Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ବିସ୍ପୋରଣକୁ ନେଇ ଚୀନର ଶୋକଭରା ବୟାନ; “ଏହି ଘଟଣାରେ ଆମେ ମର୍ମାହତ “

ନୂଆଦିଲ୍ଲୀ;୧୨|୧୧: ଦିଲ୍ଲୀ ବିସ୍ପୋରଣକୁ ନେଇ ସମସ୍ତେ ଆତଙ୍କିତ ହୋଇଛନ୍ତି | କେତେକ ସ୍ଥାନରେ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଛି | କେବଳ ଦେଶ ଭିତରେ ନୁହେ ବରଂ ବିଦେଶରୁ ମଧ୍ୟ ସନ୍ତୋଷ ମୂଳକ ବାର୍ତ୍ତା ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଉଛନ୍ତି | ଏହି ସମ୍ପର୍କରେ ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଚୀନ୍ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ମର୍ମାହତ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି, “ଏହି ଘଟଣାରେ ଆମେ ମର୍ମାହତ।” ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଲିନ୍।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ