ଖାଲଖମା ରାସ୍ତା ନଷ୍ଟ ହେଉଛି ସରକାରଙ୍କ ଉନ୍ନତ ମାନର ବସ୍ ଡଷ୍ଟ୍ ଆଲାର୍ଜିକ୍ ରେ ଆକ୍ରାନ୍ତ ପଥଚାରି ।
ପଟ୍ଟାଙ୍ଗି୧୦/୧୧ଛତିଶଗଡ଼ ଠାରୁ ଓଡିଶା ହୋଇ ପଡୋଶୀ ଆନ୍ଧ୍ର ରାଜ୍ୟ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଖାଲଖମା ହୋଇ ମରଣଯନ୍ତା ରେ ପରିଣତ ହେବା ସହ ଉକ୍ତ ରାସ୍ତାରେ ନିତିଦିନ ନିର୍ଭର କରୁଥିବା ପଥଚାରି ମାନେ ଡଷ୍ଟ୍ ଆଲାର୍ଜିକ୍ ରେ ଆକ୍ରାନ୍ତ ହୋଇ ଚିକିତ୍ସା ଧିନ ରହୁଛନ୍ତି । ଏହି ପରେ ମଧ୍ୟ ସମ୍ପୃକ୍ତ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ କ୍ଷେତ୍ରରେ କୈଣସି ତପ୍ତରତା ପ୍ରକାଶ ନ ପାଇବା ଜନସାଧାରଣ ଙ୍କ ମଧ୍ୟରେ ଦାନା ବାନ୍ଦୁଛି ଅସନ୍ତୋଷ । ସୂଚନା ମୁତାବକ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଦେଇ ପଡୋଶୀ ଦୁଇ ରାଜ୍ୟ ଯଥା ଆନ୍ଧ୍ର ଓ ଛତିଶଗଡ଼ କୁ ସଂଯୋଗ କରୁଥିବା ୨୬ ନଂ ଜାତୀୟ ରାଜପଥ ଖାଲଖମା ସହ ମରଣଯନ୍ତା ରେ ପରିଣତ ହୋଇଥିବା ବେଳେ ଉକ୍ତ ରାସ୍ତା ଟି ଜିଲ୍ଲାର ସେମିଳିଗୁଡା ବ୍ଲକ୍ ପରଠାରୁ ଆନ୍ଧ୍ର ଅଭିମୁଖେ ସଂଯୋଗ କରୁଥିବା ରାସ୍ତାରେ ଅନେକ ସ୍ଥାନରେ ଯଥା ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମା ଠାରୁ ଆରମ୍ଭ କରି ଦୀର୍ଘ ୩୨ କି ମି ଯଥା ସୁଙ୍କି ପଞ୍ଚାୟତ ପରେ ପଡୁଥିବା ଆନ୍ଧ୍ର ଓଡ଼ିଶା ସୀମାନ୍ତ ପର୍ଯ୍ୟନ୍ତ ଅନେକ ଖାଲଖମା ହୋଇ ଥିବା ସହ ବିଭାଗୀୟ ଅଧିକାରୀ ଏଥି ପ୍ରତି କୈଣସି ଦୃଢ ପଦକ୍ଷେପ ଗ୍ରହଣ କରୁ ନଥିବା ବେଳେ ଖାଲ ଖମା ସ୍ଥାନ ମାନଙ୍କରେ ଡଷ୍ଟ୍ ଗୁଣ୍ଡ ପକାଇ ନିଜ ମୁଣ୍ଡରୁ ଦାଇତ୍ଵ ହଟାଇ ଦେଉଛି । ସେପଟେ ଉକ୍ତ ରାସ୍ତା ଉପରେ ନବରଙ୍ଗପୁର ଠାରୁ ଆରମ୍ଭ କରି ଜୟପୁର , କୋରାପୁଟ ସଦର ମହକୁମା ଠାରୁ ରାଜ୍ୟ ଓଡିଶା ପରିବହନ ବିଭାଗର ଉନ୍ନତ ମାନର ବସ୍ ଯଥା ଭୋଲଭ୍ ଭୁବନେଶ୍ୱର , କଟକ , ବ୍ରହ୍ମପୁର ଅଭିମୁଖେ ଯାଉଥିବା ରାତ୍ରିକାଳିନ ବସ୍ ଗୁଡ଼ିକ ନଷ୍ଟ ହେଉଥିବା ବେଳେ ଘାଟି ରାସ୍ତାରେ ଖରାପ ହୋଇ ପଡି ରହୁଛି । ଯେଉଁଥିପାଇଁ କି ଯାତ୍ରୀ ମାନେ ଅନେକ ସମସ୍ୟା ର ସମୁଖିନ ହେଉଥିବା ସହ ବସ୍ ନିଜ ନିଜ ଗନ୍ତବ୍ୟ ସ୍ଥଳେ ଠିକ୍ ସମୟରେ ପହଞ୍ଚିବା ସମ୍ଭବ ପର ହୋଇ ପାରୁନାହିଁ । ସେହିପରି ଜାତୀୟ ରାଜପଥ ଉପରେ ନିୟମିତ ନିର୍ଭର କରୁଥିବା ପଥଚାରି ମାନେ ବର୍ତ୍ତମାନ ଅନେକ ରୋଗକ୍ରାନ୍ତ ରେ ଆକ୍ରାନ୍ତ ହୋଇ ଚିକିତ୍ସା ଧିନ ରହୁଥିବା ସହ ଡଷ୍ଟ୍ ଆଲାର୍ଜିକ୍ ରେ ଆକ୍ରାନ୍ତ ହୋଇ ନିଜ ଜୀବନ ସହ ସଂଗ୍ରାମ କରୁଛନ୍ତି । ଯେପରି କି ବ୍ଲକ୍ ସଦର ମହକୁମାର ବିଶ୍ୱନାଥ ଡାକୁଆ ବର୍ତ୍ତମାନ ଡଷ୍ଟ୍ ଆଲାର୍ଜିକ୍ ରେ ଆକ୍ରାନ୍ତ ହୋଇ ଚିକିତ୍ସା ଧିନ ରହିଥିବା ବେଳେ ଅନେକ ପଥଚାରି ଠାରୁ ଆରମ୍ଭ କରି ଶିକ୍ଷା ଅନୁଷ୍ଠାନ ରେ ପଢୁଥିବା କୁନି କୁନି ଛାତ୍ରୀ ଛାତ୍ର ଏବଂ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଛାତ୍ର ନିଜ ଜୀବନ ପ୍ରତି ବିପଦ ରହିଥିବା ହୃଦଗମ କରି ମୁହଁରେ ମାସ୍କ ଲଗା ଯାତାୟତ କରିବା କୁ ବାଧ୍ୟ ହେଉଛନ୍ତି । ଏହାପରେ ମଧ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ବା ଜିଲ୍ଲା ପ୍ରଶାସନ କ୍ଷେତ୍ରରେ କୈଣସି ତପ୍ତରତା ପ୍ରକାଶ ନ ପାଇବା ଜନସାଧାରଣ ଙ୍କ କ୍ଷେତ୍ରରେ ଅସନ୍ତୋଷ ର ଦାନା ବାନ୍ଦି ବାରେ ଲାଗିଛି । ଏନେଇ ବିଭାଗୀୟ ଜାତୀୟ ରାଜପଥ ବିଭାଗର ଯନ୍ତ୍ରୀ ରାମେଶ୍ୱର ସୋରେନ୍ ଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରିବା ରୁ ଆସନ୍ତା ତିନି ଚାରିଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ କରାଯିବ କହି କୈଣସି ଗୁରୁତ୍ୱ ଦେଇ ନଥିବା ସହ ନିଜ ମୁଣ୍ଡରୁ ଦାଇତ୍ଵ ହଟାଇଲା ପରି ମତାମତ ଦେଇଥିଲେ । ସେପଟେ ଉପ ଜିଲ୍ଲାପାଳ ପ୍ରେମ୍ ଲାଲ୍ ହିଆଲ୍ ଙ୍କୁ ଦୃଷ୍ଟି ଆକର୍ଷଣ କରିବା ରୁ ଜାତୀୟ ରାଜପଥ ବିଭାଗ ର ଅଧିକାରୀ ଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

