Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପକ୍ଷାଘାତ ପିଡ଼ିତ ଗୁରୁତର ରୋଗୀ କୁ ସାହାଯ୍ୟର ହାତ ବଢାଇଲେ କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀ।

ଗୋପାଳପୁର, ୧୦/୧୧
ଗୋପାଳପୁର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଇନ୍ଦ୍ରାକ୍ଷୀ ପଞ୍ଚାୟତ ଅଧିନସ୍ଥ ଇନ୍ଦ୍ରାକ୍ଷୀ ମଣ୍ଡପ ସାହି ରେ ଜଣେ ଗରିବ ଯୁବକ ମୋହନ ବେହେରା (୩୭)ମସ୍ତିଷ୍କ ଷ୍ଟ୍ରୋକ ଘଟି ଗୁରୁତର ହୋଇଥିବା ବେଳେ ଅଧିକ ଚିକିତ୍ସା ନିମନ୍ତେ ଆର୍ଥିକ ସଙ୍କଟ ଉପୁଜି ଥିବାରୁ ସହାୟତାର ହାତ ବଢ଼ାଇଛନ୍ତି କଂଗ୍ରେସ ନେତା ଡ଼ ଶମ୍ଭୁ ପାଣିଗ୍ରାହୀ।ଆଜି ଡ଼ ପାଣିଗ୍ରାହୀ ଇନ୍ଦ୍ରାକ୍ଷୀ ରେ ପହଞ୍ଚି ମୋହନ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ତାଙ୍କୁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।ମୋହନ ଜଣେ ଦିନ ମଜୁରୀଆ ହୋଇଥିବା ବେଳେ ଗତ ଅକ୍ଟୋବର ୯ ତାରିଖରେ ହଠାତ ମୁଣ୍ଡ ବୁଲାଇ ହେବା ଯୋଗୁଁ ତଳେ ପଡି ଅଚେତ ହୋଇ ଯାଇଥିଲେ। ପରିବାର ବର୍ଗ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥା ରେ ଉନ୍ନତି ହୋଇନଥିଲା ଏବଂ ବ୍ରେନ୍ ଷ୍ଟ୍ରୋକ ଘଟି ବାମ ପଟ ଶରୀର ପୁରା ଅଚଳ ହୋଇଯାଇ ଗୁରୁତର ହୋଇଥିଲେ। ପରିବାର ବର୍ଗ ତୁରନ୍ତ ଭୂବନେଶ୍ବରର ଏକ ଘରୋଇ ଡ଼ାକ୍ତରଖାନାରେ ମୋହନ କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ମୋହନ ଙ୍କ ମସ୍ତିଷ୍କ ଅପରେସନ କରାଯାଇଥିଲା। ଏବେ ସେ ଘରକୁ ଫେରିଥିଲେ ମଧ୍ୟ ଅଧିକ ଅପରେସନ ସହ ଚିକିତ୍ସା ନିମନ୍ତେ ଆହୁରି ଅର୍ଥ ଦରକାର ପଡ଼ୁଥିବା ଜଣାପଡିଛି। ଘରେ ୧୦ ବର୍ଷର ଓ ୭ ବର୍ଷ ର ଦୁଇ ପୁଅ ରହିଥିବା ବେଳେ ରୋଜଗାର କରୁଥିବା ମୋହନ ଘରର ଗୋଟିଏ କଡରେ ପଡ଼ି ରହିଥିବା ଯୋଗୁଁ ପରିବାର ଭୋକ ଉପାସରେ ଦିନ ବିତାଉଥିବା ଜଣାପଡିଛି। ଏବେ ସାହି ପଡ଼ୋଶୀ କିଛି କିଛି ସାହାଯ୍ୟ ସହଯୋଗ କରୁଥିବା ବେଳେ ଅପରେସନ ନିମନ୍ତେ ଦରକାର ପଡ଼ୁଥିବା ଅଧିକ ଅର୍ଥ ସାହାଯ୍ୟ ନିମନ୍ତେ ପରିବାର ବର୍ଗ ନିବେଦନ କରିଥିବା ବେଳେ ଗାଁ ଲୋକଙ୍କ ପକ୍ଷରୁ ଗାଁ ରେ ଚାନ୍ଦା କରି ଓ ସୁଧରେ ଟଙ୍କା ଯୋଗାଡ କରି ଟଙ୍କା ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ସରକାର ଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ କଲେ ପରିବାର ଉପକୃତ ହୋଇ ପାରନ୍ତେ ବୋଲି ଗ୍ରାମବାସୀ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories