ଥର ପାଇଁ ପୀତବାସ ୬ ତାରିଖ ରାତି ସାଢେ ୮ଟାରେ ତାଙ୍କ ସ୍ତ୍ରୀଙ୍କ ସହ କଥା ହୋଇଥିଲେ। ଥାନା ଓ କୋର୍ଟରୁ ଫେରିବା ସମୟରେ ହୋଟେଲରୁ ଖାଇବା ନେଇ ଆସିବି ବୋଲି କହିଥିଲେ।

ପୂର୍ବ ଖବର ଅନୁଯାଇ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଜଣ ଓକିଲଙ୍କ ପିଟିସନ ଦାଖଲ କରାଯାଇଥିଲା। ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଜଣ ଓକିଲ ପିଟିସନ ଦାଖଲ କରିଥିବା ସୂଚନା ମିଳିଥିଲା। ବ୍ରହ୍ମପୁର SDJM କୋର୍ଟରେ ୱକାଲତନାମା ଦାଖଲ କରିଥିଲେ ଆଇନଜୀବୀ। ବିକ୍ରମଙ୍କ ଓକିଲଙ୍କ ପକ୍ଷରୁ ପୀତବାସ ହତ୍ୟା ମାମଲାରେ ବିକ୍ରମଙ୍କ ସଂପୃକ୍ତି ନାହିଁ ବୋଲି ଦର୍ଶାଇ ଏକ ପିଟିସନ ଦାଖଲ ହୋଇଥିଲା। ପୂର୍ବରୁ ୪୦ରୁ ଅଧିକ ଓକିଲ ବିକ୍ରମଙ୍କ ସପକ୍ଷରେ ପିଟିସନ ଦାଖଲ କରିଥିଲେ। ଗୁରୁବାର ଦିନ ବିକ୍ରମଙ୍କ ଓକିଲଙ୍କ ପକ୍ଷରୁ ଏକ ପିଟିସନ ଦାଖଲ ହୋଇଥିଲା। ଏଥିରେ ପୀତବାସଙ୍କ ହତ୍ୟାରେ ବିକ୍ରମଙ୍କ କିଛି ସଂପୃକ୍ତି ନାହିଁ ଦର୍ଶାଇ ପିଟିସନ ଦାଖଲ ହୋଇଥିଲା।

ତେବେ ଏହି ହତ୍ଯା ମାମଲାରେ ପୋଲିସ ୧୪ ଜଣଙ୍କୁ ଗିରଫ କରିସାରିଛି। ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ ସାର୍ପ ସୁଟର କୁରୂପତି ଭୂୟାଁ ଗତ ୩ ତାରିଖରେ ଆତ୍ମସମର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ