Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତାକାଲି ନୂଆପଡା ଉପନିର୍ବାଚନର ଭୋଟ ଗଣତି, ଆଶଙ୍କା ଉତ୍କଣ୍ଠାରେ ୩ଦଳ

ନୂଆପଡା, 13।11: ଆସନ୍ତା କାଲି ଆରମ୍ଭ ହେବ ଭୋଟ ଗଣତି। ଏନେଇ ଆରମ୍ଭ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଭୋଟ ଗଣତି ପୂର୍ବରୁ କାଉଁଟିଙ୍ଗରେ ଥିବା ଅଧିକାରୀ ମାନଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ଟ୍ରେନିଂ। କାଉଁଟିଙ୍ଗ ସମୟରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧକାରୀ ମାନେ ମଧ୍ୟ ଉପସ୍ଥିତ ରହିବାର ସୂଚନା ରହିଛି।

୧୪ଟି ଟେବଲରେ ୨୬ ରାଉଣ୍ଡରେ ଗଣତି କରାଯିବ। ଗତ ୧୧ ତାରିଖରେ ନୂଆପଡା ଉପ ନିର୍ବାଚନର ଭୋଟ ସରିଥିଲା। ବିଭିନ୍ନ ନିର୍ବାଚନ ମଣ୍ଡଳୀର ଭୋଟର ମାନେ ହାତରେ କାଳୀ ମାରି ନିଜର ଭୋଟ ଦେଇଥିଲେ। ନିର୍ବାଚନ ପାଇଁ ମୋଟ ୩୫୮ ଟି ବୁଥ ମଧ୍ୟରୁ ମୋଟ ୪୭ଟି ସମ୍ବେଦନଶୀଳ ବୁଥ ଥିବାବେଳେ ୮ ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିଲା। ନିର୍ଵାଚନର ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ପୁଲିଂ ପାର୍ଟିକୁ ନେବା ଆଣିବା ପାଇଁ ବାୟୁସେନା ତରଫରୁ ସ୍ୱତନ୍ତ୍ର ହେଲିକାଫ୍ଟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଗତ ମାସେ ହେଲା ନୂଆପଡା ଉପନିର୍ବାଚକୁ ନେଇ ୩ ଦଳଙ୍କ ମଧ୍ୟରେ କସରତ ଚାଲିଥିବା ମଧ୍ୟରେ ଆସନ୍ତା କାଲି ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ।

ତେବେ ଏହି ରାଜନୀତି ଖେଳରେ କିଏ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିବ ତାହା ଦେଖିବା ବାକି ରହିଛି। ଗଣତି ପରେ ଜଣାପଡିବ ନୂଆପଡା ଉପନିର୍ବାଚନର ବିଜୟ ହାସଲ କରିଥିବା ପ୍ରାର୍ଥୀ କିଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ