Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବ୍ଲକ କୁଟୁଣିପଦରରୁ ଶୁଭାରମ୍ଭ ହେଲା ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ – ୨୦୨୫ପରବ କୁ ଅନୁସରଣ କରିଛନ୍ତି ଓଡିଶା ର ଅନ୍ୟ ଜିଲ୍ଲା.. ପବିତ୍ର

ଲକ୍ଷ୍ମୀପୁର/କାକିରିଗୁମା…୧୩/୧୧ .. ଜାତୀୟସ୍ତରର ମାନ୍ୟତା ପାଇଥିବା କୋରାପୁଟ ର ଲୋକ ମହୋତ୍ସବ ପରବ- ୨୦୨୫ର ଶୁଭାରମ୍ଭ ହୋଇଯାଇଛି। ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁଟୁଣିପଦରର ସହସ୍ର ଶିବଲିଙ୍ଗ ମନ୍ଦିରରୁ  ପୂଜାର୍ଚ୍ଚନା କରାଯିବା ପରେ ପରବ ମଶାଲକୁ ପ୍ରଜ୍ଜ୍ଵଳିତ କରି  ମନ୍ଦିରରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ଉଦଘାଟନି ଉତ୍ସବ ମଞ୍ଚ ନିକଟକୁ ଅଣାଯାଇଥିଲା।ମନ୍ଦିର ରେ ପୂଜକ ସୁନାରି କୁଲଦୀପ ପୂଜାପାଠ କରିଥିଲେ।କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ  ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା,କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗୀ  ବିଧାୟକ, ରାମଚନ୍ଦ୍ର କାଡ଼ାମ,  କୋଟପାଡ ବିଧାୟକ ରୂପୁ ଭତ୍ରା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା,ଅଧ୍ୟକ୍ଷା ଶୁଆଇ କୁଲେସିକା,ଉପାଧ୍ୟକ୍ଷା ଆରତୀ କୁଲଦୀପ,କୁସୁମଗୁଡା ସରପଞ୍ଚ ଇନ୍ଦ୍ର ପାଞ୍ଜିଆ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି,ଝିନ ହିକକା ଏବଂ କୋରାପୁଟ ଓ ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି
ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।କୋରାପୁଟ ଜିଲ୍ଲାପାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ ପରବ ର ଶପଥ ପାଠ କରାଇଥିଲେ। ଏହି ଅବସରରେ ପରବ ପୋଷ୍ଟର ଓ ଷ୍ଟିକର ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।  ମଞ୍ଚାସିନ ଅତିଥି ମାନେ ପରବର ଗୌରବ ଗାଥା ସମ୍ପର୍କରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।ଉତ୍ସବ ମାଧ୍ୟମରେ ଜିଲ୍ଲାର ଲୁକ୍କାୟିତ ପ୍ରତିଭା କୁ ଏକ ମଞ୍ଚ ଦେଇ ତାକୁ ଉଚିତ ମାର୍ଗ ଦର୍ଶନ କରିବା ଉଦ୍ଦେଶ୍ୟରେ ୨୯ ବର୍ଷ ତଳେ ୧୯୯୬ ମସିହାରେ  ଆରମ୍ଭ କରାଯାଇଥିବା ପରବ ଆଜି ଅନେକ ଦିଗରେ ସଫଳତା ଆଣିଦେଇଛି,ଏପରିକି ଓଡିଶା ର ଅନ୍ୟ ଜିଲ୍ଲା ଗୁଡିକ ପରବ ର ଅନୁସରଣ କରି ସେମାନଙ୍କ ଜିଲ୍ଲା ସ୍ତରୀୟ ଉତ୍ସବ ଆରମ୍ଭ କରିଛନ୍ତି ବୋଲି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା ଓ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା କହିଛନ୍ତି। କୋରାପୁଟ   ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ୍ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ଏବଂ ଲକ୍ଷ୍ମୀପୁର ବିଡିଓ ସବ୍ୟସାଚୀ ବେହେରା ଓ ବ୍ଲକ କର୍ମଚାରୀ ମାନେ ଯୋଗଦେଇ ପରିଚାଳନା କରିଥିଲେ। ଆଦିବାସୀ ସଙ୍ଗୀତର ତାଳେ ତାଳେ ପ୍ରାଶାସନିକ ଅଧିକାରୀ ଏବଂ ବିଧାୟକ ମାନେ ନାଚୁଥିବାର ଦେଖିବାକୁ ମିଳିଥିଲା। ଅତିଥି ମାନଙ୍କ ଦ୍ଵାରା ପ୍ରଦର୍ଶନୀ ମେଳା ଉଦଘାଟନ କରାଯାଇଥିଲା।
ଜିଲ୍ଲାର ସମସ୍ତ ବ୍ଲକର ଅଧିକାରୀ ମାନଙ୍କ ସହିତ ଅଧ୍ୟକ୍ଷ, ଅଧ୍ୟକ୍ଷା ଓ କର୍ମଚାରୀ ମାନେ ବିଭିନ୍ନ ସାଂସ୍କୃତିକ ଦଳ ସହିତ ପହଂଚିଥିଲେ….କଟପା ଦୁରୁଆ ସହ ଲକ୍ଷ୍ମୀପୁର ବ୍ଲକ ର ଢେମସା ନୃତ୍ୟ ସମସ୍ତଙ୍କ ମନ ଜିଣିପାରିଥିଲା।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଗିରିଜା ଚୌଧୁରୀ, ଶିକ୍ଷୟତ୍ରୀ ରଶ୍ମୀ କୁମାରୀ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ କିଛି ସମୟ ସକାଶେ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ ମଧ୍ୟ ମଞ୍ଚ ପରିଚାଳନା କରିଥିଲେ।ଜିପିଈଓ ପ୍ରଫୁଲ କୁମାର ସାହୁ ଙ୍କ ସମେତ ସହକାରୀ ଯନ୍ତ୍ରୀ ଏମ ପବନ କୁମାର, ବ୍ଲକ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସକାଶେ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ତହସିଲଦାର ନୈବଦ୍ୟ  ଭୋଇ, ରହିଥିବା ବେଳେ ଏସଡିପିଓ  ମନୋଜ ବେହେରା ଙ୍କ ସମେତ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ, ନାରାୟଣପାଟଣା ଆଇଆଇସି ପ୍ରମୋଦ ନାୟକ,କାକିରିଗୁମା ଆଇଆଇସି ସୁନୀଲ କୁମାର ସ୍ୱାଇଁ ଙ୍କ ସମେତ ରିଜର୍ଭ ପୋଲିସ ଉପସ୍ଥିତ ରହିଥିଲେ।ଶାନ୍ତି ଶୃଙ୍ଖଳା ର ସହିତ ଉଦଘାଟନ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ