ଅଣ୍ଡର ‘ ୧୫’ ମହିଳା ଦଳ ରେ କଳାହାଣ୍ଡି ର ୩ ଖେଳାଳି ଓସିଏ ପକ୍ଷରୁ ମନୋନୀତ।
କଳାହାଣ୍ଡି,୧୪/୧୧
ଆସନ୍ତା ୧୫ ନଭେମ୍ବରରେ କଟକ ଠାରେ ଓସିଏ ପକ୍ଷରୁ ହେବାକୁ ଥିବା ଅଣ୍ଡର ୧୫ ବାଳିକା କ୍ରିକେଟ ଶିବିର ପାଇଁ କଳାହାଣ୍ଡି ଜିଲ୍ଲା ରୁ ୩ ଜଣ ଯୁବ ବାଳିକା ଖେଳାଳି ମନୋନୀତ ହୋଇଛନ୍ତି। ସେ ମଧ୍ୟରେ କୋକସରା ବ୍ଲକ ମୁଷାପଲି ଗ୍ରାମ ପଞ୍ଚାୟତ ଖପ୍ରାମାଲ ଗ୍ରାମର ସାନଭି ପ୍ରଜ୍ଞା ରାଉତ, ଖୁସି ନିଆଲ ଓ ଭଜନୀ ନାଗ ମନୋନୀତ ହୋଇଛନ୍ତି। ଏନେଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓଡ଼ିଶା କ୍ରିକେଟ୍ ସଂଘ ବାରବାଟୀ ଷ୍ଟାଡିୟମ୍, ସୁବ୍ରତ କୁମାର ବେହେରା ଇମେଲ ଜରିଆରେ ସୂଚନା ଜାରି କରିଛନ୍ତି। ଏହି ୩ଜଣ ଛାତ୍ରୀ ମନୋନୀତ ହେବାପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସାନଭି ପ୍ରଜ୍ଞା ପୂର୍ବରୁ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦିଲ୍ଲୀଠାରେ ହୋଇଥିବା ଜାତୀୟ କ୍ରୀଡ଼ା ସମ୍ମିଳନୀରେ ମଧ୍ୟ ଭାଗ ନେଇଥିଲେ। ଏହାବାଦ୍ ସାନଭି ପ୍ରଜ୍ଞା ପୂର୍ବରୁ କଳାହାଣ୍ଡି ଟିମ୍ ରେ ସାମିଲ ହୋଇ ରାଜ୍ୟସ୍ତରୀୟ ମହିଳା କ୍ରିକେଟ ପ୍ରତିଯୋଗିତାରେ ନିଜର କ୍ରିଡ଼ା ପ୍ରତିଭା ପ୍ରଦର୍ଶନ କରି ସାରିଛନ୍ତି। ଅଣ୍ଡର ୧୫ ରେ ୩ ଛାତ୍ରୀ ମନୋନୀତ ଖବର ପରେ ବିଭିନ୍ନ ମହଲରେ ମନୋନୀତ ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

