Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୃତ ଅଧ୍ୟାପକ ଙ୍କ ପରିବାର କୁ ୬୬୨ ବର୍ଗ ମହାବିଦ୍ୟାଳୟର ସହାୟତା ରାଶି ପ୍ରଦାନ

ଲକ୍ଷ୍ମୀପୁର ୧୩/୧୧ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଭାଗ ର ନିଖିଳ ଓଡ଼ିଶା ୬୬୨ ବର୍ଗ  ଅଧ୍ୟାପକ ଓ କର୍ମଚାରୀ ସଂଘ କୋରାପୁଟ ଶାଖା ପକ୍ଷରୁ ଦିବଂଗତ ଅଧ୍ୟାପକ ମଧୁସୂଦନ ସାହୁଙ୍କ ଏକାଦଶ ତିଥିରେ କାକିରିଗୁମା ବାସଭବନ ରେ ଯୋଗଦେଇଥିଲେ। ସଂଘର ଉପଦେଷ୍ଟା ଶ୍ଵତବସନ୍ତ ରଥଙ୍କ ତତ୍ବାବଧାନରେ ଏକ ଦଳ ଲକ୍ଷ୍ମୀପୁର ସ୍ନାତକ ମହାବିଦ୍ୟାଳୟ ଲକ୍ଷ୍ମୀପୁର  ସ୍ଵର୍ଗତ ଇତିହାସ ବିଭାଗ ଅଧ୍ୟାପକ ମଧୁସୂଦନ ସାହୁଙ୍କ ଏକାଦଶ କ୍ରିୟାରେ ଯୋଗଦାନ କରି ପତ୍ନୀ ଭୁବନେଶ୍ୱରୀ ଚୌଧୁରୀ ଓ  ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି। ଜିଲ୍ଲାର ୬୬୨ ବର୍ଗ ମହାବିଦ୍ୟାଳୟ ଅଧ୍ୟାପକ,  ଅଧ୍ୟାପିକା ଓ କର୍ମଚାରୀମାନଙ୍କ ଠାରୁ ସଂଗ୍ରହ କରାଯାଇଥିବା ୨୦ ହଜାର ଟଙ୍କା ସହାୟତା ରାଶିକୁ ସ୍ଵର୍ଗତ ସାହୁଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ୫ଲକ୍ଷ ଟଙ୍କା ମୃତ୍ୟୁକାଳୀନ ପ୍ରୋତ୍ସାହନ ରାଶିର ଆନୁସଙ୍ଗିକ କାଗଜପତ୍ର ସହିତ ଦରଖାସ୍ତ ଆବେଦନ କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କୁ  ଅନୁରୋଧ କରିଥିଲେ। ସଂଘର ଯୁକ୍ତ ଦୁଇ ସଂପାଦକ ପ୍ରଜାରଞ୍ଜନ ମିଶ୍ର, ଯୁକ୍ତ ତିନି ସଂପାଦକ କିଶୋର ଚନ୍ଦ୍ର ବେହେରା, ଯୁଗ୍ମ ସଂପାଦକ ଦୁଷ୍ମନ୍ତ ଚୌଧୁରୀ, କୋଷାଧ୍ୟକ୍ଷ ହୃଦୟ  ରଞ୍ଜନ ପଣ୍ଡା,  ରାଧାକୃଷ୍ଣ ଆଦିବାସୀ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କନ୍ଧପାନ, ଡଃ ବି ଆର ଆମ୍ବେଦକର ଜାତୀୟ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମଣ ସାହୁ, ଲକ୍ଷ୍ମୀପୁର ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ,ଯୁକ୍ତ ଦୁଇ ଅଧ୍ୟାପକ ଗିରିଜା ଚୌଧୁରୀ,ଅଧ୍ୟାପକ ଦୁର୍ଯୋଧନ ସାହୁ, ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories