Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ବିସ୍ପୋରଣର ବଡ ଖୁଲାସା ; ସାମ୍ନାକୁ ଆସିଲେ ଅଭିଯୁକ୍ତଙ୍କ ଭାଉଜ, ଖୋଲିଦେଲେ ସବୁ ରାଜ୍

ନୂଆଦିଲ୍ଲୀ,୧୧।୧୧: ଗତକାଲି ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣକୁ ନେଇ ପୁରା ଦେଶବାସୀ ଆତଙ୍କିତ ଅଛନ୍ତି | ଏହି ବିସ୍ପୋରଣରେ ୧୩ ଜଣ ନିଜର ପ୍ରାଣ ହରାଇଛନ୍ତି। ଅନ୍ୟ ୨୪ ଜଣ ଆହତ ହୋଇଛନ୍ତି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା। ଏହାର ମାଷ୍ଟରମାଇଣ୍ଡ ଡାକ୍ତର ଉମର ଥିଲେ। ଆକ୍ରମଣ ପରେ ତାଙ୍କ ମା’ ଏବଂ ଭାଇଙ୍କୁ ଜମ୍ମୁ-କଶ୍ମୀରରେ ଅଟକ ରଖାଯାଇଥିଲା।

ଉମରଙ୍କ ଭାଉଜ ଗଣମାଧ୍ୟମକୁ କହିଥିଲେ ଯେ , ଉମର ତାଙ୍କୁ ଫୋନ କରିବାକୁ ମନା କରିଥିଲେ।

ଉମର ପେଶାରେ ଜଣେ ଡାକ୍ତର ଥିଲେ। ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ଅନେକ ଡାକ୍ତରଙ୍କୁ ଅଟକ ରଖାଯାଇଥିଲା, ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଥିଲା। କୁହାଯାଉଛି ଯେ, ଉମର ଏହି ମଡ୍ୟୁଲ ସହିତ ଜଡିତ ଥିଲେ। ଉମରଙ୍କ ଭଉଣୀ ପ୍ରକାଶ କରିଛନ୍ତି, ସେ ଶୁକ୍ରବାର ଉମରଙ୍କ ସହ କଥା ହୋଇଥିଲେ। ଏହି ସମୟରେ, ସେ ତାଙ୍କ ମା’ଙ୍କୁ କହିଥିଲେ, ତାଙ୍କୁ ଅଧିକ ଫୋନ କରି ହଇରାଣ ନ କରନ୍ତୁ। ସେ ଲାଇବ୍ରେରୀରେ ବ୍ୟସ୍ତ ଥିଲେ। ତେବେ ପୋଲିସ ଉମରଙ୍କ ମାଆ ଏବଂ ଭାଇଙ୍କୁ ମଧ୍ୟ ଅଟକ ରଖିଛି। ପଚରାଉଚରା ସମୟରେ ଆହୁରି ଅନେକ ଖୁଲାସା ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ