Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡମ ସମାଜ ର ବିଶାଳ ଦିଆଲି ସମାବେଶ,ଯୋଗଦେଲେ ୪୮ ଖଣ୍ଡ ଗାଁ ର ଗ୍ରାମବାସୀ..

ଲକ୍ଷ୍ମୀପୁର ୧୦/୧୧ …. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଡମ ସମାଜ ରେ ଦିଆଲି ଭେଟଘାଟ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଡମ ସମାଜ ସଭାପତି ବିଶ୍ୱଜିତ  ଗରଡ଼ା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ମିନି ଷ୍ଟାଡିୟମ ରେ ଡମ ସମାଜ ର ଲୋକମାନେ ଏକତ୍ରିତ ହେବା ପରେ ଢେମସା ନୃତ୍ୟ ର ତାଳେ ତାଳେ ନାଚ ଗୀତ ଓ ପାରମ୍ପରିକ ବାଦ୍ୟ ଯନ୍ତ୍ର ର ଧୁମ ରେ ନାଚି ନାଚି ଆମ୍ବେଦକର ଛକ ରେ ପହଞ୍ଚିଥିଲେ,ଛକ ରେ ବାବାସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବ୍ଲକ ପଡିଆରେ ଆୟୋଜିତ ହୋଇଥିବା ଦିଆଲି ଭେଟଘାଟ ସମାବେଶ ରେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ର ପ୍ରଥମେ ଡମ ପ୍ରଥା ଅନୁଯାୟୀ ଗାଁ ଗାଁ ରୁ ଆସିଥିବା ବିଭିନ୍ନ ପ୍ରକାର ସୁସ୍ୱାଦ୍ୟ ଖାଦ୍ୟ କୁ ମଞ୍ଚ ରେ ରଖି ପୂଜା କରିବା ପରେ ଗଞ୍ଜା କୁକୁଡ଼ା କୁ ଚାଉଳ ଖୁଆଇ ଥିଲେ, କୁକୁଡ଼ା ଖାଇବା ପରେ ହିଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ସମାବେଶ ରେ ମୁଖ୍ୟ ଅତିଥି ଭାବେ  ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ର ନିର୍ଦେଶକ ବୀରେନ୍ଦ୍ର କର୍କରା, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଡ଼ିଓ ସୁନୀଲ ଖରା, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ, ଉପାଧକ୍ଷା ଆରତୀ କୁଲଦୀପ ପ୍ରମୁଖ ଯୋଗ ଦେଇଥିବା ବେଳେ ଉତ୍ତରୀୟ ପ୍ରଦାନ କରି ସେମାନଙ୍କୁ ସମ୍ମାନିତ କରାଯାଇଥିଲା।
ଆମେ ବଂଚିବା, ଆମ ପିଲା ମାନଙ୍କୁ ବଞ୍ଚାଇବା, ଏ ଦୁନିଆ ରେ କେହି ଚିରସ୍ଥାୟୀ ନୁହଁନ୍ତି,ସମସ୍ତେ ଚାଲିଯିବା, କିନ୍ତୁ ସମାଜ ପ୍ରତି କିଛି କରିକି ଯାଇଥିଲେ ସମସ୍ତେ ମନେ ପକାଇବେ,
ସମାଜ ର ଅନାଥ ପିଲା ଙ୍କୁ ସାହାଯ୍ୟ କରିବା ସକାଶେ ଡମ କର୍ପସ ଫଣ୍ଡ କରିବା ସକାଶେ ଶ୍ରୀ କର୍କରା ପରାମର୍ଶ ଦେଇଥିଲେ
, ଏହି ଦିଆଲି ଭେଟଘାଟ ଯୋଗୁଁ ଡମ ସଙ୍ଘଠନ ର ଏକ ନୂତନ ଆଶା ସଂଚାର ହୋଇଛି,ଡମ ବୋଲି କହିବାକୁ ଲାଜ କରିବ ନାହିଁ , ଗାଁ କୁ ଛାଡିବ ନାହିଁ କି ମା ମାଟି କୁ ଛାଡ଼ିବ ନାହିଁ, ଡମ ର ଦମ ଦେଖାଇବାକୁ ପଡିବ,  ସମସ୍ତ ଜାତି ର ଗୋଟିଏ ଗୋଟିଏ ଭାଷା ରହିଛି, ସେହିପରି ଡମ ଲୋକଙ୍କ ମଧ୍ୟ ସ୍ୱତନ୍ତ୍ର ଭାଷା ରହିଅଛି, କିନ୍ତୁ ସେମାନେ ନିଜ ଭାଷାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ପୂର୍ବତନ ବିଧାୟକ କୃଷ୍ଣ ସଗରିଆ କହିଥିଲେ..ଲକ୍ଷ୍ମୀପୁର  ବ୍ଲକ ର ଡମନାୟକ ତଥା ଧାଙ୍ଗଡ଼ାମାଝୀ ଭାବେ ପରିଚିତ ପାତାଳେଶ ଖରା , ଦୀନବନ୍ଧୁ ହିଆଲ, ଲାବଣ୍ୟ ବିଡ଼ିକା,ଜଗଦିଶ ଖରା,ବୁଲୁ ଖରା ଙ୍କ ସମେତ ଅନେକ ଯୁବପିଢ଼ି ର ସହଯୋଗ ରେ ଏହି ସମାବେଶ ପ୍ରଥମ ଥର ସକାଶେ ଆୟୋଜିତ ହୋଇପାରିଥିବା ବେଳେ ବ୍ଲକ ର ୪୮ ଖଣ୍ଡ ଗାଁ ର ହଜାର ହଜାର ମହିଳା ପୁରୁଷ ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ।ଶ୍ରୀ ବତ୍ସ ଖରା ଓ ଟୁଟୁ ଖରା ମଞ୍ଚ ପରିଚାଳନା କରିଥିବା ବେଳେ ବିଭିନ୍ନ ଗାଁ ର ଯୁବତୀ ମାନେ ଢେମସା ନୃତ୍ୟ ପରିବେଷଣ କରିଥିଲେ।
ସଙ୍ଘଠନ ର ଉପଦେଷ୍ଟା ଇଷ୍ଟ ସଗରିଆ, ସତ୍ୟ ନାରାୟଣ ଖରା, ଜଳନ୍ଧର ବାଗ,ବରିଷ୍ଠ  ଧାଙ୍ଗଡ଼ା ମାଝୀ କୈଳାଶ ଚନ୍ଦ୍ର ଖୋସଲା, ହେମନ୍ତ ହାଲବା,ଗଦା ଧର ବିଡ଼ିକା ପ୍ରମୁଖ ଙ୍କୁ ମଧ୍ୟ ମଞ୍ଚ ରେ ସମ୍ମାନିତ କରାଯାଇଥିଲା।୪୮ ଖଣ୍ଡ ଗାଁ ର ଡମ ଭାଇ ଭଉଣୀ ମାନଙ୍କ ର ଏକତ୍ରିତ କରିବା ହିଁ ଏହାର ମୁଳ ଲକ୍ଷ ଥିଲା ବୋଲି ସଭାପତି କହିଛନ୍ତି।ଡମ ସମାଜ ର ସମାବେଶ କୁ ଦୃଷ୍ଟି ରେ ରଖି ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଗୋଟିଏ ଦିନ ସକାଶେ ସମ୍ପୂର୍ଣ ଭାବେ ଦେଶୀ, ବିଦେଶୀ, କୁଚିଆ ବିକ୍ରି ହଉଥିବା ସମସ୍ତ ମଦ ଦୋକାନ କୁ ବନ୍ଦ କରିଦିଆ ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories