Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ବିସ୍ଫୋରଣ ପରେ ଏବେ ହାଇ ଆଲର୍ଟରେ ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳ

ମହାକାଳପଡ଼ା ;୧୧|୧୧: ଗତ କାଲି ଦିଲ୍ଲୀରେ ଆତଙ୍କବାଦୀଙ୍କ ବିସ୍ଫୋରଣ ପରେ ଶୋକ ସହିତ ଭୟର ଛାୟା ସୃଷ୍ଟି ହୋଇଯାଇଛି |ଦେଶର ବିଭିନ୍ନ ପ୍ରମୁଖ ସ୍ଥାନଗୁଡିକୁ ହାଇ ଆଲର୍ଟ ଜାରି କରଯାଇଛି | ଏହା ମଧ୍ୟରେ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନାହିଁ | ଓଡ଼ିଶାର ସମ୍ବେଦନଶୀଳ ସ୍ଥାନଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ମୁତାବକ ଉପକୂଳ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟରିଆଙ୍କ ନିର୍ଦ୍ଦେଶକ୍ରମେ ମହାକାଳପଡା ବ୍ଲକ ଅଞ୍ଚଳର ମହାକାଳପଡ଼ା, ଜମ୍ବୁ ଓ ତନ୍ତିଆପାଳ ସାମୁଦ୍ରିକ ଥାନାକୁ ଆଲର୍ଟ ଜାରି କରାଯାଇଛି |

କୌଣସି ବ୍ୟକ୍ତିଙ୍କ ପ୍ରତି ସନ୍ଦେହ ହେଲେ ତୁରନ୍ତ ନିକଟସ୍ଥ ପୋଲିସକୁ ସୂଚନା ଦେବା ପାଇଁ କୁହାଯାଇଛି। ବଙ୍ଗୋପସାଗର କୂଳରେ ସମ୍ବେଦନଶୀଳ ବତୀଘର ଫଲ୍ସ ପଏଣ୍ଟ, ହୁକିଟୋଲା ଓ ପାରାଦ୍ୱୀପ ବୃହତ ବନ୍ଦର ସହିତ ସମୁଦ୍ର ସଂଲଗ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି ଥିବାରୁ ବିଶେଷ ସତର୍କ ରହିବାକୁ କୁହାଯାଇଛି। ଅପର ପକ୍ଷରେ ସମୁଦ୍ର ମଧ୍ୟରେ ଛଦ୍ମ ବେଶରେ ଯନ୍ତ୍ର ଚାଳିତ ଡଙ୍ଗାରେ ଅଜଣା ସନ୍ଦେହ ଜଣକ ବ୍ୟକ୍ତିମାନଙ୍କୁ ଠାବ କରିବା ସହିତ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ପୋଲିସ ପକ୍ଷରୁ ଜମ୍ବୁ, ବତୀଘର ଓ ବାହାକୁଦ ଘାଟଠାରେ ଚେକିଂ ଓ ନାକାବନ୍ଦୀ କରାଯାଇଛି । ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯିବ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ