Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ବିସ୍ପୋରଣକୁ ନେଇ ବଡ ଖୁଲାସା; DNA ରିପୋର୍ଟ ଖୋଲିଲା ସବୁ ରହସ୍ୟ

ନୂଆଦିଲ୍ଲୀ;୧୩|୧୧: ଦିଲ୍ଲୀ ଲାଲକିଲ୍ଲା ପାଖରେ ଘଟିଥିବା ବିସ୍ଫୋରଣକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ସୂଚନା ଅନୁଯାଇ ମାଷ୍ଟର ମାଇଣ୍ଡ ଉମର ନବୀ ଏହି ବିସ୍ଫୋରଣ କରିଥିଲେ | DNA ଟେଷ୍ଟରୁ ଏହା ପ୍ରମାଣିତ ହୋଇଛି ଯେ ଏହି ବିସ୍ପୋରଣ ନବୀ ଦ୍ୱାରା ହୋଇଥିଲା। ବିସ୍ଫୋରଣ କରିଥିବା ହ୍ୟୁଣ୍ଡାଇ-i20 କାର୍ ଚଲାଉଥିଲା ଡାକ୍ତର ଉମର ଉନ୍ ନବୀ । ଏହି ଘଟଣାର ସ୍ପଷ୍ଟୀକରଣ କରିବା ପାଇଁ ତାଙ୍କ ମାଆଙ୍କ ସହ ତାଙ୍କର DNA ଟେଷ୍ଟ କରାଯାଇଥିଲା | ପୁଲୱାମା କୋଇଲ ଗାଁର ମାଷ୍ଟରମାଇଣ୍ଡ ଡାକ୍ତର ଉମର ନବୀ ବିସ୍ଫୋରଣରେ ସାମିଲ ଥିଲା ।

ସୂଚନା ମୁତାବକ ଘଟଣା ସ୍ଥଳରୁ ଫୋରେନସିକ୍ ଟିମ୍ ବିସ୍ଫୋରଣ ହୋଇଥିବା ଗାଡିର ଖଣ୍ଡବିଖଣ୍ଡିତ ଅଂଶ, ଗୋଟିଏ କଟା ହାତ, ହାଡ ଓ ଦାନ୍ତ ଉଦ୍ଧାର କରିଥିଲେ। ପରେ ନବୀଙ୍କ ମା ସମିମା ବାନୋଙ୍କ ଠାରୁ ସଂଗୃହିତ DNA ନମୁନା ସହ ମେଳ କରାଯାଇଥିଲା । ଯାହା ୧୦୦ ପ୍ରତିଶତ ମେଳ କରିଛି । ପରେ ବିସ୍ଫୋରଣ ଘଟାଇଥିବା ଗାଡିର ଚାଳକ ଉମର ନବୀ ଥିଲେ ବୋଲି ସ୍ପଷ୍ଟ ହୋଇଛି । ଗୁଲାମ ନବୀ ଭଟ୍ଟଙ୍କ ପୁଅ ଡାକ୍ତର ନବୀ ହରିୟାଣାର ଫରିଦାବାଦରେ ଥିବା ଅଲ-ଫାଲହ ମେଡିକାଲ କଲେଜରେ ମେଡିସିନ୍ ର ଜଣେ ସହକାରୀ ପ୍ରଫେସର ଥିଲେ । ସେ ଜୈଶ୍-ଏ-ମହମ୍ମଦ ସମର୍ଥିତ ଆତଙ୍କୀ ନେଟୱର୍କର ମୁଖ୍ୟ ସଦସ୍ୟ ଥିଲେ ।

ପୂର୍ବ ସୂଚନା ମୁତାବକ ଦିଲ୍ଲୀରେ ଏହି ବିସ୍ପୋରଣ ଲାଲକିଲ୍ଲା ପାଖରେ ଘଟିଥିଲା | ଏହି ବିସ୍ପୋରଣଟି ଗତ ସୋମବାର ରାତିରେ ଘଟିଥିଲା | ଏହା ପାଇଁ ଆଗରୁ ଯୋଜନା କରାଯାଇଥିବାର ଅନୁମାନ କରାଯାଉଛି | ଘଟଣା ସ୍ଥଳୀରେ ୧୩ ଜଣ ମୃତ୍ୟୁବରଣ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ