Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ ସେଣ୍ଟର ଫର ଉମେନ୍ସ ଡେଭଲପମେଣ୍ଟ ଷ୍ଟଡିଜ ପକ୍ଷରୁ ଗବେଷଣା ପଦ୍ଧତି ଶିବିର ଉଦଘାଟିତ

ଗୋପାଳପୁର, ୧୦/୧୧
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନାରୀ ଗବେଷଣା କେନ୍ଦ୍ର ଓ ନୂଆଦିଲ୍ଲୀ ସ୍ଥିତ ସେଣ୍ଟର ଫର ଉମେନ୍ସ ଡେଭଲପମେଣ୍ଟ ଷ୍ଟଡିଜ ର ମିଳିତ ଆନୁକୁଲ୍ୟରେ “ଗ୍ରାମୀଣ ଅଧ୍ୟୟନରେ ଗବେଷଣା ପଦ୍ଧତି: ନାରୀ ଓ ପ୍ରାନ୍ତିକୃତ ଦୃଷ୍ଟିଭଙ୍ଗୀ” ବିଷୟରେ ଦଶଦିନିଆ ଗବେଷଣା ପଦ୍ଧତି କୋର୍ସର ସୋମବାର ଉଦଘାଟିତ ହୋଇଯାଇଛି। ।ଏହି ପାଠ୍ୟକ୍ରମ ୧୦ ନଭେମ୍ବର ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବ।
ଏହି କୋର୍ସ ନିମନ୍ତେ ୩୦ ଜଣ ଆବେଦନ କରିଥିବା ବେଳେ ସେଥି ମଧ୍ୟରୁ ଓଡ଼ିଶା ରୁ ୨୬ ରହିଥିବା ବେଳେ ମହାରାଷ୍ଟ୍ର, ତାମିଲନାଡୁ, କେରଳ ଓ ଦିଲ୍ଲୀରୁ ଜଣେ ଲେଖାଏ ରହିଛନ୍ତି । ପ୍ରାରମ୍ଭ ରେ
ଡ଼ା. ଅନୁଭା ଚୌଧୁରୀ ଏହି ଦଶଦିନିଆ କୋର୍ସର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବା ସହ ଗ୍ରାମୀଣ ଅଧ୍ୟୟନକୁ ଲିଙ୍ଗ ଓ ପ୍ରାନ୍ତିକୃତ ଦୃଷ୍ଟିଭଙ୍ଗୀରୁ ଅନୁଶୀଳନ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗିତାଞଳୀ ଦାଶ ଯୋଗଦେଇ ଦଳିତ ଦୃଷ୍ଟିଭଙ୍ଗୀ, ମହିଳା ଜୀବିକା ଓ ମାର୍ଜିନାଲାଇଜ୍ଡ ସମାଜ ଉପରେ ଗବେଷଣାର ଗୁରୁତ୍ୱ ଉଲ୍ଲେଖ ବର୍ଣନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଯୋଗଦେଇ ନିଜ ଅଭିଭାଷଣରେ ବିଶ୍ୱ ଓ ଭାରତର ଗ୍ରାମୀଣ ଜନସଂଖ୍ୟା ସଂପର୍କିତ ତଥ୍ୟ ଉପସ୍ଥାପନ କରିବା ସହ ବିଶ୍ୱର ଗ୍ରାମୀଣ ଜନସଂଖ୍ୟା ପ୍ରାୟ ୩.୪ ବିଲିଅନ୍ ଥିବାବେଳେ, ଭାରତରେ ଏହା ୯୧୫ ମିଲିଅନ୍ ଠାରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି, ଯେଉଁଥିରୁ ପ୍ରାୟ ୬୫% ଲୋକ ଗ୍ରାମାଞ୍ଚଳରେ ଓ ୪୭ % କୃଷି ଉପରେ ନିର୍ଭରଶୀଳ ବୋଲି ମତପୋଷଣ କରିଥିଲେ। ସି ଡବ୍ୟୁ ଡି ଏସ ର ସହ ନିର୍ଦ୍ଦେଶିକା ପ୍ରଫେସର ରେଣୁ ଆଡ୍ଲାଖା, ଗ୍ରାମୀଣ ଅଧ୍ୟୟନକୁ ସମାଜ ବିଜ୍ଞାନ ଗବେଷଣାର ମୁଖ୍ୟ ଭାଗ ବୋଲି କହିଥିଲ। ପ୍ରଫେସର
ବିଜୟ ବୋହିଦାର, ପ୍ରଫେସର ମନିମେକାଲାଇ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ଡ଼ା. ଶାରଦା ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସେଣ୍ଟର ଫର୍ ଉମେନ୍ସ ଷ୍ଟଡିଜ ର ଭିନା ମଜୁମଦାର ଓ ସ୍ମୃତି ନିଧିଙ୍କ ଉଦ୍ୟମରେ ଆୟୋଜିତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories